ମୌସୁମୀ ବାୟୁ ଆଣିଲା ଭଲ ବର୍ଷା, ଆଗାମୀ ୪ ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ
ଭୁବନେଶ୍ୱର ୨୭।୦୬ : ବଦଳିଲା ପାଗ। ଘୂର୍ଣ୍ଣିବଳୟ ଆଣିଲା ବର୍ଷା । ବୁଧବାର ଦକ୍ଷିଣରୁ ଉପକୂଳ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଢାଳିଛି । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ନୟାଗଡ଼ରେ ୧୧୦ ମିଲିମିଟର ବର୍ଷା ଅଜାଡ଼ିଛି । ପାରଳାଖେମୁଣ୍ଡିରେ ୭୦ ମିମି, ନବରଙ୍ଗପୁରରେ ୨୩, ଭୁବନେଶ୍ୱରରେ ୨୧.୩, ମାଲକାନଗିରିରେ ୧୭, ଟିଟିଲାଗଡ଼ରେ ୧୫, ଫୁଲବାଣୀରେ ୧୪, ଦାରିଙ୍ଗିବାଡ଼ରେ ୧୩ ମିମି ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱର ସହରରେ ଉବୁଟୁବୁ ସ୍ଥିତି କିଛି ସମୟ ପାଇଁ ଉପୁଜିଥିବା ବେଳେ ବଜ୍ରପାତରେ ରାଜ୍ୟରେ ୫ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି । ବର୍ଷା ପରେ ଅନେକ ଅଞ୍ଚଳରେ ତାତି ଓ ଗୁଳୁଗୁଳି ପ୍ରକୋପ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଆହୁରି ୪ ଦିନ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି। ବିସ୍ତୃତ ଅଞ୍ଚଳରେ ବର୍ଷା ହେବ। ଆସନ୍ତା ଦୁଇଦିନ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ବର୍ଷା ଲାଗି ରହିବ । ସେହିପରି ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର ସ୍ଥାନେ ପ୍ରବଳ ବର୍ଷା (୬୪.୫ ମିମ
ଭୁବନେଶ୍ୱର ୨୭।୦୬ : ବଦଳିଲା ପାଗ। ଘୂର୍ଣ୍ଣିବଳୟ ଆଣିଲା ବର୍ଷା । ବୁଧବାର ଦକ୍ଷିଣରୁ ଉପକୂଳ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଢାଳିଛି ।
ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ନୟାଗଡ଼ରେ ୧୧୦ ମିଲିମିଟର ବର୍ଷା ଅଜାଡ଼ିଛି । ପାରଳାଖେମୁଣ୍ଡିରେ ୭୦ ମିମି, ନବରଙ୍ଗପୁରରେ ୨୩, ଭୁବନେଶ୍ୱରରେ ୨୧.୩, ମାଲକାନଗିରିରେ ୧୭, ଟିଟିଲାଗଡ଼ରେ ୧୫, ଫୁଲବାଣୀରେ ୧୪, ଦାରିଙ୍ଗିବାଡ଼ରେ ୧୩ ମିମି ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱର ସହରରେ ଉବୁଟୁବୁ ସ୍ଥିତି କିଛି ସମୟ ପାଇଁ ଉପୁଜିଥିବା ବେଳେ ବଜ୍ରପାତରେ ରାଜ୍ୟରେ ୫ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି । ବର୍ଷା ପରେ ଅନେକ ଅଞ୍ଚଳରେ ତାତି ଓ ଗୁଳୁଗୁଳି ପ୍ରକୋପ କମିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ, ଆହୁରି ୪ ଦିନ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି। ବିସ୍ତୃତ ଅଞ୍ଚଳରେ ବର୍ଷା ହେବ। ଆସନ୍ତା ଦୁଇଦିନ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ବର୍ଷା ଲାଗି ରହିବ ।
ସେହିପରି ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର ସ୍ଥାନେ ପ୍ରବଳ ବର୍ଷା (୬୪.୫ ମିମିରୁ ୧୧୫ ମିମି ପର୍ଯ୍ୟନ୍ତ) ଆଶଙ୍କା ଅଛି। ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର (୧୧୫ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ ।
ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଅଛି । ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା (୬୪.୫ ମିମିରୁ ୧୧୫ ମିମି ପର୍ଯ୍ୟନ୍ତ) ସମ୍ଭାବନା ଅଛି । ନବରଙ୍ଗପୁର ଓ ନୂଆପଡ଼ାର ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା (୧୧୫ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ) ହୋଇପାରେ ।
ବିଭାଗ ପକ୍ଷରୁ ସତର୍କ କରାଯାଇଛି, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ୩୦-୪୦ କିଲୋମିଟର ବେଗରେ ପବନ ହୋଇପାରେ । ଶୁକ୍ରବାର ବି ଅଧା ଓଡ଼ିଶାରେ ଘଡ଼ଘଡ଼ି ସହ ୩୦-୪୦ କିମି ପବନ ଆଶଙ୍କା ଅଛି ।
ଆସନ୍ତା ୨୯ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୩୦ରୁ ବର୍ଷା ପରିମାଣ କ୍ରମଶଃ କମିବ । ୧ ଓ ୨ ତାରିଖରେ ଅଳ୍ପ ବର୍ଷା ହୋଇପାରେ ।
ବର୍ଷା ଯୋଗୁ ଏବେ ତାପମାତ୍ରା ଓ ଗୁଳୁଗୁଳି କମିବ । ରାଜ୍ୟର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । କୌଣସି ସ୍ଥାନରେ ପାରଦ ୩୮ ଡିଗ୍ରୀ ଟପିନାହିଁ । ଝାରସୁଗୁଡ଼ାରେ ପାରଦ ୩୭.୭ ଡିଗ୍ରୀ ସେଲସିୟସ୍ ଥିଲା, ଯାହାକି ରାଜ୍ୟରେ ସବୁଠୁ ଉତ୍ତପ୍ତ ଥିଲା । ସୁନ୍ଦରଗଡ଼, ପାରଳାଖେମୁଣ୍ଡି, ସୋନପୁରରେ ତାପମାତ୍ରା ୩୭.୪ ଡିଗ୍ରୀ ଛୁଇଁଥିଲା । ଉପକୂଳ ଓଡ଼ିଶାରେ ଭୁବନେଶ୍ୱରରେ ପାରଦ ୩୬ ଡିଗ୍ରୀ ଛୁଇଁଥିବାବେଳେ ବାଲେଶ୍ୱର, କଟକ, ଚାନ୍ଦବାଲିରେ ପାରଦ ୩୫ ଡିଗ୍ରୀ ପାର୍ କରିଥିଲା ।