ଏହି ଏମ୍ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଲା ଇଡି, ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୨୮ା୮: ଫେମା ମାମଲାରେ ଇଡି ଜଣେ ଏମ୍ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଛି। ତେବେ ଡିଏମ୍କେ ଏମ୍ପି ଏସ୍ ଜଗତରକ୍ଷକ ଏବଂ ତାଙ୍କ ପରିବାର ଉପରେ ଇଡି ଏହି ଜରିମାନା କରିଥିବା ବେଳେ ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଚେନ୍ନାଇରେ ଇଡି ତାମିଲନାଡୁର ଏମ୍ପି ତଥା ବ୍ୟବସାୟୀ ଜଗତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଫେମା ଅଧୀନରେ ଅନୁସନ୍ଧାନ କରିଥିଲା। ED, Chennai had conducted investigation under FEMA […] The post ଏହି ଏମ୍ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଲା ଇଡି, ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୮: ଫେମା ମାମଲାରେ ଇଡି ଜଣେ ଏମ୍ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଛି। ତେବେ ଡିଏମ୍କେ ଏମ୍ପି ଏସ୍ ଜଗତରକ୍ଷକ ଏବଂ ତାଙ୍କ ପରିବାର ଉପରେ ଇଡି ଏହି ଜରିମାନା କରିଥିବା ବେଳେ ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଚେନ୍ନାଇରେ ଇଡି ତାମିଲନାଡୁର ଏମ୍ପି ତଥା ବ୍ୟବସାୟୀ ଜଗତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଫେମା ଅଧୀନରେ ଅନୁସନ୍ଧାନ କରିଥିଲା।
ED, Chennai had conducted investigation under FEMA against Jagathrakshakan, a businessman from Tamil Nadu and Member of Parliament, his family members and related Indian entity.
— ED (@dir_ed) August 28, 2024
‘ଏକ୍ସ’ରେ ଇଡି ପୋଷ୍ଟ କରିଛି ଯେ, ଫେମାର ଧାରା ୩୭-ଏ ଅନୁଯାୟୀ ୮୯.୧୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର (୨୬ ଅଗଷ୍ଟ)ରେ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରାୟ ୯୦୮ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଗତ ବର୍ଷ ଆୟକର ବିଭାଗ ଟିକସ ଫାଙ୍କିବା ମାମଲାରେ ତାଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ଏମ୍ପିଙ୍କ ୪୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଇଡି ବିବୃତ୍ତି ଅନୁଯାୟୀ, ୧ ଡିସେମ୍ବର ୨୦୨୧ରେ, କେନ୍ଦ୍ରୀୟ ଏଜେନ୍ସି ଡିଏମ୍କେ ଏମ୍ପି ଜଗତରକ୍ଷକ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପୃକ୍ତ କମ୍ପାନୀ ବିରୋଧରେ ଫେମାର ଧାରା ୧୬ ଅନୁଯାୟୀ ଫେମା ଅଭିଯୋଗ ଦାଖଲ କରିଥିଲା। ୨୦୧୭ରେ ସିଙ୍ଗାପୁରର ଏକ ସେଲ୍ କମ୍ପାନୀରେ ୪୨ କୋଟି ଟଙ୍କା ବିନିଯୋଗ, ପରିବାର ସଦସ୍ୟଙ୍କ ମଧ୍ୟରେ ସିଙ୍ଗାପୁରର ଅଂଶଧନ ଅଧିଗ୍ରହଣ ଏବଂ ସ୍ଥାନାନ୍ତର, ଶ୍ରୀଲଙ୍କା ୟୁନିଟ୍ରେ ପ୍ରାୟ ୯ କୋଟି ଟଙ୍କା ବିନିଯୋଗ ସମ୍ବନ୍ଧୀୟ ଅଭିଯୋଗ ରହିଛି। ୧୧ ସେପ୍ଟେମ୍ବର ୨୦୨୦ରେ ସମ୍ପତ୍ତି ଜବତ କରିବାକୁ ମଧ୍ୟ ଦାବି କରାଯାଇଥିଲା।
The post ଏହି ଏମ୍ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଲା ଇଡି, ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ appeared first on Dharitri Odia News.