‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’

ଦିଗପହଣ୍ଡି,୧୦ା୬(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏବଂ ସିଦ୍ଧେଶ୍ୱର ଗ୍ରାମ ଗଣିଆ ନାଳ ଛକ ଠାରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାଲା ଓ ଦାସକାଠିଆ ମାଧ୍ୟମରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା, ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା […] The post ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ appeared first on Dharitri Odia News.

‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’

ଦିଗପହଣ୍ଡି,୧୦ା୬(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏବଂ ସିଦ୍ଧେଶ୍ୱର ଗ୍ରାମ ଗଣିଆ ନାଳ ଛକ ଠାରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାଲା ଓ ଦାସକାଠିଆ ମାଧ୍ୟମରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା, ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା ପ୍ରଧାନ, ଏଏସଆଇ ଏନ. ତ୍ରିପତି, କନଷ୍ଟେବଳ ନୀର ବେହେରା, ରାଜେଶ ଜେନା ଏବଂ ଏସ.କେ.ରାଜେଶଉଦ୍ଦିନ ଉପସ୍ଥିତ ଥିଲେ। ସଚେତନତା ସଭାରେ ଅବକାରୀ ଇନ୍ସପେକ୍ଟର ଉଦବୋଧନ ଦେଇ ଯୁବ ସମାଜ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ମେ ୩୧ ରୁ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସଚେତନତା ଅଭିଯାନ ଆସନ୍ତା ୨୭ ଯାଏ ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିବ ବୋଲି ଜଣାପଡିଛି।

The post ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ appeared first on Dharitri Odia News.