ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ଯୋଗୀ ସରକାର
ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶର ଯୋଗୀ ସରକାର ଆଖୁ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଗୀ କ୍ୟାବିନେଟ ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଆଖୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି କରିବାକୁ କ୍ୟାବିନେଟ ଏକ ପ୍ରସ୍ତାବ ପାରିତ କରିଛି। ବର୍ତ୍ତମାନ ଆଖୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୩୭୦ ଟଙ୍କାରେ କିଣାଯିବ। ଗତ ଛଅ ବର୍ଷ ମଧ୍ୟରେ ଏ ପର୍ଯ୍ୟନ୍ତ ୫୫ ଟଙ୍କା ବୃଦ୍ଧି ହୋଇସାରିଛି। ଚଳିତ ଋତୁରେ […] The post ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ଯୋଗୀ ସରକାର appeared first on Dharitri Odia News.
ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶର ଯୋଗୀ ସରକାର ଆଖୁ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଗୀ କ୍ୟାବିନେଟ ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଆଖୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି କରିବାକୁ କ୍ୟାବିନେଟ ଏକ ପ୍ରସ୍ତାବ ପାରିତ କରିଛି। ବର୍ତ୍ତମାନ ଆଖୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୩୭୦ ଟଙ୍କାରେ କିଣାଯିବ। ଗତ ଛଅ ବର୍ଷ ମଧ୍ୟରେ ଏ ପର୍ଯ୍ୟନ୍ତ ୫୫ ଟଙ୍କା ବୃଦ୍ଧି ହୋଇସାରିଛି। ଚଳିତ ଋତୁରେ ଆଖୁ ମୂଲ୍ୟର ୮୬ ପ୍ରତିଶତ ଚାଷୀଙ୍କୁ ପ୍ରଦାନ କରାଯାଇଛି।
ଅଯୋଧ୍ୟାର ବିମାନବନ୍ଦରର ନାମକରଣ ମହର୍ଷି ବାଲ୍ମିକୀଙ୍କ ନାମର ପ୍ରସ୍ତାବ ପାସ୍ କରାଯାଇଛି। ଏହା ସହିତ ଅଗ୍ନିଶମ ସେବା ଅଧିନିୟମରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିପରି ତିନୋଟି ବେସରକାରୀ ବିଶ୍ୱବିଦ୍ୟାଳୟ- ଜେଏସଏସ ୟୁନିଭର୍ସିଟି ନୋଏଡା, ସରୋଜ ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟି ଲକ୍ଷ୍ନୌ, ଶାରଦା ୟୁନିଭର୍ସିଟି ଆଗ୍ରା ଏବଂ ଆଗ୍ରାସ୍ଥିତ ମାଧ୍ୟମିକ ଶିକ୍ଷା ବିଭାଗରୁ ପିଏସିକୁ ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ପାରିତ ହୋଇଛି।
The post ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ଯୋଗୀ ସରକାର appeared first on Dharitri Odia News.