କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲାପାଳ 

ଖୋର୍ଦ୍ଧା,୩୧।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ନୂତନ ଜିଲାପାଳ ଭାବେ  ଚଞ୍ଚଳ ରାଣା କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୁଧବାର ପୂର୍ବାହ୍ନରେ ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ  ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୪ ବ୍ୟାଚର ଏହି ଯୁବ ଆଇଏଏସ୍‌ ପୂର୍ବରୁ ବଲାଙ୍ଗୀର ଜିଲାପାଳ ଭାବେ କାର୍ଯ୍ୟରତଥିଲେ। ଏଠାରେ ଜିଲାପାଳ ଥିବା କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଓଡ଼ିଶା ମିନେରାଲ ମାଇନ୍ସ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। କାର୍ଯ୍ୟରେ ଯୋଗଦାନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି  […] The post କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲାପାଳ  appeared first on Dharitri Odia News.

କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲାପାଳ 
ଖୋର୍ଦ୍ଧା,୩୧।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ନୂତନ ଜିଲାପାଳ ଭାବେ  ଚଞ୍ଚଳ ରାଣା କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୁଧବାର ପୂର୍ବାହ୍ନରେ ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ  ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୪ ବ୍ୟାଚର ଏହି ଯୁବ ଆଇଏଏସ୍‌ ପୂର୍ବରୁ ବଲାଙ୍ଗୀର ଜିଲାପାଳ ଭାବେ କାର୍ଯ୍ୟରତଥିଲେ।
ଏଠାରେ ଜିଲାପାଳ ଥିବା କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଓଡ଼ିଶା ମିନେରାଲ ମାଇନ୍ସ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। କାର୍ଯ୍ୟରେ ଯୋଗଦାନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି  ଓଡ଼ିଶାରେ ଖୋର୍ଦ୍ଧା ଜିଲାର ସ୍ବତନ୍ତ୍ରତା ରହିଛି। ଆଗକୁ ନିର୍ବାଚନ ରହିଛି। ଅବାଧ ନିରପେକ୍ଷ ନିର୍ବାଚନ ଗୁରୁତ୍ୱ ରହିବ। ସରକାରଙ୍କ ଲୋକାଭିମୁଖୀ ଯୋଜନା, ନିମାଣାଧୀନ ପ୍ରକଳ୍ପ ବରାନ୍ବିତ,
ଜନଶୁଣାଣୀ ଉପରେ ବିଶେଷ ଗୁରୁତ୍ତ୍ୱ ରହିବ ବୋଲି ସେ  କହିଥିଲେ। ଜିଲାପାଳଙ୍କ ଯୋଗଦାନ ପରେ ଜିଲା ପ୍ରଶାସନିକ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

The post କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲାପାଳ  appeared first on Dharitri Odia News.