ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍‌, ମେସେଜ୍‌

ନୁୟର୍କ,୧୦।୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ତାଙ୍କ ଫୋନ ନମ୍ବରକୁ ବନ୍ଦ ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ ଲୋକଙ୍କୁ ମେସେଜ୍‌ ଏବଂ କଲ୍‌ କରିବେ। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଅପଡେଟରେ ମସ୍କ କହିଛନ୍ତି ବର୍ତ୍ତମାନ ମୁଁ […] The post ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍‌, ମେସେଜ୍‌ appeared first on Dharitri Odia News.

ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍‌, ମେସେଜ୍‌

ନୁୟର୍କ,୧୦।୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ତାଙ୍କ ଫୋନ ନମ୍ବରକୁ ବନ୍ଦ ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ ଲୋକଙ୍କୁ ମେସେଜ୍‌ ଏବଂ କଲ୍‌ କରିବେ। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଅପଡେଟରେ ମସ୍କ କହିଛନ୍ତି ବର୍ତ୍ତମାନ ମୁଁ ଅଡିଓ ଏବଂ ଭିଡିଓ କଲ୍‌ ପାଇଁ କେବଳ ଏକ୍ସ ବ୍ୟବହାର କରିବି।

ଏକ୍ସ ହେଉଛି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହା ପୂର୍ବରୁ ଟୁଇଟର ନାମରେ ଜଣାଯାଉଥିଲା। ମାଇକ୍ରୋବ୍ଲଗିଂ ୱେବସାଇଟ ଚଳାଉଥିବା କମ୍ପାନୀ ଟୁଇଟରକୁ ମସ୍କ କିଣିଥିଲେ। ଅଧିଗ୍ରହଣ ପରେ ସେ ଟୁଇଟର ନାଁକୁ ପରିବର୍ତ୍ତନ କରି ଏହାକୁ ନୂତନ ନାମ ଏକ୍ସ ଦେଇଥିଲେ। ଏକ୍ସରେ ମସ୍କ ଅନେକ ପରିବର୍ତ୍ତନ କରିଛନ୍ତ। ବର୍ତ୍ତମାନ ଉପଭୋକ୍ତାମାନେ ମଧ୍ୟ ଏକ୍ସରେ ରୋଜଗାର କରିବାର ସୁଯୋଗ ପାଇଛନ୍ତି। ସେ ଏକ୍ସକୁ ଏଭଳି ଏକ ପ୍ଲାଟଫର୍ମ କରିବାକୁ ଚାହୁଁ୍‌ଛନ୍ତି, ଯେଉଁଠାରେ ଉପଭୋକ୍ତାମାନେ କେବଳ ଟୁଇଟ୍‌ / ଅପଡେଟ ପୋଷ୍ଟ ନୁହେଁ, ବରଂ କଣ୍ଟେଟ୍‌ ପବ୍ଲିସ୍‌, କଣ୍ଟେଟ୍‌ରୁ ଟଙ୍କା ରୋଜଗାର, କଲ୍‌ କରିବା ଇତ୍ୟାଦି ସହିତ ଅନେକ କାର୍ଯ୍ୟ ମଧ୍ୟ କରିପାରିବେ।

The post ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍‌, ମେସେଜ୍‌ appeared first on Dharitri Odia News.