ବର୍ଷେ ଭିତରେ ବଦଳିଗଲା ଜୀବନ, ହଜିଗଲା ହସ । କାମାକ୍ଷାନଗରରେ ୧୧ ବର୍ଷୀୟ ଝିଅ ବୋହୁଛି ପରିବାର ବୋଝ
କନକ ବ୍ୟୁରୋ: ମାଡ଼ି ଆସିଲା ଦୁଃଖର କଳା ପାହାଡ଼। ହସିଲା ପୁରିଲା ସଂସାରରେ ଲାଗିଗଲା କାହାର ନଜର। ୮ମାସ ତଳେ ଆରପାରିକୁ ଚାଲିଗଲେ ମାଆ। ଏବେ ବାପାଙ୍କର କିଡନୀ ଖରାପ। ଡାକ୍ତରଖାନା ଯିବାକୁ ସମ୍ବଳ ନାହିଁ। ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଉଛନ୍ତି ପୁରା ପରିବାର। ୧୧ବର୍ଷର ଝିଅ ସ୍ବାତୀସୁମନ ବେଜଙ୍କ ମୁଣ୍ଡରେ ପୁରା ପରିବାରର ଦାୟିତ୍ୱ। ମୁଣ୍ଡ ଉପରୁ ହଟିଯାଇଥିଲା ମାଆର ପଣତ। ବାପାଙ୍କ ହାତ ଧରି ଦୁନିଆରେ ବଞ୍ଚିବେ ବୋଲି ଆଶା ରଖିଥିଲେ ଦୁଇ ଭଉଣୀ। ହେଲେ ଏବେ ସେତକ ବି ଛଡ଼େଇ ନେବାକୁ ବସିଛି ବିଧାତା। ବାପାଙ୍କୁ ବି ଗ୍ରାସ କରିଛି ରୋଗ। ଦୁଃଖ ଯେମିତି ବନ୍ଧୁ-ବାନ୍ଧବଙ୍କ ସହ ରବି ନାରାୟଣ ବେଜଙ୍କ ଘରେ ବସା ବାନ୍ଧିଛି। ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁଳସୀପଶି ଗାଁର ରବି ନାରାୟଣ। ଖୁବ୍ ଖୁସ୍ ମିଜାଜର ମଣିଷ। ସେଲୁନ ଦୋକାନ କରି ପରିବାର ପୋଶୁଥିଲେ। ବାପା, ସ୍ତ୍ରୀ ଓ ଦୁଇ ଝିଅଙ୍କ ପେଟକୁ ଦାନା ଦେଉଥିଲେ। ଏଇ ବର୍ଷେ ହେଲା ସବୁ ଓଲଟପାଲଟ ହୋଇଯାଇଛି। ୮ ମାସ ତଳୁ ଆରପାରିକୁ ଯାଇଛନ୍ତି କ୍ୟାନ୍ସରର ପୀଡ଼ିତ ପତ୍ନୀ ମୀରାରାଣୀ ବେଜ। ନିଜେ କିଡ଼ନୀ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ପୁରା ପରିବାରର ବୋଝ ବୋହୁଛି ୧୧ ବର୍ଷର ଝିଅ ସ୍ୱାତୀସୁମନ ବେଜ। ନିଜ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଉଭଣୀ ଘରେ ଆଶ୍ରୟ ନେଇଛନ୍ତି ରବିନାରାୟଣଙ୍କ ପରିବାର। କୁନିଝିଅ ନିଜ ଶୈଶବକୁ ମାରି ଦେଇ ପୁରା ପରିବାରର ଦାୟିତ୍ୱ ନେଇଛି। ଡାକ୍ତରଖାନାରୁ ଘର,

କନକ ବ୍ୟୁରୋ: ମାଡ଼ି ଆସିଲା ଦୁଃଖର କଳା ପାହାଡ଼। ହସିଲା ପୁରିଲା ସଂସାରରେ ଲାଗିଗଲା କାହାର ନଜର। ୮ମାସ ତଳେ ଆରପାରିକୁ ଚାଲିଗଲେ ମାଆ। ଏବେ ବାପାଙ୍କର କିଡନୀ ଖରାପ। ଡାକ୍ତରଖାନା ଯିବାକୁ ସମ୍ବଳ ନାହିଁ। ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଉଛନ୍ତି ପୁରା ପରିବାର। ୧୧ବର୍ଷର ଝିଅ ସ୍ବାତୀସୁମନ ବେଜଙ୍କ ମୁଣ୍ଡରେ ପୁରା ପରିବାରର ଦାୟିତ୍ୱ।
ମୁଣ୍ଡ ଉପରୁ ହଟିଯାଇଥିଲା ମାଆର ପଣତ। ବାପାଙ୍କ ହାତ ଧରି ଦୁନିଆରେ ବଞ୍ଚିବେ ବୋଲି ଆଶା ରଖିଥିଲେ ଦୁଇ ଭଉଣୀ। ହେଲେ ଏବେ ସେତକ ବି ଛଡ଼େଇ ନେବାକୁ ବସିଛି ବିଧାତା। ବାପାଙ୍କୁ ବି ଗ୍ରାସ କରିଛି ରୋଗ। ଦୁଃଖ ଯେମିତି ବନ୍ଧୁ-ବାନ୍ଧବଙ୍କ ସହ ରବି ନାରାୟଣ ବେଜଙ୍କ ଘରେ ବସା ବାନ୍ଧିଛି। ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁଳସୀପଶି ଗାଁର ରବି ନାରାୟଣ। ଖୁବ୍ ଖୁସ୍ ମିଜାଜର ମଣିଷ। ସେଲୁନ ଦୋକାନ କରି ପରିବାର ପୋଶୁଥିଲେ। ବାପା, ସ୍ତ୍ରୀ ଓ ଦୁଇ ଝିଅଙ୍କ ପେଟକୁ ଦାନା ଦେଉଥିଲେ। ଏଇ ବର୍ଷେ ହେଲା ସବୁ ଓଲଟପାଲଟ ହୋଇଯାଇଛି। ୮ ମାସ ତଳୁ ଆରପାରିକୁ ଯାଇଛନ୍ତି କ୍ୟାନ୍ସରର ପୀଡ଼ିତ ପତ୍ନୀ ମୀରାରାଣୀ ବେଜ। ନିଜେ କିଡ଼ନୀ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ପୁରା ପରିବାରର ବୋଝ ବୋହୁଛି ୧୧ ବର୍ଷର ଝିଅ ସ୍ୱାତୀସୁମନ ବେଜ।
ନିଜ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଉଭଣୀ ଘରେ ଆଶ୍ରୟ ନେଇଛନ୍ତି ରବିନାରାୟଣଙ୍କ ପରିବାର। କୁନିଝିଅ ନିଜ ଶୈଶବକୁ ମାରି ଦେଇ ପୁରା ପରିବାରର ଦାୟିତ୍ୱ ନେଇଛି। ଡାକ୍ତରଖାନାରୁ ଘର, ସବୁବେଳେ ବାପାଙ୍କ ଛାଇ ଭଳି ରହିଛି। ପାଠ ଓ ଖେଳ ଛାଡ଼ି ସେବାଶ୍ରୁଶୁସା କରୁଛି। ସେପଟେ ଅର୍ଥ ରବି ନାରାୟଣଙ୍କ ଡାକ୍ତରୀ ଚିକିତ୍ସା ହୋଇପାରୁନାହିଁ। ସରକାର ସ୍ୱାସ୍ଥ୍ୟ ବୀମା କାର୍ଡ ଦେଇଛନ୍ତି। କିନ୍ତୁ ମେଡ଼ିକାଲ ଯାଏଁ ଯିବାକୁ ପାଖରେ କାଣି କଉଡ଼ିଟିଏ ନାହିଁ। ଓଳିଏ ଖାଇ ଓଳିଏ ଉପାସରେ ରହୁଥିବା ପରିବାର ପାଖରେ ସ୍ୱାସ୍ଥ୍ୟକାର୍ଡ ଥାଇ ବି କାମରେ ଲାଗୁନି।
ରବିଙ୍କ ପରିବାରକୁ ଆଶ୍ରୟ ଦେଇଥିବା ଭଉଣୀ ରୁନୁଙ୍କ ଦୁଃଖ ବି କିଛି କମ୍ ନୁହେଁ। ୨ ବର୍ଷ ତଳେ ଦୁର୍ଘଟଣାରେ ଶିକାର ହୋଇ ସ୍ୱାମୀ ଚାଲିବୁଲି ପାରୁନାହାନ୍ତି। ଗୋଟିଏ ପଟେ ସ୍ୱାମୀ, ଅନ୍ୟପଟେ ଭାଇ। ଦୁଇ ଜଣଙ୍କ ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି। ସରକାରୀ କି ବେସରକାରୀ ସ୍ତରରେ ସହଯୋଗ ମିଳିଲେ, ଯନ୍ତ୍ରଣାରେ ଛଟପଟ ହେଉଥିବା ରବିନାରାୟଣ ସୁସ୍ଥ ହୋଇ ପରିବାର ଦାୟିତ୍ୱ ସମ୍ଭାଳି ପାରନ୍ତେ।