ଇଗ୍ନୋ ର ନାମଲେଖା ଅବଧି ଅଗଷ୍ଟ ୧୫ ତାରିଖ କୁ ବୃଦ୍ଧି

ଭୁବନେଶ୍ୱର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରେ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଆସନ୍ତା ୧୫ ତାରିଖକୁ ବୃଦ୍ଧି ପାଇଛି । ଏବେ ସମସ୍ତ ପ୍ରୋଗ୍ରାମରେ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଚାଲିଛି । ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ […]

ଇଗ୍ନୋ ର ନାମଲେଖା ଅବଧି ଅଗଷ୍ଟ ୧୫ ତାରିଖ କୁ ବୃଦ୍ଧି
ଇଗ୍ନୋ ର ନାମଲେଖା ଅବଧି ଅଗଷ୍ଟ ୧୫ ତାରିଖ କୁ ବୃଦ୍ଧି

ଭୁବନେଶ୍ୱର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରେ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଆସନ୍ତା ୧୫ ତାରିଖକୁ ବୃଦ୍ଧି ପାଇଛି । ଏବେ ସମସ୍ତ ପ୍ରୋଗ୍ରାମରେ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଚାଲିଛି । ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ।

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣର ଶେଷ ତାରିଖ ଚଳିତ ଅଗଷ୍ଟ ମାସ ୧୫ ତାରିଖକୁ ବୃଦ୍ଧି କରାଯାଇଛି। ଅଣ୍ଡରଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଯଥା କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ଯ (ସାଧାରଣ), ବିଭାଗରେ ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତିଆ ଆବେଦକଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋର ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ।