ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି AAPକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୮।୨: ଆମ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଏନେଇ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିୱାଲ ଟୁଇଟ କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି ପରୋକ୍ଷରେ କଟାକ୍ଷ କରିଛନ୍ତି। ଏହା ବେଶ ଭାଇରାଲ ହେଉଛି। ସ୍ବାତୀ ମାଲିୱାଲ ଅଭିଯୋଗ କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ। ସେ ଏହି ମାମଲାରେ କେଜ୍‌ରିିୱାଲଙ୍କ […] The post ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି AAPକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ appeared first on Dharitri Odia News.

ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି AAPକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୮।୨: ଆମ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଏନେଇ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିୱାଲ ଟୁଇଟ କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି ପରୋକ୍ଷରେ କଟାକ୍ଷ କରିଛନ୍ତି। ଏହା ବେଶ ଭାଇରାଲ ହେଉଛି।

ସ୍ବାତୀ ମାଲିୱାଲ ଅଭିଯୋଗ କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ। ସେ ଏହି ମାମଲାରେ କେଜ୍‌ରିିୱାଲଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

କହିରଖୁଛୁ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ୭୦ଟି ଆସନରୁ ୩୮ଟିରେ ବିଜୟୀ ହୋଇ ବହୁମତ ହାସଲ କରିଛି। ଆପ୍‌ର ଜାତୀୟ ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ମନୀଷ ସିସୋଡିଆ, ସୌରଭ ଭରଦ୍ୱାଜ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି। କେଜ୍‌ରିୱାଲ ନୂଆଦିଲ୍ଲୀ ଆସନରେ ଭାଜପାର ପରଭେଶ ବର୍ମାଙ୍କଠାରୁ ୪,୦୮୯ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜଙ୍ଗପୁରା ଆସନରୁ ଭାଜପାର ତରବିନ୍ଦର ସିଂହ ମାରୱାହଙ୍କଠାରୁ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ୨୬ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି।

ଏହା ଉଲ୍ଲେଖନୀୟ ଯେ, ଏହାର କିଛି ଦିନ ପୂର୍ବରୁ, ଜାନୁଆରୀ ଶେଷ ସପ୍ତାହରେ ସ୍ବାତୀ କେଜ୍‌ରିିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗି କହିଥିଲେ ଯେ ସୁଧୁରି ଯାଅ ନଚେତ ଦିଲ୍ଲୀବାସୀ ସୁଧାରି ଦେବେ। ସ୍ବାତୀ କେଜରିଓ୍ବାଲଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ସେ ତିନୋଟି ଅଳିଆ ସଂଗ୍ରହ ଟ୍ରକ ମଧ୍ୟରୁ ଗୋଟିଏରେ ଚଢ଼ି ସେଠାରେ ପହଞ୍ଚିଲେ।
ମାଲିୱାଲ ଏବଂ ତାଙ୍କ ସହଯୋଗୀମାନେ ବିକାଶପୁରୀର ରାସ୍ତାରୁ ଅଳିଆ ସଂଗ୍ରହ କରି ତିନୋଟି ମିନି ଟ୍ରକରେ ଲୋଡ କରି ଫିରୋଜଶାହା ରୋଡରେ ଥିବା କେଜରିୱାଲଙ୍କ ଘରେ ପହଞ୍ଚିଲେ, ଯେଉଁଠାରେ ସେମାନେ ଅଳିଆକୁ ତଳେ ପକାଇ ଦେଲେ, ଏହା ପରେ ମହିଳା ପୋଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ସେଠାରୁ ହଟାଇ ଦେଲେ।

The post ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି AAPକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ appeared first on Dharitri Odia News.