ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ: ସସ୍ମିତ ପାତ୍ର
ଭୁବନେଶ୍ୱର,୨।୩: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟକୁ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ଚର୍ଚ୍ଚାକୁ ଭାଜପାର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ରାଜ୍ୟ ଭାଜପା ସଭାପତି ଖଣ୍ଡନ କରିବା ପରେ ବିଜେଡି ମଧ୍ୟ ଏମିତି ଚର୍ଚ୍ଚାକୁ ଅମୂଳକ କହିଛି। ଭାଜପା ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ ବୋଲି କହିଛି ବିଜେଡି। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ […] The post ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ: ସସ୍ମିତ ପାତ୍ର appeared first on Dharitri Odia News.
ଭୁବନେଶ୍ୱର,୨।୩: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟକୁ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ଚର୍ଚ୍ଚାକୁ ଭାଜପାର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ରାଜ୍ୟ ଭାଜପା ସଭାପତି ଖଣ୍ଡନ କରିବା ପରେ ବିଜେଡି ମଧ୍ୟ ଏମିତି ଚର୍ଚ୍ଚାକୁ ଅମୂଳକ କହିଛି। ଭାଜପା ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ ବୋଲି କହିଛି ବିଜେଡି।
ଶନିବାର ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ ଜିତିବ । ମେଣ୍ଟ ନେଇ ଭାଜପା ଗଣମାଧ୍ୟମରେ ପ୍ରଚାର କରୁଛି। ଦଳବଦଳ କରୁଥିବା ନେତାଙ୍କୁ ଭାଜପା ପାଛୋଟି ନେଉଛି।
ସେ ଆହୁରି କହିଛନ୍ତି, ଆମ ଦଳ ଛାଡିଥିବା ନେତାଙ୍କର ଆଉ କିଛି ଭବିଷ୍ୟତ ନାହିଁ। ଅରବିନ୍ଦ ଢ଼ାଲିଙ୍କୁ ଚଳିତ ଥର ଟିକେଟ ଦିଆଯିବ ନାହିଁ ବୋଲି କୁହା ଯାଇଥିଲା। ଯେଉଁ ମାନେ ଦଳ ଛାଡିଛନ୍ତି ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେଣୁ ସେମାନେ ଦଳ ଛାଡ଼ୁଛନ୍ତି ଆଉ ଭାଜପା ସେମାନଙ୍କୁ କୋଳେଇ ନେଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି।
The post ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ: ସସ୍ମିତ ପାତ୍ର appeared first on Dharitri Odia News.