ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

କୋରୁକୋଣ୍ଡା,୨୩ା୭(ଶିବଦତ୍ତ ସାହୁ): ଲଗାଣ ବର୍ଷାରେ ମାଲକାନଗିରି ଜିଲାର ବହୁଅଞ୍ଚଳକୁ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅରଙ୍ଗୀଠାରୁ ବାୟାପଡା ଯିବାକୁ ଥିବା ରାସ୍ତାଟି ସମ୍ପୂର୍ଣ ଭାବେ ଧୋଇ ହୋଇଯାଇଛି। ପାହାଡ଼ରୁ ମାଟି ଧସିବା ଫଳରେ ବାୟାପଡା ସମେତ ପ୍ରାୟ ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବର୍ଷାଦିନ ହେଲେ ବାୟାପଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ଅଞ୍ଚଳବାସୀ କହିଛନ୍ତି । ଏନେଇ […] The post ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ appeared first on Dharitri Odia News.

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

କୋରୁକୋଣ୍ଡା,୨୩ା୭(ଶିବଦତ୍ତ ସାହୁ): ଲଗାଣ ବର୍ଷାରେ ମାଲକାନଗିରି ଜିଲାର ବହୁଅଞ୍ଚଳକୁ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅରଙ୍ଗୀଠାରୁ ବାୟାପଡା ଯିବାକୁ ଥିବା ରାସ୍ତାଟି ସମ୍ପୂର୍ଣ ଭାବେ ଧୋଇ ହୋଇଯାଇଛି।

ପାହାଡ଼ରୁ ମାଟି ଧସିବା ଫଳରେ ବାୟାପଡା ସମେତ ପ୍ରାୟ ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବର୍ଷାଦିନ ହେଲେ ବାୟାପଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ଅଞ୍ଚଳବାସୀ କହିଛନ୍ତି ।

ଏନେଇ ପଞ୍ଚାୟତ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଗୁରୁ କହିଛନ୍ତି, ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ମାଲକାନଗିରି ଅଧୀନରେ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି। ଏନେଇ ଆମେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଲକାନଗିରି କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିବାରୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

The post ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ appeared first on Dharitri Odia News.