ଭାରତର ଦୀର୍ଘତମ ରୋପ ୱେ୍: ଡେରାଡୁନ-ମସୁରୀ ୨ ଘଣ୍ଟାର ଯାତ୍ରା ମାତ୍ର ୨୦ ମିନିଟ୍ରେ ଶେଷ ହେବ
ନୂଆଦିଲ୍ଲୀ: ଡେରାଡୁନରୁ ମସୁରୀକୁ ଯୋଡ଼ୁଥିବା ଭାରତର ଦୀର୍ଘତମ ରୋପ ୱେ ସେପ୍ଟେମ୍ବର ୨୦୨୬ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ୫.୨ କିଲୋମିଟର ଦୀର୍ଘ ମୋନୋ କେବୁଲ ଡିଟେଚେବଲ୍ ଗଣ୍ଡୋଲା ସିଷ୍ଟମ ୧,୦୦୦ ମିଟର ଉପରକୁ ଉପରୁ ଡେରାଡୁନରୁ ମସୁରୀକୁ ସଂଯୋଗ କରିବ। ଫଳରେ ଡେରାଡୁନ ଏବଂ ମସୁରୀ ଯିବାକୁ ଲାଗୁଥିବା ଦୁଇ ଘଣ୍ଟା ସମୟ ମାତ୍ର ୨୦ ମିନିଟ୍ରେ ପୂରା ହୋଇଯିବ। ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ସଡ଼କ ପଥ ଦେଇ ଡେରାଡୁନ ମସୁରୀ ଯିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ। ହେଲେ ରୋପ ୱେ ଦ୍ୱାରା ଯାତ୍ରା ସମୟ ଖୁବ୍ କମିଯିବ। କେବଳ ସେତିକି ନୁହେଁ, ପର୍ଯ୍ୟଟନ ଶିଳ୍ପ ବୃଦ୍ଧି କରିବା ଏବଂ ଲୋକପ୍ରିୟ ପାହାଡ଼ ଷ୍ଟେସନକୁ ଯାଉଥିବା ପ୍ରାୟତଃ ଭିଡ଼ ରାସ୍ତା ପାଇଁ ଏକ ସୁବିଧାଜନକ ବିକଳ୍ପ ହୋଇପାରିବ। ଏହି ପ୍ରକଳ୍ପଟି ତିଆରି କରୁବାକୁ ଏଫ୍ଆଇଏ ଇଣ୍ଡଷ୍ଟ୍ରିଜ୍, ଏସ୍ଆର୍ଏମ୍ ଇଞ୍ଜିନିୟରିଂ ଏବଂ ଫ୍ରାନ୍ସ କମ୍ପାନୀ ପୋମା ସାସ୍ (POMA SAS) ମିଳିତ ଭାବେ କାମ କରୁଛନ୍ତି। ବର୍ଷସାରା ଏହି ରୋପୱେ ଚାଲିବାକୁ ଥିବା ବେଳେ ଏଥିରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଦ୍ୱାରା ଚାଳିତ ଜଳପ୍ରତିରୋଧୀ ଗଣ୍ଡୋଲା ସିଷ୍ଟମ ରହିବ। ୟୁରୋପୀୟ ସୁରକ୍ଷା ମାନଦଣ୍ଡ ପାଳନ କରି, ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସିଷ୍ଟମର ନିୟମିତ ଯାଞ୍ଚ କରାଯିବ। ପ୍ରତ୍ୟେକ କ୍ୟାବିନରେ ଦଶ ଜଣ ଯାତ୍ରୀ ବସିପାରିବେ, ଆରାମଦାୟକ ଯାତ୍ରା ପାଇଁ ଅଟୋମେଟିକ ଡୋର୍ ସହ ଭେଣ୍ଟିଲେସନ
ନୂଆଦିଲ୍ଲୀ: ଡେରାଡୁନରୁ ମସୁରୀକୁ ଯୋଡ଼ୁଥିବା ଭାରତର ଦୀର୍ଘତମ ରୋପ ୱେ ସେପ୍ଟେମ୍ବର ୨୦୨୬ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ୫.୨ କିଲୋମିଟର ଦୀର୍ଘ ମୋନୋ କେବୁଲ ଡିଟେଚେବଲ୍ ଗଣ୍ଡୋଲା ସିଷ୍ଟମ ୧,୦୦୦ ମିଟର ଉପରକୁ ଉପରୁ ଡେରାଡୁନରୁ ମସୁରୀକୁ ସଂଯୋଗ କରିବ। ଫଳରେ ଡେରାଡୁନ ଏବଂ ମସୁରୀ ଯିବାକୁ ଲାଗୁଥିବା ଦୁଇ ଘଣ୍ଟା ସମୟ ମାତ୍ର ୨୦ ମିନିଟ୍ରେ ପୂରା ହୋଇଯିବ।
ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ସଡ଼କ ପଥ ଦେଇ ଡେରାଡୁନ ମସୁରୀ ଯିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ। ହେଲେ ରୋପ ୱେ ଦ୍ୱାରା ଯାତ୍ରା ସମୟ ଖୁବ୍ କମିଯିବ। କେବଳ ସେତିକି ନୁହେଁ, ପର୍ଯ୍ୟଟନ ଶିଳ୍ପ ବୃଦ୍ଧି କରିବା ଏବଂ ଲୋକପ୍ରିୟ ପାହାଡ଼ ଷ୍ଟେସନକୁ ଯାଉଥିବା ପ୍ରାୟତଃ ଭିଡ଼ ରାସ୍ତା ପାଇଁ ଏକ ସୁବିଧାଜନକ ବିକଳ୍ପ ହୋଇପାରିବ। ଏହି ପ୍ରକଳ୍ପଟି ତିଆରି କରୁବାକୁ ଏଫ୍ଆଇଏ ଇଣ୍ଡଷ୍ଟ୍ରିଜ୍, ଏସ୍ଆର୍ଏମ୍ ଇଞ୍ଜିନିୟରିଂ ଏବଂ ଫ୍ରାନ୍ସ କମ୍ପାନୀ ପୋମା ସାସ୍ (POMA SAS) ମିଳିତ ଭାବେ କାମ କରୁଛନ୍ତି।

ବର୍ଷସାରା ଏହି ରୋପୱେ ଚାଲିବାକୁ ଥିବା ବେଳେ ଏଥିରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଦ୍ୱାରା ଚାଳିତ ଜଳପ୍ରତିରୋଧୀ ଗଣ୍ଡୋଲା ସିଷ୍ଟମ ରହିବ। ୟୁରୋପୀୟ ସୁରକ୍ଷା ମାନଦଣ୍ଡ ପାଳନ କରି, ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସିଷ୍ଟମର ନିୟମିତ ଯାଞ୍ଚ କରାଯିବ। ପ୍ରତ୍ୟେକ କ୍ୟାବିନରେ ଦଶ ଜଣ ଯାତ୍ରୀ ବସିପାରିବେ, ଆରାମଦାୟକ ଯାତ୍ରା ପାଇଁ ଅଟୋମେଟିକ ଡୋର୍ ସହ ଭେଣ୍ଟିଲେସନ ସୁବିଧା ରହିବ।
ପରିବେଶଗତ ଏବଂ ଆର୍ଥିକ ପ୍ରଭାବ
ସରକାର କରିଥିବା ଏହି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ରୋପୱେ ଦ୍ୱାରା ଯାନବାହାନ ଚଳାଚଳରେ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳରୁ ମୁକ୍ତି ମିଳିବ। ଏଥିସହିତ, ଭାରତରେ ଉତ୍ପାଦିତ ଉପାଦାନଗୁଡ଼ିକ ଘରୋଇ ଶିଳ୍ପ ଅଭିବୃଦ୍ଧିରେ ଯୋଗଦାନ ଦେବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉତ୍ତରାଖଣ୍ଡର ସ୍ଥାୟୀ ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବିକାଶ ପ୍ରତି ଥିବା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।