ଯାତାୟତ ଠପ୍: ଯାତ୍ରୀ ହଇରାଣ
ତୁମୁଡିବନ୍ଧ,୨୧।୮(ଦୀପକ କୁମାର ପରାସେଠ): ସଂରକ୍ଷଣ ବଚାଓ ସଂଘର୍ଷ ସମିତିର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଆଜି ବୁଧବାର କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନିକଟରେ ଅନୁସୂଚିତ ଜାତି ଓ ଜନ ଜାତି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟକୁ ବିରୋଧ କରି ସକାଳ ୬ ଘଣ୍ଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତୁମୁଡିବନ୍ଧର ଆମ୍ବେଦକର ଛକଠାରେ ଅନୁସୂଚିତ ଜାତି ଓ ଜନଜାତି ତୁମୁଡିବନ୍ଧ ବ୍ଳକ ସମନ୍ବୟ କମିଟି ତରଫରୁ […] The post ଯାତାୟତ ଠପ୍: ଯାତ୍ରୀ ହଇରାଣ appeared first on Dharitri Odia News.
ତୁମୁଡିବନ୍ଧ,୨୧।୮(ଦୀପକ କୁମାର ପରାସେଠ): ସଂରକ୍ଷଣ ବଚାଓ ସଂଘର୍ଷ ସମିତିର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଆଜି ବୁଧବାର କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନିକଟରେ ଅନୁସୂଚିତ ଜାତି ଓ ଜନ ଜାତି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟକୁ ବିରୋଧ କରି ସକାଳ ୬ ଘଣ୍ଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତୁମୁଡିବନ୍ଧର ଆମ୍ବେଦକର ଛକଠାରେ ଅନୁସୂଚିତ ଜାତି ଓ ଜନଜାତି ତୁମୁଡିବନ୍ଧ ବ୍ଳକ ସମନ୍ବୟ କମିଟି ତରଫରୁ ରାସ୍ତା ଅବରୋଧ କରିବା ସହିତ ନାରାବାଜି କରି ହରତାଳ କରୁଥିବ ଦେଖିବାକୁ ମିଳିଛି।
ପ୍ରଥମେ ସମନ୍ବୟ କମିଟି ସକାଳ ୬ଟା ପିକଟିଂ କରି ତୁମୁଡିବନ୍ଧ ଦୋକାନ ବଜାର ବନ୍ଦ କରିବା ସହିତ ତୁମୁଡିବନ୍ଧରୁ ମୁନିଗୁଡ଼ା, ସଂଯୋଗ କରୁଥିବା ରାସ୍ତା, ତୁମୁଡିବନ୍ଧରୁ ଫୁଲବାଣୀ, ସଂଯୋଗ କରୁଥିବା ରାସ୍ତା ଓ ତୁମୁଡିବନ୍ଧରୁ ରାୟପୁର ସଂଯୋଗ କରୁଥିବା ରାସ୍ତକୁ ବଡ଼ ବଡ ପଥର, କାଠ ଓ ଷ୍ଟାଫ ପୋଷ୍ଟ ରଖି ରାସ୍ତ ଅବରୋଧ କରିଥିଲେ। ଦୁଇଚକିଆ ଯାନଠାରୁ ଆରମ୍ଭ କରି ଭାରିଯାନଗୁଡ଼ିକ ଉଭୟ ୩ ପାର୍ଶ୍ୱରେ ଅଟକି ରହିଥିଲା। ଯାହା ଫଳରେ ଯାତୟାତରେ ବାଧାପ୍ରାପ୍ତ ହେବା ସହିତ ଯାତ୍ରୀମାନେ ବହୁତ ହଇରାଣ ହୋଇଥିଲେ। ହେଲେ ସ୍ବାସ୍ଥ୍ୟଜନିତ ସେବା ପ୍ରଭାବିତ ନ ହେବା ପାଇଁ କମିଟି ତରଫରୁ ପୁରା ଧ୍ୟାନ ଦିଆ ଯାଇଥିଲା।
ଉକ୍ତ ବନ୍ଦ ପାଳନରେ ତୁମୁଡିବନ୍ଧ ବ୍ଳକ ଅନୁସୂଚିତ ଜାତି ଓ ଜନଜାତି ସମନ୍ବୟ କମିଟିର ସଦସ୍ୟ ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର, ନବୀନ ପାତ୍ର, ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ପ୍ରକାଶ ଚନ୍ଦ୍ର ପାତ୍ର, ଶିବରାମ ମାଝି, ଯୋହନ ବାରିକ, ପ୍ରମୋଦ କୁମାର ମାନ ସେଠ, ହୀରସିଂ ମଣ୍ଡଳ, ସୁଧୀର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇବା ପାଇଁ ତୁମୁଡିବନ୍ଧ ପୋଲିସ ଉପସ୍ଥିତି ରହିଥିଲେ।
The post ଯାତାୟତ ଠପ୍: ଯାତ୍ରୀ ହଇରାଣ appeared first on Dharitri Odia News.