ନିଜ ରକ୍ତରେ ବାପା-ମାଆଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଅମିତ୍

ଯାଜପୁର: ନିଜ ରକ୍ତରେ ମାଆ ବାପାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯାଜପୁରର ଅମିତ କୁମାର ପୃଷ୍ଟି। ଚିତ୍ର ଅନେକ ସମୟରେ ଅଙ୍କା ଯାଇଥାଏ ଯାହା ମଣିଷ ଜୀବନର ବାସ୍ତବତା କଣ ତାହା ଜଣେଇ ଦେଇଥାଏ । ଦେଶ ବିଦେଶରୁ ଅନେକ ଭିନ୍ନ ଚିତ୍ର ନଜର ଆସିଥାଏ। ଏମିତି ଏକ ଚିତ୍ର ଯାଜପୁରରେ ଦେଖିବାକୁ ମିଳିଛି। ଯିଏ କି ନିଜ ରକ୍ତରେ ମାଆ ବାପାଙ୍କ ଚିତ୍ର ଆଙ୍କିଛନ୍ତି। Also read- ବିଶ୍ୱ ଦେଖିବ ଓଡ଼ିଶାର ବାନ୍ଧକଳା, ରାମଲଲାଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ ଶାଢୀ ଯାଜପୁର ଜିଲ୍ଲା ଉପକଣ୍ଠ ଡ଼ୁବୁରୀ ଅଞ୍ଚଳରେ ନିଜ ଚିତ୍ରକଳାକୁ ନେଇ ଏବେ ଚର୍ଚ୍ଚାରେ ଅମିତ। କେବଳ ସେତିକି ନୁହେଁ ଏମିତି ମହାରାଷ୍ଟ୍ରରେ ହେଉଥିବା ଇଣ୍ଡିଆନ ଆର୍ଟ ପ୍ରତିଯୋଗିତାରେ ସାରା ଭାରତରେ ତାଙ୍କ ଚିତ୍ର ୧୧ ନମ୍ବର ସ୍ଥାନ ଅଧିକାର କରିଛି। ଅମିତଙ୍କ କହିବା ଅନୁସାରେ ଏହି ଚିତ୍ରକଳାରେ ତାଙ୍କର ଗୁରୁ କେହି ନାହାନ୍ତି। ୟୁଟ୍ୟୁବ୍ ମାଧ୍ୟମରେ ଶିଖି ଏହି ପାରମ୍ପପାରିବ କଳାକୁ ବଞ୍ଚାଇରଖିଛନ୍ତି । ପାଠରେ ବି ସେ କମ ନୁହଁନ୍ତି।  ପିଲାଟି ବେଳୁ ଏଥିପ୍ରତି ତାଙ୍କର ଆଗ୍ରହ ଜାଣିବାକୁ ପାଇଥିଲେ ଘର ଲୋକେ । ଇଣ୍ଟରନେଟରେ  ଚିତ୍ରକୁ ଦେଖିବା ଫଳରେ ସେହିଠାରୁ ଆରମ୍ଭ ହୋଇଥାଏ ତାଙ୍କର ଚିତ୍ର କଳାର ଯାତ୍ରା। ଏହାକୁ ନେଇ ସେଭବିଷ୍ୟତ ଗଢିବାର ଆଶା ରଖିଛନ୍ତି ସେ । ଅନେକ ପିଲାଙ୍କର ଡାକ୍ତର, ଇଂଜିନୟର ହେବାର ସ୍ବପ୍ନ ଥିବା ବେଳେ ଅମିତ କୁହନ୍ତି ଓଡିଶା ର ଏହି କଳା କୁ

ନିଜ ରକ୍ତରେ ବାପା-ମାଆଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଅମିତ୍

ଯାଜପୁର: ନିଜ ରକ୍ତରେ ମାଆ ବାପାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯାଜପୁରର ଅମିତ କୁମାର ପୃଷ୍ଟି। ଚିତ୍ର ଅନେକ ସମୟରେ ଅଙ୍କା ଯାଇଥାଏ ଯାହା ମଣିଷ ଜୀବନର ବାସ୍ତବତା କଣ ତାହା ଜଣେଇ ଦେଇଥାଏ । ଦେଶ ବିଦେଶରୁ ଅନେକ ଭିନ୍ନ ଚିତ୍ର ନଜର ଆସିଥାଏ। ଏମିତି ଏକ ଚିତ୍ର ଯାଜପୁରରେ ଦେଖିବାକୁ ମିଳିଛି। ଯିଏ କି ନିଜ ରକ୍ତରେ ମାଆ ବାପାଙ୍କ ଚିତ୍ର ଆଙ୍କିଛନ୍ତି।

Also read- ବିଶ୍ୱ ଦେଖିବ ଓଡ଼ିଶାର ବାନ୍ଧକଳା, ରାମଲଲାଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ ଶାଢୀ

ଯାଜପୁର ଜିଲ୍ଲା ଉପକଣ୍ଠ ଡ଼ୁବୁରୀ ଅଞ୍ଚଳରେ ନିଜ ଚିତ୍ରକଳାକୁ ନେଇ ଏବେ ଚର୍ଚ୍ଚାରେ ଅମିତ। କେବଳ ସେତିକି ନୁହେଁ ଏମିତି ମହାରାଷ୍ଟ୍ରରେ ହେଉଥିବା ଇଣ୍ଡିଆନ ଆର୍ଟ ପ୍ରତିଯୋଗିତାରେ ସାରା ଭାରତରେ ତାଙ୍କ ଚିତ୍ର ୧୧ ନମ୍ବର ସ୍ଥାନ ଅଧିକାର କରିଛି। ଅମିତଙ୍କ କହିବା ଅନୁସାରେ ଏହି ଚିତ୍ରକଳାରେ ତାଙ୍କର ଗୁରୁ କେହି ନାହାନ୍ତି। ୟୁଟ୍ୟୁବ୍ ମାଧ୍ୟମରେ ଶିଖି ଏହି ପାରମ୍ପପାରିବ କଳାକୁ ବଞ୍ଚାଇରଖିଛନ୍ତି । ପାଠରେ ବି ସେ କମ ନୁହଁନ୍ତି।  ପିଲାଟି ବେଳୁ ଏଥିପ୍ରତି ତାଙ୍କର ଆଗ୍ରହ ଜାଣିବାକୁ ପାଇଥିଲେ ଘର ଲୋକେ ।

ଇଣ୍ଟରନେଟରେ  ଚିତ୍ରକୁ ଦେଖିବା ଫଳରେ ସେହିଠାରୁ ଆରମ୍ଭ ହୋଇଥାଏ ତାଙ୍କର ଚିତ୍ର କଳାର ଯାତ୍ରା। ଏହାକୁ ନେଇ ସେଭବିଷ୍ୟତ ଗଢିବାର ଆଶା ରଖିଛନ୍ତି ସେ । ଅନେକ ପିଲାଙ୍କର ଡାକ୍ତର, ଇଂଜିନୟର ହେବାର ସ୍ବପ୍ନ ଥିବା ବେଳେ ଅମିତ କୁହନ୍ତି ଓଡିଶା ର ଏହି କଳା କୁ ନେଇ ସେ ଅନେକ ସ୍ବପ୍ନ ଦେଖିଛନ୍ତି । ପୁଅର ଏହି ସଫଳତା ପାଇଁ ବାପା ମାଆ ବହୁତ ଖୁସି ଥିବା କହିଛନ୍ତି।

The post ନିଜ ରକ୍ତରେ ବାପା-ମାଆଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଅମିତ୍ appeared first on Prameya News7.