ବିଦ୍ୟୁତ ବିଲ୍ ନଦେବାରୁ ବସ୍ତିକୁ ବିଦ୍ୟୁତ ଯୋଗାଣ ବନ୍ଦ, ୫ ଦିନ ହେଲା ଅନ୍ଧାରରେ
ଭୁବନେଶ୍ବର: ପାଞ୍ଚ ଦିନ ହେବ ଅନ୍ଧାରରେ ଅରବିନ୍ଦ ନଗର ଏବଂ ତାରିଣୀ ବସ୍ତିର ଶତାଧିକ ପରିବାର। ବକେୟା ବିଦ୍ୟୁତ୍ ବିଲ ନଦେବାରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଛି ବିଦ୍ୟୁତ୍ ବିଭାଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଦୁଇ ବସ୍ତିର ବାସିନ୍ଦା। ଆଉ ଏହାକୁ ବିରୋଧ କରି ରବିବାର ସନ୍ଧ୍ୟାରେ ଇଲେକ୍ଟ୍ରି ଅଫିସରେ ଧାରଣା ଦେଇଛନ୍ତି ବସ୍ତିବାସୀ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଘଟଣାର ସମାଧାନ ପାଇଁ ଉଦ୍ୟମ କରୁଛି।ଏପଟେ ବିଦ୍ୟୁତ ବିଭାଗ କହିବା ଅନୁସାରେ ଦୁଇ ବସ୍ତିର ପାଖାପାଖି ୨ ଲକ୍ଷ ଟଙ୍କା ବକେୟା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ହେଲେ ଦୁଇ ବସ୍ତିର ବାସିନ୍ଦାଙ୍କ କହିବା ଅନଯାୟୀ ପୂର୍ବରୁ ସେଠାରେ ଥିବା ଲୋକଙ୍କ ଟଙ୍କା ସେମାନେ ପଇଠ କରିବେ ନାହିଁ। ଯଦି ସେମାନଙ୍କୁ କଞ୍ଜ୍ୟୁମର କରାଯିବ ତେବେ ଯାଇ ସେମାନେ ଟଙ୍କା ଦେବେ ନଚେତ୍ ଇଲେକ୍ଟ୍ରି କନେକ୍ସନ୍ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବେ।
ଭୁବନେଶ୍ବର: ପାଞ୍ଚ ଦିନ ହେବ ଅନ୍ଧାରରେ ଅରବିନ୍ଦ ନଗର ଏବଂ ତାରିଣୀ ବସ୍ତିର ଶତାଧିକ ପରିବାର। ବକେୟା ବିଦ୍ୟୁତ୍ ବିଲ ନଦେବାରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଛି ବିଦ୍ୟୁତ୍ ବିଭାଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଦୁଇ ବସ୍ତିର ବାସିନ୍ଦା। ଆଉ ଏହାକୁ ବିରୋଧ କରି ରବିବାର ସନ୍ଧ୍ୟାରେ ଇଲେକ୍ଟ୍ରି ଅଫିସରେ ଧାରଣା ଦେଇଛନ୍ତି ବସ୍ତିବାସୀ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଘଟଣାର ସମାଧାନ ପାଇଁ ଉଦ୍ୟମ କରୁଛି।
ଏପଟେ ବିଦ୍ୟୁତ ବିଭାଗ କହିବା ଅନୁସାରେ ଦୁଇ ବସ୍ତିର ପାଖାପାଖି ୨ ଲକ୍ଷ ଟଙ୍କା ବକେୟା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ହେଲେ ଦୁଇ ବସ୍ତିର ବାସିନ୍ଦାଙ୍କ କହିବା ଅନଯାୟୀ ପୂର୍ବରୁ ସେଠାରେ ଥିବା ଲୋକଙ୍କ ଟଙ୍କା ସେମାନେ ପଇଠ କରିବେ ନାହିଁ। ଯଦି ସେମାନଙ୍କୁ କଞ୍ଜ୍ୟୁମର କରାଯିବ ତେବେ ଯାଇ ସେମାନେ ଟଙ୍କା ଦେବେ ନଚେତ୍ ଇଲେକ୍ଟ୍ରି କନେକ୍ସନ୍ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବେ।