ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ଆକ୍ରାନ୍ତ ମୃତ

ସମ୍ବଲପୁର,୨୪ା୩ (ପ୍ରମୋଦ ବହିଦାର): ସମ୍ବଲପୁରର ଶିଳ୍ପନଗରୀ ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୩ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ରୋଗୀଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି। ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ବିଶେଷ କରି ହୀରାକୁଦ ସହରର କାଳୁପଡ଼ା, ଗୁରୁଦ୍ୱାରପଡ଼ା, ଗୌଡ଼ପଡ଼ା, ନୂଆମାର୍କେଟ୍‌ ଆଦି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ଡାକ୍ତରଖାନାରୁ ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୭ […] The post ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ଆକ୍ରାନ୍ତ ମୃତ appeared first on Dharitri Odia News.

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ଆକ୍ରାନ୍ତ ମୃତ

ସମ୍ବଲପୁର,୨୪ା୩ (ପ୍ରମୋଦ ବହିଦାର): ସମ୍ବଲପୁରର ଶିଳ୍ପନଗରୀ ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୩ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ରୋଗୀଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି। ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ବିଶେଷ କରି ହୀରାକୁଦ ସହରର କାଳୁପଡ଼ା, ଗୁରୁଦ୍ୱାରପଡ଼ା, ଗୌଡ଼ପଡ଼ା, ନୂଆମାର୍କେଟ୍‌ ଆଦି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ଡାକ୍ତରଖାନାରୁ ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୭ ଜଣ ଚିକିତ୍ସାଧୀନ ଅଛନ୍ତି। ଶନିବାର ହୀରାକୁଦ ଡାକ୍ତରଖାନାରେ ଗୋଟିଏ ଦିନରେ ୪୦ରୁ ଊର୍ଦ୍ଧ ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ। ମାତ୍ର ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସେହିପରି ବୁର୍ଲାରେ ପୂର୍ବରୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶନିବାର ୧୦ରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର ୩ଜଣ ଚିକିତ୍ସାଧୀନ ରହିିଛନ୍ତି। ଝାଡ଼ାବାନ୍ତି ପାଇଁ ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଦୂଷିତ ପାନୀୟ ଜଳକୁ ଦାୟୀ କରିଛନ୍ତି। ଘରକୁ ଘର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍‌ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ଫାଟିଯାଇଛି। ଫଳରେ ଉକ୍ତ ଫାଟରେ ରାସ୍ତାରେ ପ୍ରବାହିତ ନର୍ଦ୍ଦମା ବା ଆବର୍ଜନା ଜଳ ପାଇପ୍‌ର ଶୁଦ୍ଧ ପାନୀୟ ଜଳ ସହ ମିଶି ଏହାକୁ ଦୂଷିତ କରୁଛି। ଏହାକୁ ବ୍ୟବହାର କରିବା ଦ୍ୱାରା ରୋଗ ବ୍ୟାପୁଥିବା କୁହାଯାଉଛି। ଉତ୍ତରାଞ୍ଚଳ ଆର୍‌ଡିସି ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ସୁଜାତା ରାଣୀ ମିଶ୍ର ହୀରାକୁଦ ଡାକ୍ତରଖାନା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

The post ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ଆକ୍ରାନ୍ତ ମୃତ appeared first on Dharitri Odia News.