୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ

ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍‌ଶୀଘ୍ର ପଡ଼ିବ ହାତଗଣ୍ଠି। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ବିଷୟରେ। ଧାରାବାହିକ ‘ବେଇନ୍ତହାଁ’ରେ ଉସ୍ମାନ୍‌ ଅବଦୁଲ୍ଲା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। ଏବେ ସେ ନିଜର ପ୍ରେମିକା ମୁସ୍କାନ ରାଜପୁତଙ୍କ ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ବନ୍ଧୁ ତଥା ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।   View this post on Instagram   A […] The post ୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ appeared first on Dharitri Odia News.

୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ

ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍‌ଶୀଘ୍ର ପଡ଼ିବ ହାତଗଣ୍ଠି। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ବିଷୟରେ। ଧାରାବାହିକ ‘ବେଇନ୍ତହାଁ’ରେ ଉସ୍ମାନ୍‌ ଅବଦୁଲ୍ଲା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। ଏବେ ସେ ନିଜର ପ୍ରେମିକା ମୁସ୍କାନ ରାଜପୁତଙ୍କ ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ବନ୍ଧୁ ତଥା ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

 

View this post on Instagram

 

A post shared by MUSKAAN RAJPUT (@themuskaanrajput)

ଅଭିନୟ ବିଷୟରେ କହିଲେ ‘ବେଇନ୍ତହାଁ’ରେ ଟେଲିଭିଜନଜଗତରେ ପାଦ ଥାପିଥିଲେ ହର୍ଷଦ। ଶୋ’ରେ ଅଭିନେତ୍ରୀ ପ୍ରିତିକା ରାଓଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହାପରେ ସେ ‘ଥୋଡ଼ା ସା ବାଦଲ ଥୋଡା ସା ପାନୀ’ରେ ନଜର ଆସିଥିଲେ। ଶେଷଥର ଲାଗି ତାଙ୍କୁ ‘ଗୁମ୍‌ ହେ କିସି କେ ପ୍ୟାର ମେଁ’ରେ ଡା. ସତ୍ୟା ଭାବେ ଦେଖାଯାଇଥିଲା। ସେହିଭଳି ମୁସ୍କାନ ‘ନାଗିନ ୬’ରେ ଅଭିନୟ କରିଛନ୍ତି।

The post ୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ appeared first on Dharitri Odia News.