ଆଇପିଏଲ୍ ୨୦୨୪ର ଦମ୍ଦାର୍ ବ୍ୟାଟର, ପୁରା ସିଜିନ୍ରେ କରିଛନ୍ତି ରେକର୍ଡ ବ୍ରେକ୍ ପର୍ଫମାନ୍ସ
ନୂଆଦିଲ୍ଲୀ ୩୦।୦୫: ସରିଛି ଆଇପିଏଲ୍, କିନ୍ତୁ କମିନି କ୍ରେଜ୍ । ଏବେ ବି ଲୋକଙ୍କ ଭିତରେ ଆଇପିଏଲ୍ ଫିଭର । ୨୦୨୪ ଆଇପିଏଲ୍ରେ ଭାଙ୍ଗିଛି ଅନେକ ରେକର୍ଡ । ସିଜିନ୍ରେ ଅନେକ ଥର ହୋଇଛି ୨୫୦ ରନ୍ରୁ ଅଧିକ ସ୍କୋର୍ । ଏହାବ୍ୟତୀତ ପୁରା ଆଇପିଏଲ୍ରେ ବର୍ଷିଛି ଚୌକା-ଛକା । ଏପରି କିଛି ବ୍ୟାଟର ରହିଛନ୍ତି ଯିଏକି ପୁରା ସିଜିନ୍ରେ ବୋଲଙ୍କ ପାଇଁ ପାଲଟିଛନ୍ତି ମୁଣ୍ଡବିନ୍ଧାର କାରଣ । ବୋଲରଙ୍କ ଦମଦାର୍ ପର୍ଫମାନ୍ସ ପରେ ବି ଏମାନେ ଲଗାଇଛନ୍ତି ଜବରଦସ୍ତ ଛକା-ଚୌକା...ଲିଷ୍ଟର ପ୍ରଥମରେ ରହିଛନ୍ତି ବିରାଟ କୋହଲି । ଆରସିବି ପାଇଁ ଖେଳୁଥିବା କୋହଲି ବ୍ୟାଟରଙ୍କ ଟପ୍ରେ ରହିଛନ୍ତି । ସେ ୧୫ ମ୍ୟାଚ୍ ଖେଳି ୭୪୧ ରନ୍ କରିଛନ୍ତି । ଯଦିଓ ବିରାଟଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ଏଲିମିନେଟରରୁ ଆଗକୁ ଯାଇପାରିନି, କିନ୍ତୁ କୋହଲି ନିଜ ବ୍ୟାଟିଙ୍ଗରେ କୌଣସି ସୁଯୋଗ ଛାଡିନାହାନ୍ତି । ସେ ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ରନ୍ କରି ହାତେଇଛନ୍ତି ଅରେଞ୍ଜ କ୍ୟାପ୍ ।ଏହାପଛକୁ ରହିଛନ୍ତି ସନ୍ରାଇଜର୍ସ ହାଇଦ୍ରାବାଦର ଓପନର୍ ଟ୍ରାଭିସ୍ ହେଡ୍ । ସେ ଚଳିତ ସିଜିନ୍ରେ କରିଛନ୍ତି ଶାନଦାର୍ ପର୍ଫମାନ୍ସ । ଟ୍ରାଭିସ୍ ହେଡ୍ ୧୬ଟି ମ୍ୟାଚ୍ରେ ୪୦.୫୦ ଆଭେରେଜ୍ ଏବଂ ୧୯୧.୫୫ର ଷ୍ଟ୍ରାଇକ୍ ରେଟ୍ରେ କରିଛନ୍ତି ଜବରଦସ୍ତ ରନ । କୋଲକତା ନାଇଟ୍ ରାଇଡର୍ସ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଚାଲିନଥିଲା ଟ୍ରାଭିସ୍ଙ୍କ
ନୂଆଦିଲ୍ଲୀ ୩୦।୦୫: ସରିଛି ଆଇପିଏଲ୍, କିନ୍ତୁ କମିନି କ୍ରେଜ୍ । ଏବେ ବି ଲୋକଙ୍କ ଭିତରେ ଆଇପିଏଲ୍ ଫିଭର । ୨୦୨୪ ଆଇପିଏଲ୍ରେ ଭାଙ୍ଗିଛି ଅନେକ ରେକର୍ଡ । ସିଜିନ୍ରେ ଅନେକ ଥର ହୋଇଛି ୨୫୦ ରନ୍ରୁ ଅଧିକ ସ୍କୋର୍ । ଏହାବ୍ୟତୀତ ପୁରା ଆଇପିଏଲ୍ରେ ବର୍ଷିଛି ଚୌକା-ଛକା । ଏପରି କିଛି ବ୍ୟାଟର ରହିଛନ୍ତି ଯିଏକି ପୁରା ସିଜିନ୍ରେ ବୋଲଙ୍କ ପାଇଁ ପାଲଟିଛନ୍ତି ମୁଣ୍ଡବିନ୍ଧାର କାରଣ । ବୋଲରଙ୍କ ଦମଦାର୍ ପର୍ଫମାନ୍ସ ପରେ ବି ଏମାନେ ଲଗାଇଛନ୍ତି ଜବରଦସ୍ତ ଛକା-ଚୌକା...

ଲିଷ୍ଟର ପ୍ରଥମରେ ରହିଛନ୍ତି ବିରାଟ କୋହଲି । ଆରସିବି ପାଇଁ ଖେଳୁଥିବା କୋହଲି ବ୍ୟାଟରଙ୍କ ଟପ୍ରେ ରହିଛନ୍ତି । ସେ ୧୫ ମ୍ୟାଚ୍ ଖେଳି ୭୪୧ ରନ୍ କରିଛନ୍ତି । ଯଦିଓ ବିରାଟଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ଏଲିମିନେଟରରୁ ଆଗକୁ ଯାଇପାରିନି, କିନ୍ତୁ କୋହଲି ନିଜ ବ୍ୟାଟିଙ୍ଗରେ କୌଣସି ସୁଯୋଗ ଛାଡିନାହାନ୍ତି । ସେ ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ରନ୍ କରି ହାତେଇଛନ୍ତି ଅରେଞ୍ଜ କ୍ୟାପ୍ ।

ଏହାପଛକୁ ରହିଛନ୍ତି ସନ୍ରାଇଜର୍ସ ହାଇଦ୍ରାବାଦର ଓପନର୍ ଟ୍ରାଭିସ୍ ହେଡ୍ । ସେ ଚଳିତ ସିଜିନ୍ରେ କରିଛନ୍ତି ଶାନଦାର୍ ପର୍ଫମାନ୍ସ । ଟ୍ରାଭିସ୍ ହେଡ୍ ୧୬ଟି ମ୍ୟାଚ୍ରେ ୪୦.୫୦ ଆଭେରେଜ୍ ଏବଂ ୧୯୧.୫୫ର ଷ୍ଟ୍ରାଇକ୍ ରେଟ୍ରେ କରିଛନ୍ତି ଜବରଦସ୍ତ ରନ । କୋଲକତା ନାଇଟ୍ ରାଇଡର୍ସ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଚାଲିନଥିଲା ଟ୍ରାଭିସ୍ଙ୍କ ବ୍ୟାଟ୍ । କିନ୍ତୁ ସେ ପୁରା ମ୍ୟାଚ୍ରେ କରିଛନ୍ତି ୫୬୭ ରନ୍ ।

ଏହାପଛକୁ ଅଛନ୍ତି ସନ୍ରାଇଜର୍ସ ହାଇଦ୍ରାବାଦର ଓପନର୍ ଅଭିଷେକ ଶର୍ମା । ସେ ଚଳିତ ସିଜିନ୍ରେ ନିଜର ନୂଆ ପରିଚୟ କରିବାରେ ହୋଇଛନ୍ତି ସଫଳ । ଅଭିଷେକ ୧୬ ମ୍ୟାଚ୍ରେ ୩୨.୨୭ ଆଭରେଜ୍ ଏବଂ ୨୦୪.୨୨ ଷ୍ଟ୍ରାଇକ୍ରେଟ୍ରେ କରିଛନ୍ତି ୪୮୪ ରନ୍ । ବାସ୍ତବରେ ଅଭିଷେକ ଶର୍ମାଙ୍କ ବ୍ୟାଟିଙ୍ଗରେ ଖୁବ୍ ପ୍ରଭାବିତ ହୋଇଛନ୍ତି ଦିଗ୍ଗଜ କ୍ରିକେଟର । କୁହାଯାଉଛି କି ଆଇପିଏଲରେ ଶାନଦାର୍ ପ୍ରଦର୍ଶନ ପରେ ଖୁବ୍ଶୀଘ୍ର ଟିମ୍ ଇଣ୍ଡିଆରେ ଏଣ୍ଟିର କରିପାରନ୍ତି ଏହି ଯୁବ ପ୍ଲେୟର ।

କେକେଆରକୁ ଚାମ୍ପିଅନ୍ କରିବାରେ ସୁନିଲ୍ ନାରିନ୍ଙ୍କର ରହିଛି ବଡ ଯୋଗଦାନ । ଏହି ଅଲ୍ରାଉଣ୍ଡର୍ ବ୍ୟାଟିଙ୍ଗ ବ୍ୟତୀତ ବୋଲିଙ୍ଗରେ ମଧ୍ୟ ଦେଖାଇଛନ୍ତି ଜଲଓ୍ବା । ନାରିନ୍ ୧୬ଟି ମ୍ୟାଚ୍ରେ ୩୪.୮୬ ଆଭରେଜ୍ ଏବଂ ୧୫୪.୭୦ର ଷ୍ଟ୍ରାଇକ୍ ରେଟ୍ରେ କରିଛନ୍ତି ୪୮୮ରନ୍ । ସୁନିଲ୍ ନାରିନ୍ ପାଖାପାଖି ସବୁ ମ୍ୟାଚ୍ରେ କେକେଆରକୁ ନିଜର ତୁଫାନ୍ ଆରମ୍ଭ ଦେଇଛନ୍ତି । ଚଳିତ ସିଜିନ୍ରେ ସୁନିଲ୍ ନାରିନ୍ ୩୩ଟି ଛକା ଏବଂ ୫୦ଟି ଚୌକା ଲଗାଇଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ର ଯୁବ ବ୍ୟାଟର ଜ୍ୟାକ୍ ଫ୍ରେଜର ମ୍ୟାକଗର୍ଗ । ଡେଭିଡ୍ ଓ୍ବାର୍ଣ୍ଣରଙ୍କ କାରଣରୁ ତାଙ୍କୁ ପ୍ରଥମରୁ ମିଳିନଥିଲା ଖେଳିବାର ମୌକା । କିନ୍ତୁ ଏହାପରେ ଯେତେବେଳେ ସୁଯୋଗ ମିଳିଥିଲା ସେତେବେଳେ ଦେଖାଇଥିଲେ କମାଲ୍ । ମ୍ୟାକ୍ଗର୍ଗ ଚଳିତ ସିଜିନ୍ରେ ଛକା-ଚୌକାର କରିଛନ୍ତି ବର୍ଷା । ସେ ୯ଟି ମ୍ୟାଚ୍ରେ ୨୩୪.୦୪ର ଷ୍ଟାଇକ୍ରେଟ୍ରେ କରିଛନ୍ତି ୩୩୦ ରନ୍ ।