ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ

ନବରଙ୍ଗପୁର,୧୫।୫(ସଦାଶିବ ପ୍ରହରାଜ): ବନ୍ଧୁକ ମୁନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ବିଜେଡି ନେତା ସୁନୀଲ ସାହୁଙ୍କ ପୈତୃକ ଘରେ ଭଡାରେ ରହୁଥିବା ଶିକ୍ଷୟିତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି ମୁଖାପିନ୍ଧା ଡକାୟତ। ଅଭିଯୋଗ ଅନୁସାରେ, ମଙ୍ଗଳବାର ମଧ୍ୟରାତିରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ତାଲା ଭାଙ୍ଗି ପଶି ଥିଲେ ଏବଂ ଘରେ ଉପସ୍ଥିତ ଥିବା […] The post ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ appeared first on Dharitri Odia News.

ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ

ନବରଙ୍ଗପୁର,୧୫।୫(ସଦାଶିବ ପ୍ରହରାଜ): ବନ୍ଧୁକ ମୁନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ବିଜେଡି ନେତା ସୁନୀଲ ସାହୁଙ୍କ ପୈତୃକ ଘରେ ଭଡାରେ ରହୁଥିବା ଶିକ୍ଷୟିତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି ମୁଖାପିନ୍ଧା ଡକାୟତ। ଅଭିଯୋଗ ଅନୁସାରେ, ମଙ୍ଗଳବାର ମଧ୍ୟରାତିରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ତାଲା ଭାଙ୍ଗି ପଶି ଥିଲେ ଏବଂ ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ସହ ଛୋଟ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଧମକାଇବା ସହ ଯାହା ଅଛି ଦେବାକୁ କହିଥିଲେ। ଏହା ସହ ବ୍ୟବସାୟୀ ସୁନୀଲ ସାହୁଙ୍କ ରୁମ ବିଷୟରେ ପଚାରି ସେଠି ମଧ୍ୟ ତନାଘନା କରିଥିଲେ। ଲୁଟ ହୋଇଥିବା ଟଙ୍କା ଓ ସୁନାଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହବ ବୋଲି ଜଣାପଡିଛି। ଲୁଟ କରିବାକୁ ଆଠ ଜଣ ଦୁର୍ବୁତ୍ତ ଆସିଥିବା ବେଳେ ଛଅ ଜଣ ଡକାୟତଙ୍କ ହାତରେ ବନ୍ଧୁକ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିବା କହିଛନ୍ତି। ଶିକ୍ଷୟିତ୍ରୀଙ୍କ ସ୍ବାମୀ ରୋହିତ ବେହେରା। ଡକାୟତମାନେ ଘରେ ଥିବା ଛୋଟ ପିଲା ଏବଂ ଦୁଇଜଣ ସ୍ତ୍ରୀସ୍ବାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଘରେ ଯାହା ଅଛି ଦେବାକୁ କହିଥିଲେ ନଚେତ ସେମାନଙ୍କୁ ମାରି ଦିଆଯିବ ବୋଲି କହିଥିଲେ। ତେବେ ଘରୁ ସମସ୍ତ ଟଙ୍କା ସୁନା ନେଇ ଡକାୟତମାନେ ଚାଲିଯାଇଥିବା ବେଳେ ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ପରେ ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଏସ ଆଇ ସବୀର ଅହମ୍ମଦ ଓ ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ appeared first on Dharitri Odia News.