କେବଳ ଲାକ୍ଷାଦ୍ୱୀପ ନୁହେଁ ଇଣ୍ଟରନେଟରେ ଏହି ସବୁ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ସର୍ଚ୍ଚ କରୁଛନ୍ତି ଲୋକ
ନୂଆଦିଲ୍ଲୀ,୧୦।୧: ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଲାକ୍ଷାଦ୍ୱୀପ ଖୁବ୍ ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହାର ଚାହିଦା କେଇଗୁଣା ଅଧିକ ବଢି ଯାଇଛି ବୋଲି ଅନଲାଇନ ଟ୍ରାଭେଲ ଏଜେନ୍ସିମାନେ ମତ ଦେଇଛନ୍ତି। ସୋସିଆଲ ମିଡିଆରେ ଲୋକ ଲାକ୍ଷାଦ୍ୱୀପକୁ ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। କିନ୍ତୁ କେବଳ ଲାକ୍ଷାଦ୍ୱୀପ ନୁହେଁ ଭାରତୀୟମାନେ ଏହି ବିବାଦ ମଧ୍ୟରେ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। […] The post କେବଳ ଲାକ୍ଷାଦ୍ୱୀପ ନୁହେଁ ଇଣ୍ଟରନେଟରେ ଏହି ସବୁ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ସର୍ଚ୍ଚ କରୁଛନ୍ତି ଲୋକ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧: ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଲାକ୍ଷାଦ୍ୱୀପ ଖୁବ୍ ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହାର ଚାହିଦା କେଇଗୁଣା ଅଧିକ ବଢି ଯାଇଛି ବୋଲି ଅନଲାଇନ ଟ୍ରାଭେଲ ଏଜେନ୍ସିମାନେ ମତ ଦେଇଛନ୍ତି। ସୋସିଆଲ ମିଡିଆରେ ଲୋକ ଲାକ୍ଷାଦ୍ୱୀପକୁ ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। କିନ୍ତୁ କେବଳ ଲାକ୍ଷାଦ୍ୱୀପ ନୁହେଁ ଭାରତୀୟମାନେ ଏହି ବିବାଦ ମଧ୍ୟରେ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। ଅନେକ ଅନଲାଇନ ଟ୍ରାଭେଲ ପୋର୍ଟାଲରେ ଲାକ୍ଷାଦ୍ୱୀପ ବ୍ୟତୀତ ଦେଶର ଅନେକ ସମୁଦ୍ର ତଟ ପର୍ଯ୍ୟଟନ ସ୍ଥଳୀକୁ ସର୍ଚ୍ଚ କରାଯାଉଛି।
ଟ୍ରାଭେଲ ଏଜେନ୍ସି ମେକ ମାଇ ଟ୍ରିପରେ ଶହଶହ ଲୋକ ଲାକ୍ଷାଦ୍ୱୀପକୁ ଯାତ୍ରା କରିବା ନେଇ ଇଛୁକ ଥିବା କହିଛନ୍ତି। ଏହି ଗୋଟିଏ ସପ୍ତାହ ମଧ୍ୟରେ ଲାକ୍ଷାଦଦ୍ୱୀପକୁ ଟ୍ରିପ କରିବା ପାଇଁ ୩୫୦ପ୍ରତିଶତରୁ ଅଧିକ ଲୋକ ପସନ୍ଦ କରିଛନ୍ତି।
ମେକ ମାଇଁ ଟ୍ରିପ୍ ଏକ ବୟାନରେ କହିଛି, ଦେଶର ବିଭିନ୍ନ ସମୁଦ୍ର ତଟୀୟ ପର୍ଯ୍ୟଟନସ୍ଥଳୀକୁ ଲୋକ ଅନଲାଇନ ପ୍ଲାଟଫର୍ମରେ ବହୁଳ ଭାବରେ ସର୍ଚ୍ଚ କରୁଛନ୍ତି। ଲାକ୍ଷାଦ୍ୱୀପ ବ୍ୟତୀତ ଲୋକ ଡାମନ ଓ ଆଣ୍ଡାମାନ ନିକୋବରକୁ ମଧ୍ୟ ସର୍ଚ୍ଚ କରୁଛନ୍ତି। ଲାକ୍ଷାଦ୍ୱୀପକୁ ଗୁଗୁଲରେ ଲୋକ ୩୫୦ପ୍ରତିଶତ ଅଧିକ ସର୍ଚ୍ଚ କରିଛନ୍ତି।
The post କେବଳ ଲାକ୍ଷାଦ୍ୱୀପ ନୁହେଁ ଇଣ୍ଟରନେଟରେ ଏହି ସବୁ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ସର୍ଚ୍ଚ କରୁଛନ୍ତି ଲୋକ appeared first on Dharitri Odia News.