ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ

ପ୍ୟାରିସ,୩୦।୮: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇନାହାଁନ୍ତି, ବରଂ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ ଶୀତଲ ଦେବୀ ୫୯, ୫୯, ୫୮, ୫୬, ୫୯, ୫୭ ସ୍କୋର କରିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସେ ୬୦, ୫୭, ୬୦, ୫୯, ୬୦, ୫୯ ସ୍କୋର କରିଥିଲେ। ବର୍ତ୍ତମାନ ତାଙ୍କ ଆଖି ପାରାଲିମ୍ପିକ୍ସରେ ଭାରତ […] The post ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ appeared first on Dharitri Odia News.

ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ

ପ୍ୟାରିସ,୩୦।୮: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇନାହାଁନ୍ତି, ବରଂ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ ଶୀତଲ ଦେବୀ ୫୯, ୫୯, ୫୮, ୫୬, ୫୯, ୫୭ ସ୍କୋର କରିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସେ ୬୦, ୫୭, ୬୦, ୫୯, ୬୦, ୫୯ ସ୍କୋର କରିଥିଲେ। ବର୍ତ୍ତମାନ ତାଙ୍କ ଆଖି ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ଉପରେ ରହିଛି।

ବିନା ହାତରେ ତୀରନ୍ଦାଜ କରୁଥିବା ୧୬ ବର୍ଷୀୟ ଶୀତଲ ଦେବୀ ଓମେନ ଇଣ୍ଡିଭିଜୁଆଲ କପାଉଣ୍ଡ ଆର୍ଚେରୀର କ୍ୱାଲିଫିକେଶନରେ ସମ୍ଭାବ୍ୟ ୭୨୦ମଧ୍ୟରୁ ୭୦୩ ପଏଣ୍ଟ ହାସଲ କରିଛନ୍ତି। ଏହାକରି ସେ ୬୯୮ ପଏଣ୍ଟର ପୂର୍ବ ବିଶ୍ୱ ରେକର୍ଡ ଭାଙ୍ଗିଦେଇଛନ୍ତି। ତଥାପି, ତାଙ୍କର ରେକର୍ଡ ଅଧିକ ସମୟ ଧରି ରହିଲା ନାହିଁ । ତୁର୍କୀଙ୍କ କ୍ୟୁରି ର୍ଗିଡି ଆଉ ଏକ ପଏଣ୍ଟ ସ୍କୋର କରି ଶୀତଲଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଦେଇଥିଲେ।

ସାମଗ୍ରିକ ର଼୍ୟାଙ୍କିଙ୍ଗ ରାଉଣ୍ଡରେ ଶୀତଲ ଦେବୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୩୧ଅଗଷ୍ଟ ରାତି ୯ଟା ସମୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବେ । ଏହି କାର୍ଯ୍ୟକ୍ରମରେ ଭାରତର ସରିତା ମଧ୍ୟ ଭାଗ ନେଉଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟରେ ୬୮୨ ସ୍କୋର କରିଛନ୍ତି।

The post ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ appeared first on Dharitri Odia News.