ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି। ପଣ୍ଡିତ ସମ୍ଭବ ତ୍ରିପାଠୀ ଏବଂ ଲକ୍ଷ୍ମୀ ନାରାୟଣ ଦାସଙ୍କ ମିଳିତ ପୌରହିତ୍ୟରେ ଘୃତଯଜ୍ଞ ପୂର୍ଣ୍ଣାହୂତିରେ ଉଜ୍ଜଳ ସାହୁ ସସ୍ତ୍ରୀକ କର୍ତ୍ତା ଆସନ ଅଳଙ୍କୃତ କରିଥିଲେ। ପଣ୍ଡିତ କମଳଲୋଚନ ଦାସ ମହାରାଜ ପ୍ରବକ୍ତା ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପ୍ରସଙ୍ଗ ଉପରେ କଥାମୃତ ଶ୍ରବଣ କରାଇଥିଲେ। ଉପସ୍ଥିତ […] The post ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ appeared first on Dharitri Odia News.

ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି। ପଣ୍ଡିତ ସମ୍ଭବ ତ୍ରିପାଠୀ ଏବଂ ଲକ୍ଷ୍ମୀ ନାରାୟଣ ଦାସଙ୍କ ମିଳିତ ପୌରହିତ୍ୟରେ ଘୃତଯଜ୍ଞ ପୂର୍ଣ୍ଣାହୂତିରେ ଉଜ୍ଜଳ ସାହୁ ସସ୍ତ୍ରୀକ କର୍ତ୍ତା ଆସନ ଅଳଙ୍କୃତ କରିଥିଲେ।

ପଣ୍ଡିତ କମଳଲୋଚନ ଦାସ ମହାରାଜ ପ୍ରବକ୍ତା ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପ୍ରସଙ୍ଗ ଉପରେ କଥାମୃତ ଶ୍ରବଣ କରାଇଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ବୃନ୍ଦ ଶ୍ରୀରାମଦୟା ପରିଷଦର ମହାମଣ୍ଡଳେଶ୍ୱର ବ୍ୟାସ ମହନ୍ତ ଗଙ୍ଗାରାମ ଦାସ ମହାରାଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ହରିକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱ ଏବଂ ଆଇନଜୀବୀ ହରପ୍ରସାଦ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କମିଟି କର୍ମକର୍ତ୍ତା ସତ୍ୟନାରାୟଣ ଦାଶ, ହରିକୃଷ୍ଣ ସାହୁ, କାଳୁଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ ପାଣିଗ୍ରାହୀ, ବିଚିତ୍ରାନନ୍ଦ ପଟ୍ଟନାୟକ, ସୁବାସ ଚନ୍ଦ୍ର ପାଢ଼ୀ, ଭାଗିରଥି ଚୌଧୁରୀ, ପି.ଗୋବିନ୍ଦ ପାତ୍ର, ବିନୋଦ ଚନ୍ଦ୍ର ଦାଶ, ପ୍ରଦୀପ ପାଣିଗ୍ରାହୀ, ଇ. ଶଙ୍କର, ସୁରେନ୍ଦ୍ର ପଟ୍ଟନାୟକ, ରାମୁ ଆଚାରୀ, ଗୌରଚନ୍ଦ୍ର ପୂଜାରୀ, ଏମ୍‌.ବାଇନାଥ, ବାଲ୍ମୀକି ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ।

The post ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ appeared first on Dharitri Odia News.