ଚିତ୍ରକଳା ମାଧ୍ୟମରେ ମାଂଜାସୂତା ବ୍ୟବହାର ନ କରିବାକୁ ଆହ୍ଵାନ
ନନ୍ଦିଘୋଷ ବ୍ୟୁରୋ: ମକର ଗୁଡି ଉଡା ପରମ୍ପରା କଟକ ସହରର ବହୁ ପୁରାତନ ପରମ୍ପରା। ତେବେ କିଛି ବର୍ଷ ହେବ... The post ଚିତ୍ରକଳା ମାଧ୍ୟମରେ ମାଂଜାସୂତା ବ୍ୟବହାର ନ କରିବାକୁ ଆହ୍ଵାନ appeared first on .
ନନ୍ଦିଘୋଷ ବ୍ୟୁରୋ: ମକର ଗୁଡି ଉଡା ପରମ୍ପରା କଟକ ସହରର ବହୁ ପୁରାତନ ପରମ୍ପରା। ତେବେ କିଛି ବର୍ଷ ହେବ ଗୁଡି ଉଡା ରେ ମଞ୍ଜା ସୂତା ର ବ୍ୟବହାର ଘାତକ ସାଜିଲାଣି। ଏହାକୁ ରୋକିବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି କିଛି ସଂଗଠନ ଓ ସ୍ବେଛାସେବୀ। ମକର ସଂକ୍ରାନ୍ତିରେ କୁନି କୁନି ପିଲାଙ୍କୁ ନେଇ ଗୁଡି ଉଡା ଉପରେ ଏକ ପେଣ୍ଟିଂ ଆୟୋଜନ କରି ସେମାନେ ନିରାପଦ ଗୁଡି ଉଡା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସନ୍ଦେଶ ଦେଉଛନ୍ତି।
କଟକ ସହରର ଗୁଡି ଉଡା ପରମ୍ପରା ବେଶ ପୁରୁଣା। କାହିଁ କେଉଁ କାଳରୁ ସହରର ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜାନୁୟାରୀ ମାସ ଯାକ ଗୁଡି ଉଡାରେ ମାତିଥାନ୍ତି। ତେବେ କିଛି ବର୍ଷ ହେବ ଗୁଡି ଉଡାରେ ଲାଇଲନ୍ ସୂତା ର ବ୍ୟବହାର ଘାତକ ସାବ୍ୟସ୍ତ ହେବା ସହ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏପରି ପରିସ୍ଥିତିରେ କଟକର କିଛି ସଂଗଠନ ଏବେ ଗୁଡି ଉଡା ନେଇ ସକରାତ୍ମକ ସଚେତନତା ସୃଷ୍ଚି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଓଡିଶା ଚିତ୍ରକଳା ଏକାଡେମୀର ସଦସ୍ୟ ମାନେ କଟକ ବେଲଭ୍ୟୁଠାରେ ଗୁଡିରେ ଗୁଡି, ଯାଆତୁ ଉଡି ନାମରେ ଏକ ସୁନ୍ଦର ଗୁଡି ଉଡା ପେଣ୍ଟିଂ ପ୍ରଦର୍ଶନୀର ଆୟୋଜନ କରିଛନ୍ତି। ପିଲାମାନେ ଏଥିରେ ତୁଳି ଓ ରଙ୍ଗ ସାହାଯ୍ୟରେ ନିରାପଦ ଗୁଡି ଉଡା ନେଇ ଅନେକ ସୁନ୍ଦର ସୁନ୍ଦର ପେଣ୍ଟିଂ ସବୁ କରିଥିଲେ।
ସେହିପରି ସହରର ସୂତାହାଟ ତନ୍ତିସାହୀର ଯୁବକମାନେ ପୋଙ୍ଗଲ ଅବସରରେ ସାହି ର ରାସ୍ତା ଉପରେ ସୂତା ଟାଙ୍ଗି ସେଥିରେ ସୁନ୍ଦର ସୁନ୍ଦର ଗୁଡି ସବୁ ସଜାଉଛନ୍ତି। ପୁରା ସାହି ସାରା ଏପରି ଗୁଡି ସଜେଇ ସେମାନେ କଟକ ର ଗୁଡି ଉଡା ପରମ୍ପରାକୁ ବଞ୍ଚାଇ ରଖିବାକୁ ସୁନ୍ଦର ବାର୍ତ୍ତା ଦେଉଛନ୍ତି।
The post ଚିତ୍ରକଳା ମାଧ୍ୟମରେ ମାଂଜାସୂତା ବ୍ୟବହାର ନ କରିବାକୁ ଆହ୍ଵାନ appeared first on .