୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର ଆରଏସ୍‌ସି -୧୪ଗ୍ରାମରେ। ମୃତ ଝିଅଟି ହେଲା ବ୍ଲେଶି ରାଣୀ ଭତ୍ରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ସଞ୍ଜୀବ ଭତ୍ରା ଫେରାର ହୋଇଯାଇଛନ୍ତି। ସକାଳେ ରାଣୀ ପଡୋଶୀ ଘରେ ଖେଳୁଥିଲେ। ଏହି ସମୟରେ ସଞ୍ଜୀବ ଏକ ଛୁରୀ ଆଣି ନିଜ […] The post ୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା appeared first on Dharitri Odia News.

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର ଆରଏସ୍‌ସି -୧୪ଗ୍ରାମରେ। ମୃତ ଝିଅଟି ହେଲା ବ୍ଲେଶି ରାଣୀ ଭତ୍ରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ସଞ୍ଜୀବ ଭତ୍ରା ଫେରାର ହୋଇଯାଇଛନ୍ତି।

ସକାଳେ ରାଣୀ ପଡୋଶୀ ଘରେ ଖେଳୁଥିଲେ। ଏହି ସମୟରେ ସଞ୍ଜୀବ ଏକ ଛୁରୀ ଆଣି ନିଜ ଝିଅ ପେଟରେ ଭୁସି ଦେଇଥିଲେ। କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଝିଅର ଜେଜେ ବାପା ବିନୋଦ ଭତ୍ରା ଅଭିଯୋଗ କରଛନ୍ତି ଯେ, ମୋ ପୁଅ ତାର ଦ୍ୱିତୀୟ ସ୍ତ୍ରୀ କଥାରେ ପଡ଼ି ନିଜ ଝିଅକୁ ହତ୍ୟା କରିଛି।ପୋଲିସ ଘଟଣାର ତଦନ୍ତ କରିବା ସହ ସଞ୍ଜୀବଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

The post ୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା appeared first on Dharitri Odia News.