ଅଧୁରା ରହିଲା ଟ୍ରଫି ସ୍ୱପ୍ନ, ଏବର୍ଷ ବି ଜିତି ପାରିଲାନି RCB...

ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନଠୁ ହାରିଲା ବେଙ୍ଗାଲୁରୁ । ୧୭୩ ରନର ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କଲା ରାଜସ୍ଥାନ ।

ଅଧୁରା ରହିଲା ଟ୍ରଫି ସ୍ୱପ୍ନ, ଏବର୍ଷ ବି ଜିତି ପାରିଲାନି RCB...

ଅଧୁରା ରହିଲା ଟ୍ରଫି ସ୍ୱପ୍ନ । ଏବର୍ଷ ଆଇପିଏଲ୍‌ରୁ ଏଲିମିନେଟ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ମାତ୍ ଦେଇଛି। ଲଗାତାର ୬ ମ୍ୟାଚ୍ ଜିତି ପ୍ଲେଅଫ୍‌କୁ ଆସିଥିଲା ବେଙ୍ଗାଲୁରୁ।

ତେବେ ଗତକାଲିର ମ୍ୟାଚ୍ ହାରିବା ପରେ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି । RCB ପକ୍ଷରୁ ଦିଆଯାଇଥିବା ୧୭୩ ରନ୍‌ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି । ଯଶସ୍ୱୀ ଜୟସ୍ୱାଲ୍ ଲଢ଼ୁଆ ୪୫ ରନ୍‌ର ଇନିଂସ ଖେଳିଥିବା ବେଳେ ରିୟାନ ପରାଗଙ୍କ ୩୬ ରନ୍ ଟିମ୍‌କୁ ଜିତାଇବାରେ ସହାୟତା କରିଥିଲା। ଆସନ୍ତାକାଲି ହାଇଦ୍ରାବାଦ ସହ ରାଜସ୍ଥାନ କ୍ବାଲିଫାୟାର୍-୨ ମ୍ୟାଚ୍ ଖେଳିବ। ବିଜେତା ଟିମ୍ ଆସନ୍ତା ରବିବାର KKR ସହ ଫାଇନାଲ୍ ଖେଳିବ।

ଅଧିକ ପଢ଼ନ୍ତୁ: ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

ତେବେ ଏହା ପୂର୍ବରୁ ଆଇପିଏଲରେ ଇତିହାସ ରଚିଛନ୍ତି ଆରସିବିର ଷ୍ଟାର ବ୍ୟାଟର ବିରାଟ କୋହଲି। ସେ ଆଇପିଏଲ ପ୍ରଥମ ବ୍ୟାଟର ଭାବେ ୮ ହଜାର ରନର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି। ବିରାଟ ଗତ ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ୨୯ ରନ କରିବା କ୍ଷଣି ଏହି କୀର୍ତ୍ତିମାନ ହାସଲ କରିଥିଲେ। ତେବେ ଏହାକୁ ସେ ସ୍ମରଣୀୟ କରି ପାରି ନାହାନ୍ତି। ୟୁଜି ଚହଲଙ୍କୁ ଛକା ମାରିବାକୁ ଯାଇ ସେ ଡିପ୍‌ ସ୍କୋୟେରା ଲେଗ ଅଞ୍ଚଳରେ ଧରା ପଡ଼ି ଯାଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇପିଏଲରେ ଏଯାଏ କୌଣସି ବ୍ୟାଟର ୭ ହଜାର ରନର ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରି ନାହାନ୍ତି। ବିରାଟ ପ୍ରଥମ ବ୍ୟାଟର ଭାବେ ୭ ହଜାର ରନ ପାର କରିଥିଲେ। ଆଜି ସେ ୮ ହଜାର ରନର କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି।

୨୦୦୮ରୁ ଆଇପିଏଲ ଖେଳି ଆସୁଥିବା ବିରାଟଙ୍କର ଏହା ଦ୍ୱିତୀୟ ସର୍ବଶ୍ରେଷ୍ଠ ସିଜିନ। କାରଣ ସେ ୨୦୧୬ ଆଇପିଏଲରେ ୯୭୩ ରନ କରିଥିଲେ। ଚଳିତ ବର୍ଷ ସେ ୭୦୦ରୁ ଅଧିକ ରନ କରି ସାରିଛନ୍ତି। ସେହିପରି କମଳା ରଙ୍ଗର ଟୋପି (ସର୍ବାଧିକ ରନ ହାସଲକାରୀ) ମଧ୍ୟ ଚଳିତ ବର୍ଷ ବିରାଟଙ୍କ ପାଖରେ ରହିଛି।

ଅଧିକ ପଢ଼ନ୍ତୁ: ‘ମୁଁ ଚୟନକର୍ତ୍ତାଙ୍କ ପାଦ ଛୁଇଁନଥିଲି, ତେଣୁ ରିଜେକ୍ଟ କରିଥିଲେ...’