ଚତୁର୍ଥ ସ୍ଥାନରେ ରହି ସନ୍ତୁଷ୍ଟ ହେଲେ ମନୁ, ଏହାପରେ ବି ରଚିଲେ ଇତିହାସ

ପ୍ୟାରିସ,୩।୮: ଶନିବାର ୨୫ ମିଟର ପିସ୍ତଲ ଶୁଟିଂରେ ମନୁ ଭାକର ସ୍ବର୍ଣ୍ଣ ପଦକ ନିକଟତର ହୋଇଥିଲେ। ସେ ଏକ ସମୟରେ ଦ୍ୱିତୀୟରେ ଚାଲୁଥିଲେ। କିନ୍ତୁ ଯେତେବେଳେ ଶେଷ ୪ଟି ସୁଟର ବାକି ରହିଲା, ମନୁଙ୍କ ଏକ ଦୁର୍ବଳ ସର୍ଟି କେବଳ ତାଙ୍କର ନୁହେଁ ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଥିଲା। ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ସହ ନିଜର ଅଭିଯାନ ଶେଷ କରିଥିଲେ। ଏହା ସହ ମନୁ ଭାକର ଅଲିମ୍ପିକ ଇତିହାସର ସବୁଠାରୁ ସଫଳ […] The post ଚତୁର୍ଥ ସ୍ଥାନରେ ରହି ସନ୍ତୁଷ୍ଟ ହେଲେ ମନୁ, ଏହାପରେ ବି ରଚିଲେ ଇତିହାସ appeared first on Dharitri Odia News.

ଚତୁର୍ଥ ସ୍ଥାନରେ ରହି ସନ୍ତୁଷ୍ଟ ହେଲେ ମନୁ, ଏହାପରେ ବି ରଚିଲେ ଇତିହାସ

ପ୍ୟାରିସ,୩।୮: ଶନିବାର ୨୫ ମିଟର ପିସ୍ତଲ ଶୁଟିଂରେ ମନୁ ଭାକର ସ୍ବର୍ଣ୍ଣ ପଦକ ନିକଟତର ହୋଇଥିଲେ। ସେ ଏକ ସମୟରେ ଦ୍ୱିତୀୟରେ ଚାଲୁଥିଲେ। କିନ୍ତୁ ଯେତେବେଳେ ଶେଷ ୪ଟି ସୁଟର ବାକି ରହିଲା, ମନୁଙ୍କ ଏକ ଦୁର୍ବଳ ସର୍ଟି କେବଳ ତାଙ୍କର ନୁହେଁ ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଥିଲା।

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ସହ ନିଜର ଅଭିଯାନ ଶେଷ କରିଥିଲେ। ଏହା ସହ ମନୁ ଭାକର ଅଲିମ୍ପିକ ଇତିହାସର ସବୁଠାରୁ ସଫଳ ଭାରତୀୟ ଖେଳାଳି ଭାବରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି। ମନୁଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟକ୍ତିଗତ ଖେଳରେ ସମାନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ନାହାଁନ୍ତି।
ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରିୟ ମନୁ ଭାକର ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେ ଜୁଲାଇ ୨୮ରେ ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ, ଜୁଲାଇ ୩୦ମଙ୍ଗଳବାର ମନୁ ସରବଜୋତ ସିଂଙ୍କ ସହ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।

The post ଚତୁର୍ଥ ସ୍ଥାନରେ ରହି ସନ୍ତୁଷ୍ଟ ହେଲେ ମନୁ, ଏହାପରେ ବି ରଚିଲେ ଇତିହାସ appeared first on Dharitri Odia News.