ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ନମୋଜିନୀ ପୁରସ୍କୃତ

ଦାରିଙ୍ଗବାଡି,୨୧।୩ (ଅରୁଣ ସାହୁ ): ଅନୁଗୋଳରେ ଆୟୋଜିତ ୨ ଦିନିଆ ଚତୁର୍ଥ ଓଡ଼ିଶା ନଦୀ ସମ୍ମିଳନୀରେ ଦାରିଙ୍ଗବାଡି ବ୍ଲକର ମହିଳା ସ୍ବୟଂସହାୟକଙ୍କୁ ପୁରସ୍କୃତ କରାଯାଇଛି। ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ପାଇଁ ସାମାଜିକ, ଅର୍ଥନୈତିକ, ପରିବେଶ ଏବଂ ସାଂସ୍କୃତିକ ସ୍ଥିରତା ସମ୍ପର୍କରେ ଆଲୋଚନା ହୋଇଥିଲା। ୱାଟର ମ୍ୟାନ୍‌ ତଥା ୟୁଥ ଫର୍‌ ୱାଟ୍‌ର ଇଣ୍ଡିଆର ମୁଖ୍ୟ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନର ଉଦ୍ଦେଶ୍ୟ ଓ ଜଙ୍ଗଲ, ପରିବେଶ ଏବଂ ଜଳ […] The post ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ନମୋଜିନୀ ପୁରସ୍କୃତ appeared first on Dharitri Odia News.

ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ନମୋଜିନୀ ପୁରସ୍କୃତ

ଦାରିଙ୍ଗବାଡି,୨୧।୩ (ଅରୁଣ ସାହୁ ): ଅନୁଗୋଳରେ ଆୟୋଜିତ ୨ ଦିନିଆ ଚତୁର୍ଥ ଓଡ଼ିଶା ନଦୀ ସମ୍ମିଳନୀରେ ଦାରିଙ୍ଗବାଡି ବ୍ଲକର ମହିଳା ସ୍ବୟଂସହାୟକଙ୍କୁ ପୁରସ୍କୃତ କରାଯାଇଛି। ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ପାଇଁ ସାମାଜିକ, ଅର୍ଥନୈତିକ, ପରିବେଶ ଏବଂ ସାଂସ୍କୃତିକ ସ୍ଥିରତା ସମ୍ପର୍କରେ ଆଲୋଚନା ହୋଇଥିଲା। ୱାଟର ମ୍ୟାନ୍‌ ତଥା ୟୁଥ ଫର୍‌ ୱାଟ୍‌ର ଇଣ୍ଡିଆର ମୁଖ୍ୟ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନର ଉଦ୍ଦେଶ୍ୟ ଓ ଜଙ୍ଗଲ, ପରିବେଶ ଏବଂ ଜଳ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ।

ଏଥିରେ ଦାରିଙ୍ଗବାଡି ବ୍ଲକ ବୁଡ଼ାନପିପାଲି ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ ହେବାର ସୁଯୋଗ ମିଳିଥିଲା। ଜଙ୍ଗଲ ଜମିର ସୁରକ୍ଷା ଦିଗରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନମୋଜିନୀ ମଳିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନମୋଜିନୀ ଏବଂ ତାଙ୍କ ଦଳକୁ ପୁରସ୍କୃତ କରାଯାଇଥିଲା।

ସୂଚନାଯୋଗ୍ୟ, ନମୋଜିନୀ ନେପାଳର କାଠମାଣ୍ଡୁଠାରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଗୋଷ୍ଠୀ ଜଙ୍ଗଲ ଜମିର ସୁରକ୍ଷା ଦିଗରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଭାଷଣ ରଖି ଚର୍ଚ୍ଚାରେ ରହିଥିଲେ। ସେ ଏବେ ନଦୀ ସମ୍ମିଳନୀରେ ଯୋଗଦେଇ ଆଜିର ଭଗୀରଥ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି। ଏନେଇ ନମୋଜିନୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

The post ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ନମୋଜିନୀ ପୁରସ୍କୃତ appeared first on Dharitri Odia News.