ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ ବହୁ ସଂଖ୍ୟକ ବୃଦ୍ଧ ବା ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି। ପୂର୍ବରୁ ଏହି ଗାଁର ଜନସଂଖ୍ୟା ୧୧୦୦ ଥିଲା। କିନ୍ତୁ ଲୋକମାନେ ଚାକିରି କରି ଏବେ ଗାଁ ବାହାରେ ବା ଦେଶ ବାହାରେ ରହୁଛନ୍ତି। ବର୍ତ୍ତମାନ ଏଠାରେ କେବଳ ୫୦୦ଲୋକ ବାସ କରନ୍ତି । କିନ୍ତୁ ଏହି ଗାଁ ସମଗ୍ର ଦେଶରେ […] The post ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ appeared first on Dharitri Odia News.

ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ ବହୁ ସଂଖ୍ୟକ ବୃଦ୍ଧ ବା ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି। ପୂର୍ବରୁ ଏହି ଗାଁର ଜନସଂଖ୍ୟା ୧୧୦୦ ଥିଲା। କିନ୍ତୁ ଲୋକମାନେ ଚାକିରି କରି ଏବେ ଗାଁ ବାହାରେ ବା ଦେଶ ବାହାରେ ରହୁଛନ୍ତି। ବର୍ତ୍ତମାନ ଏଠାରେ କେବଳ ୫୦୦ଲୋକ ବାସ କରନ୍ତି । କିନ୍ତୁ ଏହି ଗାଁ ସମଗ୍ର ଦେଶରେ ଏକ ଚମତ୍କାର ଉଦାହରଣ ପାଲଟିଛି। ଆସନ୍ତୁ ଗୁଜୁରାଟର ଏହି ଗାଁର କାହାଣୀ ଜାଣିବା।
ଗୁଜୁରାଟର ମେହସାନା ଜିଲାରେ ଏକ ଅନନ୍ୟ ଗ୍ରାମ ଚନ୍ଦନାକି ଅବସ୍ଥିତ। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ଗାଁରେ ଏକ କମ୍ୟୁନିଟି ରୋଷେଇ ଘର ଅଛି । ଏହିଠାରେ ସମଗ୍ର ଗାଁ ପାଇଁ ଖାଦ୍ୟ ରନ୍ଧାଯାଏ । ଗାଁର ଲୋକମାନେ ଖାଇବା ବାହାନାରେ ଏଠାରେ ଏକାଠି ହୁଅନ୍ତି। ପରସ୍ପର ସହିତ ସାକ୍ଷାତ କରନ୍ତି ଏବଂ କଥା ହୁଅନ୍ତି। ଏହି କମ୍ୟୁନିଟି ରୋଷେଇ ବୃଦ୍ଧମାନଙ୍କ ମଧ୍ୟରେ ଏକାକୀତାକୁ ଦୂର କରିବାରେ ବହୁତ ସାହାଯ୍ୟ କରିଛି।
ନିଯୁକ୍ତ ରୋଷେୟାମାନେ ଗ୍ରାମବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି। ସେମାନଙ୍କୁ ପ୍ରତି ମାସରେ ୧୧ହଜାର ଟଙ୍କା ଦରମା ଦିଆଯାଏ। ଗ୍ରାମବାସୀ ଖାଦ୍ୟ ବଦଳରେ ମାସିକ ଦୁଇ ହଜାର ଟଙ୍କା ଦିଅନ୍ତି। ଶୀତତାପ ନିୟନ୍ତ୍ରିତ ହଲରେ ଗ୍ରାମବାସୀଙ୍କୁ ଖାଦ୍ୟ ପରିବେଷଣ କରାଯାଏ। ଗ୍ରାମ ସରପଞ୍ଚ ପୁନମଭାଇ ପଟେଲଙ୍କ ଉଦ୍ୟମରେ ଏମିତି ଏକ ସାମୁହିକ ରୋଷେଇ ଘର ନିର୍ମାଣ କରାଯାଇଛି। ଏବେ ଲୋକମାନେ ଏହି ଗାଁର କମ୍ୟୁନିଟି ରୋଷେଇ ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।
କମ୍ୟୁନିଟି ରୋଷେଇ ଘରର ଏସି ହଲରେ ୩୫-୪୦ ଲୋକଙ୍କ ପାଇଁ ଏକାଠି ଖାଦ୍ୟ ଖାଇବା ପାଇଁ ଏକ ବ୍ୟବସ୍ଥା ଅଛି । ମଧ୍ୟାହ୍ନ ଭୋଜନରେ ଭାତ,ଡାଲି, ଚପାତି ବା ରୋଟି, ପନିପରିବା ତରକାରି ଏବଂ ମିଠା ଦିଆଯାଏ। ରାତିରେ ଖିଚିଡି-କଡି, ଭାକ୍ରି-ରୋଟି-ପନିପରିବା ତରକାରି, ମିଥୀ ଗୋଟା, ଧୋକଲା ଏବଂ ଇଡଲି-ସମ୍ବର ପାଇଁ ବ୍ୟବସ୍ଥା କରାଯାଇଛି। ଏହିି ଗାଁର ପ୍ରାୟ ୩୦୦ ପରିବାର ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ବସବାସ କରନ୍ତି।

The post ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ appeared first on Dharitri Odia News.