Video: ଛକା ମାରି କାର୍ କାଚ ଭାଙ୍ଗିଦେଲେ ଏଲିସ୍ ପେରି
ବେଙ୍ଗାଲୁର,୪।୩: ଚାଲୁଥିବା ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍ ୨୦୨୪) ର ଏକାଦଶ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ୟୁପି ୱାରିଅର୍ (ୟୁପିଡବ୍ଲୁ) ମଧ୍ୟରେ ମୁକାବିଲା ଚାଲିଛି। ୟୁପିଡବ୍ଲୁ ଅଧିନାୟକ ଆଲିସା ହେଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ। ସ୍ମୃତି ମନ୍ଧାନା ଏବଂ ଏସ ମେଘନା (୨୮) ମାତ୍ର ୫.୩ ଓଭରରେ ବିନା କୌଣସି ୱିକେଟ୍ ହରାଇ ୫୧ ରନ୍ ଯୋଡିଥିଲେ। ମନ୍ଧାନା ନିଜର ଜବରଦସ୍ତ ଫର୍ମ ସହିତ ୫୦ ବଲରେ […] The post Video: ଛକା ମାରି କାର୍ କାଚ ଭାଙ୍ଗିଦେଲେ ଏଲିସ୍ ପେରି appeared first on Dharitri Odia News.
ବେଙ୍ଗାଲୁର,୪।୩: ଚାଲୁଥିବା ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍ ୨୦୨୪) ର ଏକାଦଶ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ୟୁପି ୱାରିଅର୍ (ୟୁପିଡବ୍ଲୁ) ମଧ୍ୟରେ ମୁକାବିଲା ଚାଲିଛି। ୟୁପିଡବ୍ଲୁ ଅଧିନାୟକ ଆଲିସା ହେଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ।
ସ୍ମୃତି ମନ୍ଧାନା ଏବଂ ଏସ ମେଘନା (୨୮) ମାତ୍ର ୫.୩ ଓଭରରେ ବିନା କୌଣସି ୱିକେଟ୍ ହରାଇ ୫୧ ରନ୍ ଯୋଡିଥିଲେ। ମନ୍ଧାନା ନିଜର ଜବରଦସ୍ତ ଫର୍ମ ସହିତ ୫୦ ବଲରେ ୧୦ ଚୌକା ଏବଂ ୩ ଛକା ସହିତ ୮୦ ରନ୍ ସ୍କୋର କରିଥିଲେ। ଏହି ଝଡ ଏତିକିରେ ଅଟକି ନଥିଲା କାରଣ ରିଚା ଘୋଷ ୧୦ ଟି ବଲରେ ୨ ଚୌକ ଏବଂ ୧ ଛକା ସହିତ ୨୧ ରନ୍ ସ୍କୋର କରିଥିଲେ।
କିନ୍ତୁ ଆରସିବି ଇନିଂସରେ ପ୍ରକୃତ ଝଡ ଏଲିସ୍ ପେରି ସୃଷ୍ଟି କରିଥିଲେ, ଯିଏ ମାତ୍ର ୩୭ ବଲରେ ୪ ଚୌକ ଓ ୪ ଛକା ସହ ୫୮ ରନ୍ ସ୍କୋର କରିଥିଲେ। ଯାହାଦ୍ୱାରା ଆରସିବି ୨୦ ଓଭରରେ ୧୯୮/୩ ରନ୍ ସ୍କୋରବୋର୍ଡ଼ରେ ପୋଷ୍ଟ କରିଥିଲା। ୟୁପିଡବ୍ଲ୍ୟୁ ପାଇଁ ଅଞ୍ଜଳି ସର୍ବାନୀ, ଦୀପ୍ତି ଶର୍ମା ଏବଂ ସୋଫି ଏକ୍ଲେଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ELLYSE PERRY HAS BROKE THE GLASS OF THE CAR…!!!
![]()
– The reaction of Perry was priceless!! pic.twitter.com/zaxiQLLN1r
— Mufaddal Vohra (@mufaddal_vohra) March 4, 2024
ତେବେ ଏହି ମ୍ୟାଚରେ ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ ହେଉଛି, ଯେତେବେଳେ ପେରିଙ୍କ ଏକ ଛକାରେ ପଡିଆ ଭିତରେ ବିଜ୍ଞାପନ ପାଇଁ ଥିବା କାରର କାଚ ଭାଙ୍ଗି ଯାଇଥିଲା। ନିଜ ଛକାରେ କାର କାଚ ଭାଙ୍ଗିବା ଦେଖି ପେଁରି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
The post Video: ଛକା ମାରି କାର୍ କାଚ ଭାଙ୍ଗିଦେଲେ ଏଲିସ୍ ପେରି appeared first on Dharitri Odia News.