ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା…

ବାସୁଦେବପୁର,୨୭ା୭(କାଳୀପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତରେ ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ ଜେନା ହାଣି ଦେଇଛନ୍ତି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ନିକଟରେ ରକ୍ତଭିଜା ଲୁଗା ପଡ଼ିଥିବାବେଳେ ଖବର ପାଇ କଷିଆ ସାମୁଦ୍ରିକ ଥାନାଧିକାରୀ ସାବିତ୍ରୀ ପଣ୍ଡା ହାବିଲଦାର ରମେଶ ଚନ୍ଦ୍ର ନାୟକ ଅନ୍ୟ ପୋଲିସ […] The post ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା… appeared first on Dharitri Odia News.

ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା…

ବାସୁଦେବପୁର,୨୭ା୭(କାଳୀପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତରେ ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ ଜେନା ହାଣି ଦେଇଛନ୍ତି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ନିକଟରେ ରକ୍ତଭିଜା ଲୁଗା ପଡ଼ିଥିବାବେଳେ ଖବର ପାଇ କଷିଆ ସାମୁଦ୍ରିକ ଥାନାଧିକାରୀ ସାବିତ୍ରୀ ପଣ୍ଡା ହାବିଲଦାର ରମେଶ ଚନ୍ଦ୍ର ନାୟକ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଭଦ୍ରକରୁ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

The post ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା… appeared first on Dharitri Odia News.