ବିରୋଧୀ ଦଳ ଉପନେତାଙ୍କ କଟାକ୍ଷର ଜବାବ ଦେଲା ବିଜେପି, ‘ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର’

ଭୁବନେଶ୍ବର ୩୦।୩: ଓଡ଼ିଆ ପକ୍ଷ ପାଳନକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କଟାକ୍ଷ ପ୍ରସଙ୍ଗରେ ଜବାବ ରଖିଲେ ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, ନାଲି ଚଷମା ପିନ୍ଧିଥିବା ଲୋକଙ୍କୁ ସମଗ୍ର ଦୁନିଆଟା ନାଲି ହିଁ ଦେଖାଯିବ । ୨୪ ବର୍ଷ ହେଲା ଅସ୍ମିତା ଅର୍ଥ ବୁଝିପାରିଲେ ନାହିଁ । ୨୪ବର୍ଷ ଧରି ଶାସନ ଗାଡ଼ିର ଷ୍ଟିୟରିଂ ଧରିଥିଲେ । ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା  ରହିବା ଦରକାର । ଅସ୍ମିତାକୁ ନେଇ ସେମାନେ ଅଲଗା ଅର୍ଥରେ ଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ ବୋଲି  ବିରୋଧୀ ଦଳ ଉପନେତାଙ୍କୁ ଜବାବ ଦେଇଛନ୍ତି ବାବୁ ସିଂ ।   ଉଡ୍ର, ଉତ୍କଳ, କଳିଙ୍ଗ, ଓଡ଼ିଶା ନେଇ ସମନ୍ଵୟ  ରହିଛି । ଆମ ସମନ୍ୱୟର ଠାକୁର କାଳିଆ ଠାକୁର ବୋଲି କହିଛନ୍ତି । ମତ ପାର୍ଥକ୍ୟ ରହିବା ଅନୁଚିତ ବୋଲି ସେ କହିଛନ୍ତି ।You Can Read:ଓଡ଼ିଆ ପକ୍ଷ ପାଳନକୁ ନେଇ ବିଜେଡିର କଟାକ୍ଷ, ପ୍ରସନ୍ନ ଆଚାର୍ଯ୍ୟ କହିଲେ- ‘ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ’

ବିରୋଧୀ ଦଳ ଉପନେତାଙ୍କ କଟାକ୍ଷର ଜବାବ ଦେଲା ବିଜେପି, ‘ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର’

ଭୁବନେଶ୍ବର ୩୦।୩: ଓଡ଼ିଆ ପକ୍ଷ ପାଳନକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କଟାକ୍ଷ ପ୍ରସଙ୍ଗରେ ଜବାବ ରଖିଲେ ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, ନାଲି ଚଷମା ପିନ୍ଧିଥିବା ଲୋକଙ୍କୁ ସମଗ୍ର ଦୁନିଆଟା ନାଲି ହିଁ ଦେଖାଯିବ । ୨୪ ବର୍ଷ ହେଲା ଅସ୍ମିତା ଅର୍ଥ ବୁଝିପାରିଲେ ନାହିଁ । ୨୪ବର୍ଷ ଧରି ଶାସନ ଗାଡ଼ିର ଷ୍ଟିୟରିଂ ଧରିଥିଲେ । ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା  ରହିବା ଦରକାର । ଅସ୍ମିତାକୁ ନେଇ ସେମାନେ ଅଲଗା ଅର୍ଥରେ ଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ ବୋଲି  ବିରୋଧୀ ଦଳ ଉପନେତାଙ୍କୁ ଜବାବ ଦେଇଛନ୍ତି ବାବୁ ସିଂ ।   ଉଡ୍ର, ଉତ୍କଳ, କଳିଙ୍ଗ, ଓଡ଼ିଶା ନେଇ ସମନ୍ଵୟ  ରହିଛି । ଆମ ସମନ୍ୱୟର ଠାକୁର କାଳିଆ ଠାକୁର ବୋଲି କହିଛନ୍ତି । ମତ ପାର୍ଥକ୍ୟ ରହିବା ଅନୁଚିତ ବୋଲି ସେ କହିଛନ୍ତି ।


You Can Read:

ଓଡ଼ିଆ ପକ୍ଷ ପାଳନକୁ ନେଇ ବିଜେଡିର କଟାକ୍ଷ, ପ୍ରସନ୍ନ ଆଚାର୍ଯ୍ୟ କହିଲେ- ‘ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ’