ପେଟର ଚର୍ବି କମାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏହି ଡ୍ରିଙ୍କସ୍
ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା । ଖରାପ ଖାଦ୍ୟାଭାସ ଏବଂ ଜଙ୍କ ଫୁଡ୍ ପାଇଁ ଏହି ସମସ୍ୟା ବିଶେଷ ପରିଲକ୍ଷିତ ହୋଇଥାଏ । ବର୍ତ୍ତମାନ ସମସ୍ତେ ଚାହାଁନ୍ତି ଫିଟ୍ ରହିବା ପାଇଁ । ତେଣୁ ଏଥିପାଇଁ ବହୁତ ନିୟମ ଆପଣାଇଥାନ୍ତି।
ଯଦି ଆପଣ ରାତିରେ ପୂର୍ଣ୍ଣ କିମ୍ବା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି, ତେବେ ଆପଣ ଏକ ବଡ଼ ଭୁଲ୍ କରୁଛନ୍ତି। ଏହି କାରଣରୁ, ପେଟର ଚର୍ବି ଶୀଘ୍ର ବଢ଼ିଥାଏ। ଏହି ଭୁଲ୍ ଯୋଗୁଁ ମଧ୍ୟ ଓଜନ ବଢ଼ିଥାଏ । ପେଟର ଚର୍ବି କମାଇବା ପାଇଁ ଏହି ସବୁ ପାନୀୟକୁ ନିଜ ଡାଏଟ୍ରେ ସାମିଲ କରନ୍ତୁ । ଏହା ଚର୍ବି କମାଇବାରେ ଆପଣଙ୍କୁ ସାହାଯ୍ୟ କରିବ ।
ଅଧିକ ପଢ଼ନ୍ତୁ: Health Tips: ବର୍ଷାଦିନ ଆସିଯାଇଛି; ଥଣ୍ଡା-କାଶ-ଜ୍ୱରର ଭୟ ବଢିଯାଇଛି; ଏଥିରୁ ମୁକ୍ତି ପାଇଁ କ’ଣ କୁହନ୍ତି ସଦ୍ଗୁରୁ
ଓଜନ ହ୍ରାସ କରିବାକୁ ରାତିରେ ପିଅନ୍ତୁ ଏହି ଡ୍ରିଙ୍କ୍ସ:
ହଳଦୀ କ୍ଷୀର:
ଅନେକ ଔଷଧୀୟ ଗୁଣ ହଳଦୀରେ ମିଳିଥାଏ, ତେଣୁ ଏହି ମସଲା ଖାଇବା ପାଇଁ ପ୍ରାୟତଃ ପରାମର୍ଶ ଦିଅନ୍ତି। ସେହିପରି କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ କୁହାଯାଏ କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଓଜନ ହ୍ରାସ କରିବାରେ ଏହି ଦୁଇଟିର ମିଶ୍ରଣ ଅତ୍ୟନ୍ତ ସାହାଯ୍ୟକାରୀ। ତେଣୁ ରାତିରେ ହଳଦୀ କ୍ଷୀର ପିଅନ୍ତୁ।
ମେଥି ଚା’:
ଯଦି ଆପଣ ଫ୍ଲାଟ ପେଟ ପାଇବାକୁ ଚାହୁଁଛନ୍ତି, ତେବେ ଆଜି ରାତିରୁ ମେଥି ଚା’ ପିଇବା ଆରମ୍ଭ କରନ୍ତୁ। ଯେତେବେଳେ ଆପଣ ରାତିରେ ବହୁତ ଖାଦ୍ୟ ଖାଆନ୍ତି, ଏକ ଉତ୍ତମ ହଜମ ଆବଶ୍ୟକ ହୁଏ, ଏପରି ପରିସ୍ଥିତିରେ, ମେଥି ଚା’ ହଜମକୁ ଉନ୍ନତ କରିଥାଏ ଓ ଓଜନ ହ୍ରାସ କରିଥାଏ। ଏଥିପାଇଁ, ଆପଣ ଏକ ଚାମଚ ମେଥି ଏକ ଗ୍ଲାସ୍ ପାଣିରେ ରଖି ରାତିସାରା ଭିଜିବାକୁ ଛାଡ଼ିଦିଅନ୍ତୁ। ସକାଳେ ଏହି ପାଣି ଫିଲ୍ଟର୍ କରି ରଖନ୍ତୁ ଓ ରାତିରେ ଟିକେ ଗରମ କରିବା ପରେ ଏହି ପାଣି ପିଅନ୍ତୁ। ଏହାର ପ୍ରଭାବ କିଛି ଦିନ ମଧ୍ୟରେ ଦେଖାଇବ।