କେଜରିଓ୍ବାଲ ଜେଲରୁ ବାହାରକୁ ଆସିବା ପୂର୍ବରୁ ଇଡି ଯିବ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୬: ଅରବିନ୍ଦ କେଜରିୱାଲଙ୍କ ଜାମିନ ମାମଲାରେ ଟ୍ରାଏଲ କୋର୍ଟର ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସକାଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବ। ବାସ୍ତବରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅବକାଶ ପୀଠ ଅରବିନ୍ଦ କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଛି। ଜାମିନ ବଣ୍ଡ ଦାଖଲ ପ୍ରକ୍ରିୟାକୁ ୪୮ ଘଣ୍ଟା ସ୍ଥଗିତ ରଖିବାକୁ କୋର୍ଟ ଇଡିଙ୍କ ଅନୁରୋଧକୁ […] The post କେଜରିଓ୍ବାଲ ଜେଲରୁ ବାହାରକୁ ଆସିବା ପୂର୍ବରୁ ଇଡି ଯିବ ଦିଲ୍ଲୀ ହାଇକୋର୍ଟ appeared first on Dharitri Odia News.

କେଜରିଓ୍ବାଲ ଜେଲରୁ ବାହାରକୁ ଆସିବା ପୂର୍ବରୁ ଇଡି ଯିବ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୬: ଅରବିନ୍ଦ କେଜରିୱାଲଙ୍କ ଜାମିନ ମାମଲାରେ ଟ୍ରାଏଲ କୋର୍ଟର ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସକାଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବ। ବାସ୍ତବରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅବକାଶ ପୀଠ ଅରବିନ୍ଦ କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଛି। ଜାମିନ ବଣ୍ଡ ଦାଖଲ ପ୍ରକ୍ରିୟାକୁ ୪୮ ଘଣ୍ଟା ସ୍ଥଗିତ ରଖିବାକୁ କୋର୍ଟ ଇଡିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ବାତିଲ ହୋଇଥିବା ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ରେ ହୋଇଥିବା ଅନିୟମିତତା ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା। ଏହାପୂର୍ବରୁ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ମେ’ ୧୦ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ ୨ ରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ନ ଯିବାକୁ କୋର୍ଟ ତାଙ୍କୁ କହିଥିଲେ।

The post କେଜରିଓ୍ବାଲ ଜେଲରୁ ବାହାରକୁ ଆସିବା ପୂର୍ବରୁ ଇଡି ଯିବ ଦିଲ୍ଲୀ ହାଇକୋର୍ଟ appeared first on Dharitri Odia News.