ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା, ୧୧ ବିଟ୍‌ରେ ଗଣନା ଶେଷ

ବୌଦ୍ଧ ୨୪।୫: ନୟାଗଡ଼ ବନ୍ୟପ୍ରାଣୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ସରିଲା ବାଘ ଗଣନା । କୁଶଙ୍ଗ ବନାଞ୍ଚଳର ୧୧ଟି ବିଟ୍‌ରେ ସରିଲା ବାଘ ଗଣନା । କଲରାପତରିଆ ବାଘର ପାଦ ଚିହ୍ନ, ନଖ ରାମ୍ପୁଡ଼ା ଚିହ୍ନ ଓ ମଳ ଚିହ୍ନଟ । ୧୯ ତାରିଖରୁ ୬ଦିନ ଧରି ଚାଲିଥିଲା ବାଘ ଗଣନା । ଡିଜିଟାଲ ସର୍ଭେ ଆପ୍ ଓ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଚାଲିଥିବା ବାଘ ଗଣନା । କୁଶଙ୍ଗ ବନାଞ୍ଚଳରେ ୩ ସେକ୍ସନରେ ୩୩ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । ଗତ ୧୯ ତାରିଖରୁ ଡିଜିଟାଲ ସର୍ଭେ ଆପ୍‌ ସହିତ ଟ୍ରାପ୍ କ୍ୟାମେରା ମାଧ୍ୟମରେ ବାଘ ଗଣନା ଚାଲିଥିବା ବେଳେ ଗଣନା ପରେ ଗ୍ରିଡ୍ ପଏଣ୍ଟରେ କ୍ୟାମେରା ଲଗାଯାଇ ଆସନ୍ତା ୪୫ଦିନ ପର୍ଯ୍ୟନ୍ତ ବନ୍ୟପ୍ରାଣୀଙ୍କ ସର୍ଭେ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ଗଣନା କାର୍ଯ୍ୟ ମନିଟରିଂ ପାଇଁ ACFଙ୍କ ତତ୍ତ୍ଵାବଧାନରେ ଜାରି ରହିଥିବା ବେଳେ ବର୍ତ୍ତମାନ କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ୪୮ଟି ଗ୍ରୀଡ୍ ପଏଣ୍ଟରେ କ୍ୟାମେରା ଦ୍ଵାରା ବନ୍ୟପ୍ରାଣୀଙ୍କ ଗତିବିଧି ଯାଞ୍ଚ ପାଇଁ ପ୍ରକ୍ରିୟା ଜାରି ରହିଛି । କୁଶଙ୍ଗ ରେଞ୍ଜ ଫରେଷ୍ଟର ଶ୍ରୀନିବାସ କହଁରଙ୍କ ନେତୃତ୍ୱରେ ୧୧ଟି ବିଟ୍‌ରେ ୩୩ ଜଣ କର୍ମଚାରୀ ନିୟୋଜିତ ହୋଇ ବାଘ ଗଣନା ଚାଲିଥିବା ସୂଚନା ମିଳିଛି । ତେବେ ଗଣନା ପରେ ଅଭୟାରଣ୍ୟରେ ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖ

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା, ୧୧ ବିଟ୍‌ରେ ଗଣନା ଶେଷ

ବୌଦ୍ଧ ୨୪।୫ନୟାଗଡ଼ ବନ୍ୟପ୍ରାଣୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ସରିଲା ବାଘ ଗଣନା । କୁଶଙ୍ଗ ବନାଞ୍ଚଳର ୧୧ଟି ବିଟ୍‌ରେ ସରିଲା ବାଘ ଗଣନା । କଲରାପତରିଆ ବାଘର ପାଦ ଚିହ୍ନ, ନଖ ରାମ୍ପୁଡ଼ା ଚିହ୍ନ ଓ ମଳ ଚିହ୍ନଟ । ୧୯ ତାରିଖରୁ ୬ଦିନ ଧରି ଚାଲିଥିଲା ବାଘ ଗଣନା । ଡିଜିଟାଲ ସର୍ଭେ ଆପ୍ ଓ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଚାଲିଥିବା ବାଘ ଗଣନା । କୁଶଙ୍ଗ ବନାଞ୍ଚଳରେ ୩ ସେକ୍ସନରେ ୩୩ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । 

ଗତ ୧୯ ତାରିଖରୁ ଡିଜିଟାଲ ସର୍ଭେ ଆପ୍‌ ସହିତ ଟ୍ରାପ୍ କ୍ୟାମେରା ମାଧ୍ୟମରେ ବାଘ ଗଣନା ଚାଲିଥିବା ବେଳେ ଗଣନା ପରେ ଗ୍ରିଡ୍ ପଏଣ୍ଟରେ କ୍ୟାମେରା ଲଗାଯାଇ ଆସନ୍ତା ୪୫ଦିନ ପର୍ଯ୍ୟନ୍ତ ବନ୍ୟପ୍ରାଣୀଙ୍କ ସର୍ଭେ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ଗଣନା କାର୍ଯ୍ୟ ମନିଟରିଂ ପାଇଁ ACFଙ୍କ ତତ୍ତ୍ଵାବଧାନରେ ଜାରି ରହିଥିବା ବେଳେ ବର୍ତ୍ତମାନ କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ୪୮ଟି ଗ୍ରୀଡ୍ ପଏଣ୍ଟରେ କ୍ୟାମେରା ଦ୍ଵାରା ବନ୍ୟପ୍ରାଣୀଙ୍କ ଗତିବିଧି ଯାଞ୍ଚ ପାଇଁ ପ୍ରକ୍ରିୟା ଜାରି ରହିଛି । 

କୁଶଙ୍ଗ ରେଞ୍ଜ ଫରେଷ୍ଟର ଶ୍ରୀନିବାସ କହଁରଙ୍କ ନେତୃତ୍ୱରେ ୧୧ଟି ବିଟ୍‌ରେ ୩୩ ଜଣ କର୍ମଚାରୀ ନିୟୋଜିତ ହୋଇ ବାଘ ଗଣନା ଚାଲିଥିବା ସୂଚନା ମିଳିଛି । ତେବେ ଗଣନା ପରେ ଅଭୟାରଣ୍ୟରେ ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଏହି ପାଦ ଚିହ୍ନ କଲରାପତରିଆ ବାଘର ହୋଇଥିବା ନେଇ ଫରେଷ୍ଟର ସୂଚନା ଦେଇଛନ୍ତି । ସେହିପରି ଅଭୟାରଣ୍ୟରେ କେତୋଟି ବାଘ ଅଛନ୍ତି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଭାଲୁ, ସମ୍ବର, କୁଟୁରା, ଗୟଳ, ବାରହା, ଜଙ୍ଗଲୀ ବିରାଡ଼ି ଓ ବିଲୁଆ ଆଦି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି । 

You Can Read:

ସାମ୍ବାଦିକଙ୍କ ହାତ ବାନ୍ଧି ମରଣାନ୍ତକ ଆକ୍ରମଣ କଲେ ଠିକାଦାର, ପ୍ରତିବାଦରେ ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର