'ମୋ ବସ୍' ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ରୁଟ୍‌ରେ ମୋ ଯୋଗୁଁ ବଢୁଥିବା ଦୁର୍ଘଟଣା ପରେ ସରକାର ଆକ୍ସନକୁ ଆସିଛନ୍ତି । ଏଣିକି ମୋ ବସ୍ ସ୍ପିଡ୍‌ରେ ଲାଗିବ ଲଗାମ୍ । ଆଉ ଦ୍ରୁତ ଗତିରେ ବେପରୁଆ ଭାବେ ଚଲାଇ ପାରିବେନି ଗାଡ଼ି।  ନିୟମ ନମାନିଲେ ବେପରୁଆ ଗାଡ଼ି ଚଲାଉଥିବା ମୋ ବସ୍ ଡ୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଦୁର୍ଘଟଣା ରୋକିବାକୁ ଏଥର ଗାଡ଼ିରେ ଲାଗିବ ସ୍ପିଡ୍ ଗଭର୍ଣ୍ଣାନ୍ସ । ସହର ଭିତରେ ଗାଡ଼ିର ବେଗ ରହିବ ୪୦ କିଲୋମିଟର । ଗାଡ଼ିରେ ଚଢ଼ିବା ପୂର୍ବରୁ ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରିଛନ୍ତି ନା ନାହିଁ, ତାହା ଯାଞ୍ଚ କରାଯିବା । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ବେପରୁଆ ଗାଡ଼ି ଚାଲାଇଲେ ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।    Also Read-  ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା : ସୁରେଶ ପୂଜାରୀ 

'ମୋ ବସ୍' ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ରୁଟ୍‌ରେ ମୋ ଯୋଗୁଁ ବଢୁଥିବା ଦୁର୍ଘଟଣା ପରେ ସରକାର ଆକ୍ସନକୁ ଆସିଛନ୍ତି । ଏଣିକି ମୋ ବସ୍ ସ୍ପିଡ୍‌ରେ ଲାଗିବ ଲଗାମ୍ । ଆଉ ଦ୍ରୁତ ଗତିରେ ବେପରୁଆ ଭାବେ ଚଲାଇ ପାରିବେନି ଗାଡ଼ି।  ନିୟମ ନମାନିଲେ ବେପରୁଆ ଗାଡ଼ି ଚଲାଉଥିବା ମୋ ବସ୍ ଡ୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । 


ଦୁର୍ଘଟଣା ରୋକିବାକୁ ଏଥର ଗାଡ଼ିରେ ଲାଗିବ ସ୍ପିଡ୍ ଗଭର୍ଣ୍ଣାନ୍ସ । ସହର ଭିତରେ ଗାଡ଼ିର ବେଗ ରହିବ ୪୦ କିଲୋମିଟର । ଗାଡ଼ିରେ ଚଢ଼ିବା ପୂର୍ବରୁ ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରିଛନ୍ତି ନା ନାହିଁ, ତାହା ଯାଞ୍ଚ କରାଯିବା । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ବେପରୁଆ ଗାଡ଼ି ଚାଲାଇଲେ ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।   

 

Also Read-  ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା : ସୁରେଶ ପୂଜାରୀ