ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ
ସାକ୍ଷୀଗୋପାଳ,୧୪ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀ ଦେବା ପାଇଁ ବୃନ୍ଦାବନରୁ ବ୍ରାହ୍ମଣ ସହିତ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ ହୋଇଛନ୍ତି। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପର୍ବପର୍ବାଣି ପାଳନ କରାଯାଉଥିବା ବେଳେ କାର୍ତ୍ତିକ ମାସରେ ଏହି ପୀଠର ସ୍ବତନ୍ତ୍ରତା ବାରି ହୋଇପଡ଼େ। ପୂଣ୍ୟମାସ ମହାକାର୍ତ୍ତିକରେ ରାଇ ଦାମୋଦର ପୂଜା କରୁଥିବା ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଏଠାରେ ଭିଡ଼ ଲଗାନ୍ତି। ଆଶ୍ୱୀନ ଶୁକ୍ଳ ଏକାଦଶୀ ତିଥି ସୋମବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ମହାକାର୍ତ୍ତିକ […] The post ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ appeared first on Dharitri Odia News.
ସାକ୍ଷୀଗୋପାଳ,୧୪ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀ ଦେବା ପାଇଁ ବୃନ୍ଦାବନରୁ ବ୍ରାହ୍ମଣ ସହିତ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ ହୋଇଛନ୍ତି। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପର୍ବପର୍ବାଣି ପାଳନ କରାଯାଉଥିବା ବେଳେ କାର୍ତ୍ତିକ ମାସରେ ଏହି ପୀଠର ସ୍ବତନ୍ତ୍ରତା ବାରି ହୋଇପଡ଼େ। ପୂଣ୍ୟମାସ ମହାକାର୍ତ୍ତିକରେ ରାଇ ଦାମୋଦର ପୂଜା କରୁଥିବା ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଏଠାରେ ଭିଡ଼ ଲଗାନ୍ତି। ଆଶ୍ୱୀନ ଶୁକ୍ଳ ଏକାଦଶୀ ତିଥି ସୋମବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଛି। ପ୍ରତୁଷ୍ୟରୁ ମନ୍ଦିର ଦ୍ବାର ଫିଟା, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅକାଶ ପରେ ଆକର୍ଷଣୀୟ ନଟବର ବେଶରେ ଠାକୁର ସଜ୍ଜିତ ହୋଇଛନ୍ତି। ଏହି ବେଶରେ ଠାକୁର ପାଟ ପିତାମ୍ବରୀ, ପାଟଡୋରି, ପାଉଁଜିମାଳ, ଙ୍ଗେପାଟିଆ, ବାଙ୍କି, ନୂପୁର, ତାବିଜ, ଚାପସରୀ, ହରଡ଼ଫାଳ ମାଳ, ମକର କୁଣ୍ଡଳ, ନୁଡୂକ, ହୀରା ମୁଦ୍ରିକା, ମୟୂର ଚନ୍ଦ୍ରିକା ଖଚିତ ସୁବର୍ଣ୍ଣ କୀରିଟି, ସୁବର୍ଣ୍ଣ ବଂଶୀ ସହିତ ପ୍ରଭାଘୋଡ଼ରେ ଡାଳିଲତା ଓ ଗଳାରେ ଅଧରମାଳ, ମଥାରେ ପାଟିଚନ୍ଦନ ଚିତା ଧାରଣ କରି ଛନ୍ଦାଚରଣ ନୃତ୍ୟରତ ଭଙ୍ଗୀରେ ଶୋଭା ପାଇଥିଲେ। ଠାକୁରଙ୍କ ବାମପାଶର୍ବରେ ରାଧାରାଣୀ, ହାତରେ ଆଲଟ ଧାରଣ କରି ସେବା କରିବା ନିମିତ୍ତ ଦଣ୍ଡାୟମାନ ରହିଥିବା ଦୃଶ୍ୟ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥିଲା। ଏହି ବେଶ ପ୍ରତ୍ୟହ ସକାଳ ୯ଟାରୁ ବାଳଧୂପ ଶେଷ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ମିଳିଥାଏ। ପହିଲି କାର୍ତ୍ତିକରୁ ବାଳଧୂପ ସମୟରେ ସନ୍ତରାଶ ଲୀଳା ସଙ୍ଗୀତ ପରିବେଷଣ ସାଙ୍ଗକୁ ଆଳତି ଦର୍ଶନ, କାର୍ତ୍ତିକ ପୁରାଣପାଠ ଓ ସାରେ ତୁଳସୀ ଚଉରା ପାଖରେ ଆକାଶ ଦୀପଦାନ କାର୍ତ୍ତିକ ମାସ ତମାମ ଶ୍ରଦ୍ଧାଳୁମାନଙ୍କ ସହ କାର୍ତ୍ତିକ ବ୍ରତ କରିଥିବା ହବିଷ୍ୟାଳୀମାନଙ୍କର ବେଶ୍ ଭଡ଼ ଲାଗିଥାଏ।
The post ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ appeared first on Dharitri Odia News.