ଏହି କାରଣ କହୁଛି ରାଜ୍ୟରେ ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ
ଭୁବନେଶ୍ୱର,୧୩।୩: ରାଜ୍ୟରେ ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଦିଲ୍ଲୀରେ ଭାଜପା ମେଣ୍ଟ ପାଇଁ କସରତ କରୁଥିବାବେଳେ ରାଜ୍ୟରେ ବିଜେଡି ନୀରବ ଭାବରେ ଆଲୋଚନା କରୁଛି। କିନ୍ତୁ କୌଣସି ଫଳଫଳ ସାମ୍ନାକୁ ଆସିନାହିଁ। ଏସବୁ ଭିତରେ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ସେଥିରେ ମଧ୍ୟ ଓଡିଶା ନାହିଁ। ଏଥିରୁ ଯାହା ଜଣାପଡୁଛି ରାଜ୍ୟରେ ଭାଜପା-ବିଜେଡି ମେଣ୍ଟ ହେବା ଏକପ୍ରକାର ନିଶ୍ଚିନ୍ତ। ଭାଜପା ପ୍ରଥମ ପର୍ଯ୍ୟାୟରେ ଦେଶର ୧୯୫ ଜଣ […] The post ଏହି କାରଣ କହୁଛି ରାଜ୍ୟରେ ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ appeared first on Dharitri Odia News.
ଭୁବନେଶ୍ୱର,୧୩।୩: ରାଜ୍ୟରେ ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଦିଲ୍ଲୀରେ ଭାଜପା ମେଣ୍ଟ ପାଇଁ କସରତ କରୁଥିବାବେଳେ ରାଜ୍ୟରେ ବିଜେଡି ନୀରବ ଭାବରେ ଆଲୋଚନା କରୁଛି। କିନ୍ତୁ କୌଣସି ଫଳଫଳ ସାମ୍ନାକୁ ଆସିନାହିଁ। ଏସବୁ ଭିତରେ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ସେଥିରେ ମଧ୍ୟ ଓଡିଶା ନାହିଁ। ଏଥିରୁ ଯାହା ଜଣାପଡୁଛି ରାଜ୍ୟରେ ଭାଜପା-ବିଜେଡି ମେଣ୍ଟ ହେବା ଏକପ୍ରକାର ନିଶ୍ଚିନ୍ତ। ଭାଜପା ପ୍ରଥମ ପର୍ଯ୍ୟାୟରେ ଦେଶର ୧୯୫ ଜଣ ଲୋକ ସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ସେଥିରେ ମଧ୍ୟ ଓଡିଶା ନ ଥିଲା।
ସୂଚନାଯୋଗ୍ୟ,ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁନି।
ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ଗତକାଲି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ରାଜ୍ୟ ଭାଜପାର ବୈଠକ ବସିଥିବାବେଳେ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘରେ ବୈଠକ ବସିଥିଲା। କିନ୍ତୁ ଏପର୍ଯ୍ୟନ୍ତ ମେଣ୍ଟ ନେଇ କୌଣସି ସୂଚନା ଆସିନାହିଁ। ଆସନ୍ତାକାଲି ନବୀନ ନିବାସରେ ମଧ୍ୟ ବିଜେଡିର ବରିଷ୍ଠ ନେତାଙ୍କୁ ଡକାଯାଇଛି। ଆଶା କରାଯାଉଛି ଗୁରୁବାର ସୁଦ୍ଧା ମେଣ୍ଟ ନେଇ କୌଣସି ନିଷ୍କର୍ଷ ବାହାରିପାରିବ।
The post ଏହି କାରଣ କହୁଛି ରାଜ୍ୟରେ ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ appeared first on Dharitri Odia News.