ରେଷ୍ଟୁରାଣ୍ଟରେ ସୋନୁ ସୁଦ୍ଙ୍କ ବିଲ୍ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା
ମୁମ୍ବାଇ: ସୋନୁ ସୁଦ୍ କେବଳ ରିଲ୍ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର ଓ ଦାଦନ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିଥିଲେ। ନିକଟରେ ସୋନୁ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେତେବେଳେ ସେ ବିଲ୍ ପେ କରିବାକୁ ଗଲେ ଜାଣିବାକୁ ପାଇଲେ ଯେ, ଜଣେ ଅପରିଚିତ ବ୍ୟକ୍ତି ତାଙ୍କର ପୁରା ବିଲ ପୈଠ କରିଛନ୍ତି। ଏଥିସହ […] The post ରେଷ୍ଟୁରାଣ୍ଟରେ ସୋନୁ ସୁଦ୍ଙ୍କ ବିଲ୍ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା appeared first on Dharitri Odia News.
ମୁମ୍ବାଇ: ସୋନୁ ସୁଦ୍ କେବଳ ରିଲ୍ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର ଓ ଦାଦନ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିଥିଲେ। ନିକଟରେ ସୋନୁ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେତେବେଳେ ସେ ବିଲ୍ ପେ କରିବାକୁ ଗଲେ ଜାଣିବାକୁ ପାଇଲେ ଯେ, ଜଣେ ଅପରିଚିତ ବ୍ୟକ୍ତି ତାଙ୍କର ପୁରା ବିଲ ପୈଠ କରିଛନ୍ତି। ଏଥିସହ ବ୍ୟକ୍ତି ଜଣକ ଅଭିନେତାଙ୍କ ପାଇଁ ଏକ ସୁନ୍ଦର ନୋଟ ମଧ୍ୟ ଶେୟାର କରିଛନ୍ତି।
ଏନେଇ ସୋନୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ଯେତେବେଳେ ସେ ଦୁବାଇର ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ , କେହି ଜଣେ ଅଜଣା ବ୍ୟକ୍ତି ତାଙ୍କର ସମ୍ପୂର୍ଣ୍ଣ ବିଲ ପୈଠ କରିଥିଲେ । ଏଥିସହ ଏକ ସୁନ୍ଦର ନୋଟ ମଧ୍ୟ ଛାଡିଛନ୍ତି। ନୋଟରେ ଲେଖାଥିଲା, ଆପଣ ଦେଶ ପାଇଁ କରିଥିବା ସମସ୍ତ ଭଲ କାମ ପାଇଁ ଧନ୍ୟବାଦ ।
ଏହି ପୋଷ୍ଟ ଶେୟାର କରିବାବେଳେ ସୋନୁ କହିଛନ୍ତି, ମୁଁ ଜାଣେ ନାହିଁ କିଏ ଏହା କରିଛନ୍ତି। ରେଷ୍ଟୁରାଣ୍ଟରେ ମୋ ଡିନର ପାଇଁ କେହି ପୁରା ବିଲ ପୈଠ କରିଛନ୍ତି । ଏଥିସହ ଏକ ସୁନ୍ଦର ନୋଟ ମଧ୍ୟ ଶେୟାର କରିଛନ୍ତି। ଯାହା ମୋ ହୃଦୟକୁ ଛୁଇଁଛିି । ସେଥିପାଇଁ ବହୁତ ବହୁତ ଧନ୍ୟବାଦ ।
The post ରେଷ୍ଟୁରାଣ୍ଟରେ ସୋନୁ ସୁଦ୍ଙ୍କ ବିଲ୍ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା appeared first on Dharitri Odia News.