ଶତ୍ରୁର ଡ୍ରୋନ୍‌କୁ ମାରି ଖସାଇବା ସିଷ୍ଟମ ତିଆରି କରେ ଏହି କମ୍ପାନୀ , ମାସକରେ ବଢିଲା ୬୧ ପ୍ରତିଶତ ସେୟାର

ନୂଆଦିଲ୍ଲୀ – ଶତ୍ରୁର ଡ୍ରୋନ୍‌କୁ ମାରି ଖସାଉ ଥିବା ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ତିଆରି କରୁଥିବା କମ୍ପାନୀ ଜେନ ଟେକ୍ନୋଲଜିଜ୍‌ର ସେୟାରରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। ଜେନ୍‌ ଟେକ୍ନୋଲଜିଜ୍‌ର ସେୟାର ବୁଧବାର ବିଏସଇରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ସହ ୨୨୨୯.୮୦ ଟଙ୍କାରେ ବନ୍ଦ ହୋଇଛି। ଗତ ଏକ ମାସରେ ଜେନ୍‌ ଟେକ୍ନୋଲଜିଜ୍‌ର ସେୟାରରେ ୬୧ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନୀର ସେୟାରର ଏହି ଅବଧିରେ ୧୩୭୮.୫୫ ଟଙ୍କାରୁ ବଢି ୨୨୦୦ ଟଙ୍କା ଅତିକ୍ରମ କରିଛି। ଗତ ପାଞ୍ଚ ବର୍ଷରେ ମଲ୍ଟିବ୍ୟାଗର କମ୍ପାନୀର ସେୟାରରେ ୫୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଆସିଛି।ସ୍ମଲକ୍ୟାପ୍‌ କମ୍ପାନୀ ଜେନ୍‌ ଟେକ୍ନୋଲଜିଜ୍‌ ଲିମିଟେଡ୍‌ର ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ଡ୍ରୋନ୍ସର ଠାବ କରିବା, ପ୍ୟାସିଭ୍‌ ସର୍ଭେଲନ୍ସ ଓ କ୍ୟାମେରା ସେନ୍ସର୍ସରେ ଡ୍ରୋନ୍‌ର କ୍ଲାସିଫିକେସନ ଓ ଟ୍ରାକିଂ କରିବା , ଡ୍ରୋନ୍‌ କମ୍ୟୁନିକେସନକୁ ଜାମ୍‌ କରି ବିପଦକୁ ନାଶ କରିବା କାମ କରିଥାଏ। ଜେନ୍ ଟେକ୍ନୋଲଜିଜ୍‌ର ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ବହୁ-ସ୍ତରୀୟ ଓ ଅନେକ ସେନ୍ସର ଯୁକ୍ତ ଆର୍କିଟେକ୍ଚର। ଏହା ଡ୍ରୋନ୍‌ ହମଲା ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରିଥାଏ। ଯଦି ସିଷ୍ଟମର ମଲଟି ସେନ୍ସର ସେଟଅପ୍‌ର ମଡ୍ୟୁଲ୍ସର କଥା କହିବା ତ ଏଥିରେ ଆରଏଫ୍‌ ଆଧାରିତ ଡ୍ରୋନ୍‌ ଡିଟେକ୍ଟର , ଭିଡ଼ିଓ ଆଧାରିତ ଡ୍ରୋନ୍‌ ଆଇଣ୍ଡେଣ୍ଟିଫିକେସନ ଆଣ୍ଡ ଟ୍ରାକିଂ , ରାଡାର ,

ଶତ୍ରୁର ଡ୍ରୋନ୍‌କୁ ମାରି ଖସାଇବା ସିଷ୍ଟମ ତିଆରି କରେ ଏହି କମ୍ପାନୀ , ମାସକରେ ବଢିଲା ୬୧ ପ୍ରତିଶତ ସେୟାର

ନୂଆଦିଲ୍ଲୀ – ଶତ୍ରୁର ଡ୍ରୋନ୍‌କୁ ମାରି ଖସାଉ ଥିବା ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ତିଆରି କରୁଥିବା କମ୍ପାନୀ ଜେନ ଟେକ୍ନୋଲଜିଜ୍‌ର ସେୟାରରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। ଜେନ୍‌ ଟେକ୍ନୋଲଜିଜ୍‌ର ସେୟାର ବୁଧବାର ବିଏସଇରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ସହ ୨୨୨୯.୮୦ ଟଙ୍କାରେ ବନ୍ଦ ହୋଇଛି। ଗତ ଏକ ମାସରେ ଜେନ୍‌ ଟେକ୍ନୋଲଜିଜ୍‌ର ସେୟାରରେ ୬୧ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନୀର ସେୟାରର ଏହି ଅବଧିରେ ୧୩୭୮.୫୫ ଟଙ୍କାରୁ ବଢି ୨୨୦୦ ଟଙ୍କା ଅତିକ୍ରମ କରିଛି। ଗତ ପାଞ୍ଚ ବର୍ଷରେ ମଲ୍ଟିବ୍ୟାଗର କମ୍ପାନୀର ସେୟାରରେ ୫୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଆସିଛି।

ସ୍ମଲକ୍ୟାପ୍‌ କମ୍ପାନୀ ଜେନ୍‌ ଟେକ୍ନୋଲଜିଜ୍‌ ଲିମିଟେଡ୍‌ର ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ଡ୍ରୋନ୍ସର ଠାବ କରିବା, ପ୍ୟାସିଭ୍‌ ସର୍ଭେଲନ୍ସ ଓ କ୍ୟାମେରା ସେନ୍ସର୍ସରେ ଡ୍ରୋନ୍‌ର କ୍ଲାସିଫିକେସନ ଓ ଟ୍ରାକିଂ କରିବା , ଡ୍ରୋନ୍‌ କମ୍ୟୁନିକେସନକୁ ଜାମ୍‌ କରି ବିପଦକୁ ନାଶ କରିବା କାମ କରିଥାଏ। ଜେନ୍ ଟେକ୍ନୋଲଜିଜ୍‌ର ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ବହୁ-ସ୍ତରୀୟ ଓ ଅନେକ ସେନ୍ସର ଯୁକ୍ତ ଆର୍କିଟେକ୍ଚର। ଏହା ଡ୍ରୋନ୍‌ ହମଲା ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରିଥାଏ। ଯଦି ସିଷ୍ଟମର ମଲଟି ସେନ୍ସର ସେଟଅପ୍‌ର ମଡ୍ୟୁଲ୍ସର କଥା କହିବା ତ ଏଥିରେ ଆରଏଫ୍‌ ଆଧାରିତ ଡ୍ରୋନ୍‌ ଡିଟେକ୍ଟର , ଭିଡ଼ିଓ ଆଧାରିତ ଡ୍ରୋନ୍‌ ଆଇଣ୍ଡେଣ୍ଟିଫିକେସନ ଆଣ୍ଡ ଟ୍ରାକିଂ , ରାଡାର , ଡ୍ରୋନ୍‌ ଆରଏଫ୍‌ ଜାମର୍‌ ଓ ହାର୍ଡ କିଲ ଦିଆ ଯାଇଛି। ଜେନ୍‌ ଟେକ୍ନୋଲଜିଜ୍‌ର ଆଣ୍ଟି –ଡ୍ରୋନ୍‌ ସିଷ୍ଟମ ହାର୍ଡ କିଲ୍‌ ଅପସନ୍ସ ସହ ଆସିଥାଏ । ହାର୍ଡ କିଲ୍‌ରେ କାଇନେଟିକ୍ସ ଆଧାରିତ କିଲ୍‌ ଓ ନେଟ୍‌ ଆଧାରିତ ଡ୍ରୋନ୍‌ କ୍ୟାଚର ଏହି ଦୁଇଟି ବିକଳ୍ପ ଅଛି।

ସ୍ମଲକ୍ୟାପ୍‌ କମ୍ପାନୀ ଜେନ୍‌ ଟେକ୍ନଲଜିଜ୍‌ ଲିମିଟେଡ୍‌ର ସେୟାର ପାଞ୍ଚ ବର୍ଷରେ ୫୧୫୩ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀର ସେୟାର ୫ଜୁନ ୨୦୨୦ରେ ୪୨.୪୫ ଟଙ୍କାରେ ଥିଲା। ଆଣ୍ଟି ଡ୍ରୋନ୍‌ ସିଷ୍ଟମ ତିଆରି କରୁଥିବା କମ୍ପାନୀର ସେୟାର ୪ ଜୁନ୍‌ ୨୦୨୫ରେ ୨୨୨୯.୮୦ ଟଙ୍କାରେ ବନ୍ଦ ହୋଇଛି। ଗତ ୪ ବର୍ଷରେ ଜେନ୍‌ ଟେକ୍ନୋଲଜିଜ୍‌ ର ସେୟାରରେ ୩୦୩୩ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି।