ନବୀନଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା
ଭୁବନେଶ୍ବର: ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା... The post ନବୀନଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା appeared first on .
ଭୁବନେଶ୍ବର: ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା । ଏହି ଅବସରରେ ଏକାଠି ହୋଇ କାମ କରିବାକୁ ନବୀନ ସବୁ ନେତାଙ୍କୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ, ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନକୁ ସୁଦୃଢ କରନ୍ତୁ । ଲୋକମାନଙ୍କ ସେବା କରନ୍ତୁ । ବିଜୁ ଜନତା ଦଳ ପୁଣି କ୍ଷମତାକୁ ଫେରିବ ବୋଲି କହିଥିଲେ ନବୀନ । ଏହା ପୂର୍ବରୁ ଶଙ୍ଖ ଭବନରେ ଗଞ୍ଜାମର ବିଜେଡି ନେତାଙ୍କ ବୈଠକ ହୋଇଥିଲା ।
ନବୀନଙ୍କୁ ଭେଟିଥିବା ନେତାମାନେ ହେଲେ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବିଧାୟକ ବିକ୍ରମ ଆରୁଖ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ କିଛି ପୂର୍ବତନ ବିଧାୟକ ମଧ୍ଯ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ।
The post ନବୀନଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା appeared first on .