ଘରକୁ ଫେରୁଥିବା ୧୦ ବର୍ଷୀୟ ଝିଅକୁ ଅପହରଣ ପରେ ଯୌନ ନିର୍ଯାତନା

ସିସିଟିଭିରୁ ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ଜଣେ ବ୍ୟକ୍ତି ହଠାତ୍‌ ତାଙ୍କ ପାଖରେ ପହଞ୍ଚିଥିଲା। ନାବାଳିକା କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ ତାଙ୍କ ମୁହଁକୁ ବନ୍ଦ କରି ରାସ୍ତାରୁ ଉଠାଇ ନେଇଥିଲା।

ଘରକୁ ଫେରୁଥିବା ୧୦ ବର୍ଷୀୟ ଝିଅକୁ ଅପହରଣ ପରେ ଯୌନ ନିର୍ଯାତନା

ଘରକୁ ଫେରିବା ବେଳେ ବିଚ୍‌ ରାସ୍ତାରୁ ଜଣେ ୧୦ ବର୍ଷୀୟ ଝିଅକୁ ଅପହରଣ କରାଯିବା ପରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଜଣେ ଅଜଣା ବ୍ୟକ୍ତି ଏପରି କରିଥିବା ବେଳେ ପୁଲିସ୍‌ ଏବେ ତାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ଜୁଲାଇ ୧୨ରେ ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ସିସିଟିଭିରୁ ଅଭିଯୁକ୍ତକୁ ଚିହ୍ନଟ କରି ପୁଲିସ୍‌ ତଦନ୍ତ ଜାରି ରଖିଥିଲେ ହେଁ ଏଯାଏ ତା’ ସମ୍ପର୍କରେ କୌଣସି ପତ୍ତା ମିଳି ନାହିଁ।

ପୁଲିସ୍‌ ସୂତ୍ର ଅନୁସାରେ, ନାବାଳିକା ଜଣଙ୍କ ଗୁମ୍ମିଡିପୋଣ୍ଡି ନିକଟ ଘରକୁ ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଥିଲା। ସିସିଟିଭିରୁ ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ଜଣେ ବ୍ୟକ୍ତି ହଠାତ୍‌ ତାଙ୍କ ପାଖରେ ପହଞ୍ଚିଥିଲା।

ନାବାଳିକା କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ ତାଙ୍କ ମୁହଁକୁ ବନ୍ଦ କରି ରାସ୍ତାରୁ ଉଠାଇ ନେଇଥିଲା। ପିଲାଟି ସାହାଯ୍ୟ ପାଇଁ ଚିତ୍କାର କରିବା କ୍ଷଣି ବ୍ୟକ୍ତି ଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଏହାପରେ ସେଠାରୁ ଚମ୍ପଟ ମାରିଥିଲା।

ଏତେ ସବୁ ଘଟଣା ପରେ ପିଲାଟି ଘରେ ପହଞ୍ଚିଥିଲା ଓ ପୂରା ଘଟଣା ତାଙ୍କ ଜେଜେ ମା’ଙ୍କୁ କହିଥିଲେ। ସେ ପୁଲିସ୍‌ ନିକଟରେ ଅଭିଯୋଗ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ପକ୍ଷରୁ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି ଓ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ପୁଲିସ୍‌ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ କରିଛି।