ଜେପିସିରେ ରାଜ୍ୟସଭାରୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସବା ନିର୍ବାଚନ ଏକ ସଙ୍ଗେ କରାଇବା ନେଇ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ ହୋଇଛି। ଏହି କମିଟିର ଅଧ୍ୟକ୍ଷତା କରିବେ ଲୋକସଭାବର ବିଜେପି ସାଂସଦ ପିପି ଚୌଧୁରୀ। ଜେପିସିରେ ପୂର୍ବରୁ ଲୋକସଭାରୁ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ଡ. ସମ୍ବିତ ପାତ୍ର ରହିଛନ୍ତି। ସେହିପରି ରାଜ୍ୟସାଭାରୁ ଓଡ଼ିଶାର ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ମାନସ ମଙ୍ଗରାଜଙ୍କ […]

ଜେପିସିରେ ରାଜ୍ୟସଭାରୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ
ଜେପିସିରେ ରାଜ୍ୟସଭାରୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସବା ନିର୍ବାଚନ ଏକ ସଙ୍ଗେ କରାଇବା ନେଇ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ ହୋଇଛି। ଏହି କମିଟିର ଅଧ୍ୟକ୍ଷତା କରିବେ ଲୋକସଭାବର ବିଜେପି ସାଂସଦ ପିପି ଚୌଧୁରୀ। ଜେପିସିରେ ପୂର୍ବରୁ ଲୋକସଭାରୁ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ଡ. ସମ୍ବିତ ପାତ୍ର ରହିଛନ୍ତି। ସେହିପରି ରାଜ୍ୟସାଭାରୁ ଓଡ଼ିଶାର ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ମାନସ ମଙ୍ଗରାଜଙ୍କ ସମେତ ରାଜ୍ୟସଭାର ୧୨ ଜଣ ସଦସ୍ୟ ଏହି କମିଟିରେ ରହିଛନ୍ତି। ଏହା ପୂର୍ବରୁ ଏକ ଦେଶ ଏକ ନିର୍ବାଚନ ବିଧେୟକକୁ ଲୋକସଭାରେ ସ୍ଵୀକାର କରାଯିବା ପରେ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି।

ମନୋନୀତ ହୋଇଥିବା ସଦସ୍ୟ ମାନେ ହେଲେ ୧୨ ଜଣ ସାଂସଦ ହେଲେ ମାନସ ମଙ୍ଗରାଜ, ଘନଶ୍ଯାମ ତିୱାରୀ, ଭୁବନେଶ୍ଵର କଲିତା, ଡ. କେ ଲକ୍ଷ୍ମଣ, କବିତା ପଟିଦାର, ସଂଜୟ ଝା, ରଣଦୀପ ସିଂହ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ, ସକେତ ଗୋଖଲେ, ପି. ୱିଲସନ, ସଂଜୟ ସିଂହ ଏବଂ ଭି. ବିଜୟସାଇ ରେଡ୍ଡୀ । ଏକ ଦେଶ ଏକ ନିର୍ବାଚନ ବିଲ ପାଇଁ ଗଠିତ ହୋଇଛି ୩୯ ଜଣିଆ ଜେପିସି ।