ସକ୍ରିୟ ରାଜନୀତିକୁ ଫେରିବେ କି ସିଦ୍ଧୁ? ନିଜେ ଦେଲେ ଏହାର ଜବାବ
ଚଣ୍ଡିଗଡ଼,୨୨।୧୧: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବରେ ସକ୍ରିୟ ରାଜନୀତିକୁ ଫେରିବା କି ନା ଏମିତି ପ୍ରଶ୍ନର ସିଧାସଳଖ ଉତ୍ତରକୁ ଏଡ଼ାଇଥିବା ବେଳେ ଗୁରୁବାର କହିଛନ୍ତି ଯେ ତାଙ୍କ ଦଳର ହାଇକମାଣ୍ଡ ଏହାର ଉତ୍ତର ଦେଇପାରିବେ। କଂଗ୍ରେସର ପଞ୍ଜାବ ୟୁନିଟର ପୂର୍ବତନ ମୁଖ୍ୟ ସିଦ୍ଧୁ ଗତ କିଛି ମାସ ହେବ ଦଳ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପରେ ଭାଗ ନେଇ ନାହାଁନ୍ତି। ସେ ୨୦୨୪ ଲୋକ ସଭା ନିର୍ବାଚନ କିମ୍ବା ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ – ଗିଦରବାହା, […] The post ସକ୍ରିୟ ରାଜନୀତିକୁ ଫେରିବେ କି ସିଦ୍ଧୁ? ନିଜେ ଦେଲେ ଏହାର ଜବାବ appeared first on Dharitri Odia News.
ଚଣ୍ଡିଗଡ଼,୨୨।୧୧: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବରେ ସକ୍ରିୟ ରାଜନୀତିକୁ ଫେରିବା କି ନା ଏମିତି ପ୍ରଶ୍ନର ସିଧାସଳଖ ଉତ୍ତରକୁ ଏଡ଼ାଇଥିବା ବେଳେ ଗୁରୁବାର କହିଛନ୍ତି ଯେ ତାଙ୍କ ଦଳର ହାଇକମାଣ୍ଡ ଏହାର ଉତ୍ତର ଦେଇପାରିବେ। କଂଗ୍ରେସର ପଞ୍ଜାବ ୟୁନିଟର ପୂର୍ବତନ ମୁଖ୍ୟ ସିଦ୍ଧୁ ଗତ କିଛି ମାସ ହେବ ଦଳ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପରେ ଭାଗ ନେଇ ନାହାଁନ୍ତି। ସେ ୨୦୨୪ ଲୋକ ସଭା ନିର୍ବାଚନ କିମ୍ବା ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ – ଗିଦରବାହା, ବାର୍ନାଲା, ଡେରା ବାବା ନାନକ ଏବଂ ଚବ୍ବେୱାଲରେ ଅନୁଷ୍ଠିତ ଉପ-ନିର୍ବାଚନ ପାଇଁ ମଧ୍ୟ ପ୍ରଚାର କରିନାହାଁନ୍ତି।
ସକ୍ରିୟ ରାଜନୀତିକୁ ଫେରିବା ସହ ଜଡିତ ପ୍ରଶ୍ନର ଉତ୍ତରରେ ସିଦ୍ଧୁ କହିଛନ୍ତି ଯେ ମୋର ହାଇ କମାଣ୍ଡ ଏହାର ଉତ୍ତର ଦେଇପାରେ, ମୁଁ ପାରିବି ନାହିଁ।
ସୂଚନାଯୋଗ୍ୟ, ସିଦ୍ଧୁ ଅମୃତସରସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହାପୂର୍ବରୁ ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁ ବର୍ତ୍ତମାନ କର୍କଟ ରୋଗରୁ ମୁକ୍ତି ପାଇଛନ୍ତି। ସ୍ତ୍ରୀଙ୍କ କର୍କଟ ରୋଗରୁ ମୁକ୍ତି ବିଷୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ପ୍ରକୃତରେ ଗର୍ବିତ ଯେ ନୋନି (ତାଙ୍କ ସ୍ତ୍ରୀ) କୁ ଆଜି ମେଡିକାଲରେ କର୍କଟ ମୁକ୍ତ ଘୋଷିତ କରାଯାଇଛି। ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ନବଜୋତ କୌର ସିଦ୍ଧୁ ପ୍ରାୟ ଦୁଇ ବର୍ଷ ପୂର୍ବେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଛି। ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଏହି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ ନବଜୋତ ସିଂ ସିଦ୍ଧୁ ଏବଂ ତାଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ୨୦୨୨ରେ ଆମ ଆଦମୀ ପାର୍ଟିର ଜୀବନ ଜୌତ କୌର ଅମୃତସର ହାଲ୍କା ଇଷ୍ଟରୁ କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ପରାସ୍ତ କରି ଜିତିଥିଲେ। ସେବେଠାରୁ ସିଦ୍ଧୁ ରାଜନୀତିରେ ସକ୍ରିୟ ନଥିଲେ। ଲୋକ ସଭା ନିର୍ବାଚନ ସମୟରେ ମଧ୍ୟ ସିଦ୍ଧୁ ପଞ୍ଜାବରେ ଦେଖା ହୋଇନଥିଲେ। ଯେତେବେଳେ ତାଙ୍କ ସ୍ତ୍ରୀ କର୍କଟ ରୋଗ ସହ ଲଢୁଥିଲେ, ସେତେବେଳେ ନବଜୋତ ସିଂ ସିଦ୍ଧୁ ତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ।
The post ସକ୍ରିୟ ରାଜନୀତିକୁ ଫେରିବେ କି ସିଦ୍ଧୁ? ନିଜେ ଦେଲେ ଏହାର ଜବାବ appeared first on Dharitri Odia News.