ଘରେ ଶୋଇଥିଲେ, କାମୁଡ଼ି ଦେଲା ବିଷାକ୍ତ ସାପ: ଆଉ ତା’ପରେ…

ବଣାଇଁ, ୩୦।୬(ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତର ଦୁଇଟି ଗ୍ରାମରେ ଜଣେ ଯୁବକ ଓ ଜଣେ ନାବାଳିକା ଝିଅର ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ଗତ କାଲି ରାତିରେ କଟୁରୀଧୁଆ ଗ୍ରାମର ଶୁକଦେବ ଓରାମଙ୍କ ନାବାଳିକା ଝିଅ ରଶ୍ମି ଓରାମ (୧୨)ତଳେ ଶୋଇଥିବାବେଳେ କୌଣସି ଏକ ବିଷାକ୍ତ ସାପ ବେକ ପାଖରେ କାମୁଡ଼ି ଦେଇଥିଲା। ଫଳରେ ପାଖରେ ଶୋଇଥିବା ମାଆ ବାପା ଙ୍କୁ ଝିଅ କହିଲା ମୋତେ କଣ […] The post ଘରେ ଶୋଇଥିଲେ, କାମୁଡ଼ି ଦେଲା ବିଷାକ୍ତ ସାପ: ଆଉ ତା’ପରେ… appeared first on Dharitri Odia News.

ଘରେ ଶୋଇଥିଲେ, କାମୁଡ଼ି ଦେଲା ବିଷାକ୍ତ ସାପ: ଆଉ ତା’ପରେ…

ବଣାଇଁ, ୩୦।୬(ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତର ଦୁଇଟି ଗ୍ରାମରେ ଜଣେ ଯୁବକ ଓ ଜଣେ ନାବାଳିକା ଝିଅର ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ପ୍ରକାଶ ଯେ, ଗତ କାଲି ରାତିରେ କଟୁରୀଧୁଆ ଗ୍ରାମର ଶୁକଦେବ ଓରାମଙ୍କ ନାବାଳିକା ଝିଅ ରଶ୍ମି ଓରାମ (୧୨)ତଳେ ଶୋଇଥିବାବେଳେ କୌଣସି ଏକ ବିଷାକ୍ତ ସାପ ବେକ ପାଖରେ କାମୁଡ଼ି ଦେଇଥିଲା। ଫଳରେ ପାଖରେ ଶୋଇଥିବା ମାଆ ବାପା ଙ୍କୁ ଝିଅ କହିଲା ମୋତେ କଣ ଗୋଟେ ବେକରେ କାମୁଡି ଦେଇଛି। ପରେ ଝିଅ ଗୁରୁତର ହେବାରୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସେହିପରି ନରେନ୍ଦ୍ର ପଞ୍ଚାୟତ ବଡପଡା ଗ୍ରାମର ଅଜିତ ଓରାମ (୪୨)ରାତିରେ ଘରୁ ବାହାରକୁ ଶୌଚ ପାଇଁ ଯାଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ ଗୋଡରେ କାମୁଡି ଦେବା ପରେ ସେ ଗୁରୁତର ହୋଇପଡିଥିଲେ। ଫଳରେ ପରିବାର ଲୋକେ ଉଦ୍ଧାର କରି ବଣାଇଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ବଣାଇଁ ପୋଲିସ ଖବର ପାଇ ବଣାଇଁ ଡାକ୍ତରଖାନାରେ ପହଞ୍ଚି ମୃତ୍ୟୁ ହୋଇଥିବା ଦୁଇଟି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି l

 

The post ଘରେ ଶୋଇଥିଲେ, କାମୁଡ଼ି ଦେଲା ବିଷାକ୍ତ ସାପ: ଆଉ ତା’ପରେ… appeared first on Dharitri Odia News.