ମୁଁ ବି ବହୁତ ନିରାଶ ଥିଲି…କାହିଁକି ଏମିତି କହିଲେ ଶୁବମନ ଗିଲ୍‌

ରାଞ୍ଚି,୨୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୨ଟି ମ୍ୟାଚ ଜିତି ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ଦୁଇ ଦଳ ମଧ୍ୟରେ ଚତୁର୍ଥ ମ୍ୟାଚ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତର ଯୁବ ପ୍ରତିଭାବାନ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ନିଜର ଖରାପ ଫର୍ମରୁ ଫେରିବା ପରେ ନିଜ ମନ କଥା କହିଛନ୍ତି। ବିଶାଖାପାଟନମରେ ଦ୍ୱିତୀୟ […] The post ମୁଁ ବି ବହୁତ ନିରାଶ ଥିଲି…କାହିଁକି ଏମିତି କହିଲେ ଶୁବମନ ଗିଲ୍‌ appeared first on Dharitri Odia News.

ମୁଁ ବି ବହୁତ ନିରାଶ ଥିଲି…କାହିଁକି ଏମିତି କହିଲେ ଶୁବମନ ଗିଲ୍‌

ରାଞ୍ଚି,୨୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୨ଟି ମ୍ୟାଚ ଜିତି ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ଦୁଇ ଦଳ ମଧ୍ୟରେ ଚତୁର୍ଥ ମ୍ୟାଚ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତର ଯୁବ ପ୍ରତିଭାବାନ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ନିଜର ଖରାପ ଫର୍ମରୁ ଫେରିବା ପରେ ନିଜ ମନ କଥା କହିଛନ୍ତି।
ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ଶତକ ହାସଲ କରି ଫର୍ମକୁ ଫେରିଥିବା ଶୁବମନ ଗିଲ ରାଞ୍ଚି ମ୍ୟାଚ ପୂର୍ବରୁ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ଆଶା ପୂରଣ ନ କରିବା ଟିକେ କଷ୍ଟସାଧ୍ୟ ଥିଲା। ଯେତେବେଳେ ବାହାରେ ବସିଥିବା ଲୋକମାନେ ଏହି ବିଷୟରେ କଥାବାର୍ତ୍ତା କରନ୍ତି, ଏହାର ମୋ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ କିନ୍ତୁ ମୁଁ ଟିକିଏ ନିରାଶ ହୋଇଥିଲି କାରଣ ମୁଁ ନିଜଠାରୁ ଯାହା ଆଶା କରିଥିଲି ତାହା ପୂରଣ କରିପାରି ନ ଥିଲି। କିନ୍ତୁ ମୁଁ ଭାବୁନାହିଁ ଏହା ମୋର ମାନସିକତାକୁ ବଦଳାଇ ଦେଇଛି। ମୋର ତଥାପି ନିଜ ପାଇଁ ଭରସା ଅଛି। ଅତୀତକୁ ଭୁଲିଯିବା ଏବଂ ପରବର୍ତ୍ତୀ ଆହ୍ବାନ ପାଇଁ ମୁଁ ପ୍ରସ୍ତୁତ।
ବିଶାଖାପାଟନମ ଟେଷ୍ଟର ଦ୍ୱିତୀୟ ଇନିଂସ ପୂର୍ବରୁ ଶୁବମନ ଗିଲ ଟେଷ୍ଟରେ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ। ଏହି ଟେଷ୍ଟ ପୂର୍ବରୁ ସେ ଗତ ୧୧ ଟେଷ୍ଟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ଅନେକ କ୍ରିକେଟ କିମ୍ବଦନ୍ତୀ ଏବଂ ପ୍ରଶଂସକମାନେ ଦଳରେ ତାଙ୍କ ସ୍ଥାନ ବିଷୟରେ ପ୍ରଶ୍ନ ଉଠାଉଥିଲେ। ତେବେ ଗିଲ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବ୍ୟାଟ ସହିତ ତାଙ୍କ ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ।

The post ମୁଁ ବି ବହୁତ ନିରାଶ ଥିଲି…କାହିଁକି ଏମିତି କହିଲେ ଶୁବମନ ଗିଲ୍‌ appeared first on Dharitri Odia News.