ଆପ୍ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ ! କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରୁଛି ଇଡି
ନୂଆଦିଲ୍ଲୀ,୨୨/୦୪: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲ ଓ ଆମ୍ ଆଦମୀ ପାର୍ଟି ପାଇଁ ବଢ଼ିଲା ଅଡ଼ୁଆ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୁବଶୀଘ୍ର ଆପ୍ ସୁପ୍ରିମୋଙ୍କ ବିରୋଧରେ ଚାର୍ଚ୍ଚସିଟ୍ ଦାଖଲ କରିବାକୁ ଯାଉଛି । ମେ' ୧୫ ତାରଖ ପୂର୍ବରୁ ଇଡି ସପ୍ଳିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିପାରେ । ଯେଉଁଥିରେ ଦିଲ୍ଲୀ ସରକାରଙ୍କୁ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ବୋଲି ଦର୍ଶାଇ ପାରେ ଇଡି ।ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ୍ ସୂତ୍ରରୁ ଏହା ପ୍ରକାଶ ପାଇଛି ଯେ, ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବ, ତେବେ ଏହା ଦେଶରେ ପ୍ରଥମ ଘଟଣା ହେବ, କୌଣସି ରାଜନୈତିକ ଦଳ ବିରୁଦ୍ଧରେ ଅର୍ଥ ହେରଫେର ମାମଲା ଚାଲିବ। ଏଥିରୁ ଆପ୍ ପାଇଁ ଏକ ବଡ଼ ସଙ୍କଟର ଆରମ୍ଭ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ, ଚାର୍ଜସିଟ୍ ଡ୍ରାଫ୍ଟ କରାଇବା କାର୍ଯ୍ୟ ଶେଷ ହୋଇସାରିଛି। ଏହା ଛଡ଼ା କୁହାଯାଇଛି, ପୁରୁଣା ଚାର୍ଜସିଟରେ ଅଭିଯୋଗ କରାଯାଇଥିଲା ଏଥିରେ ୪-୫ ଜଣଙ୍କ ନୂଆ ନାଁ ସାମ୍ନାକୁ ଆସିପାରେ। ଅରବିନ୍ଦ କେଜ୍ରିଓ୍ବାଲ ଓ କେ.କବିତାଙ୍କ ବ୍ୟତୀତ ଗୋଆର ରାଜନୈତିକ କାର୍ଯ୍ୟକର୍ତ୍ତା ଚନପ୍ରୀତ ସିଂଙ୍କର ନାଁ ମଧ୍ୟ ଚାର୍ଜସିଟରେ ରହିପାରେ। ସିଂହଙ୍କୁ ଏପ୍ରିଲ ୧୫ ତାରିଖରେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ଯେ, ସେ ଗୋଆ ବିଧାନସଭା ନିର୍ବାଚନରେ ସେ ଆପ୍କୁ ନଗଦ
ନୂଆଦିଲ୍ଲୀ,୨୨/୦୪: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲ ଓ ଆମ୍ ଆଦମୀ ପାର୍ଟି ପାଇଁ ବଢ଼ିଲା ଅଡ଼ୁଆ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୁବଶୀଘ୍ର ଆପ୍ ସୁପ୍ରିମୋଙ୍କ ବିରୋଧରେ ଚାର୍ଚ୍ଚସିଟ୍ ଦାଖଲ କରିବାକୁ ଯାଉଛି । ମେ' ୧୫ ତାରଖ ପୂର୍ବରୁ ଇଡି ସପ୍ଳିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିପାରେ । ଯେଉଁଥିରେ ଦିଲ୍ଲୀ ସରକାରଙ୍କୁ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ବୋଲି ଦର୍ଶାଇ ପାରେ ଇଡି ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ୍ ସୂତ୍ରରୁ ଏହା ପ୍ରକାଶ ପାଇଛି ଯେ, ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବ, ତେବେ ଏହା ଦେଶରେ ପ୍ରଥମ ଘଟଣା ହେବ, କୌଣସି ରାଜନୈତିକ ଦଳ ବିରୁଦ୍ଧରେ ଅର୍ଥ ହେରଫେର ମାମଲା ଚାଲିବ। ଏଥିରୁ ଆପ୍ ପାଇଁ ଏକ ବଡ଼ ସଙ୍କଟର ଆରମ୍ଭ ହୋଇପାରେ।
ରିପୋର୍ଟରେ କୁହାଯାଇଛି ଯେ, ଚାର୍ଜସିଟ୍ ଡ୍ରାଫ୍ଟ କରାଇବା କାର୍ଯ୍ୟ ଶେଷ ହୋଇସାରିଛି। ଏହା ଛଡ଼ା କୁହାଯାଇଛି, ପୁରୁଣା ଚାର୍ଜସିଟରେ ଅଭିଯୋଗ କରାଯାଇଥିଲା ଏଥିରେ ୪-୫ ଜଣଙ୍କ ନୂଆ ନାଁ ସାମ୍ନାକୁ ଆସିପାରେ। ଅରବିନ୍ଦ କେଜ୍ରିଓ୍ବାଲ ଓ କେ.କବିତାଙ୍କ ବ୍ୟତୀତ ଗୋଆର ରାଜନୈତିକ କାର୍ଯ୍ୟକର୍ତ୍ତା ଚନପ୍ରୀତ ସିଂଙ୍କର ନାଁ ମଧ୍ୟ ଚାର୍ଜସିଟରେ ରହିପାରେ। ସିଂହଙ୍କୁ ଏପ୍ରିଲ ୧୫ ତାରିଖରେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ଯେ, ସେ ଗୋଆ ବିଧାନସଭା ନିର୍ବାଚନରେ ସେ ଆପ୍କୁ ନଗଦ ଟଙ୍କା ଯୋଗାଇବାର ବ୍ୟବସ୍ଥା କରିଥିଲେ। ଇଡି ଦାବି କରିଛି ଯେ, ଘୋଟାଲାରେ ଟଙ୍କାର ବ୍ୟବହାର ନିର୍ବାଚନ ପ୍ରଚାର ପାଇଁ କରାଯାଇଥିଲା।
ପୂର୍ବରୁ ଇଡି ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା, ଏହି ଅର୍ଥ ହେରଫେରରେ ଅନ୍ୟ କିଛି ଲୋକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିପାରେ। ରାଜନୈତିକ ଦଳକୁ ଅଭିଯୁକ୍ତ କରିବା ଏକ ଅଦ୍ଭୁତପୂର୍ଣ୍ଣ କାମ ଅଟେ, କିନ୍ତୁ ଏଥିପାଇଁ ଆମେ ଆଇନଗତ ପରାମର୍ଶ ନେଇଛୁ। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ବେଳେ ଆଡିସନାଲ ସିଲିସିଟର ଜେନେରାଲ ଏସ୍.ବି.ରାଜୁ ମଧ୍ୟ ସଂକେତ ଦେଇଛନ୍ତି ଯେ, ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ କରାଯାଇପାରେ।