ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ଧମକ ଉପରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ବୟାନ, କହିଲେ- ଆମେରିକା ସହ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପୂର୍ବରୁ ଟାରିଫ୍ ବୃଦ୍ଧିର ଚେତାବନୀ ଦେଇଛନ୍ତି । ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ବ୍ରିକ୍ସ (ବ୍ରାଜିଲ୍, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା) ଦେଶ ଡଲାରର ବିକଳ୍ପ ଖୋଜିବା ପାଇଁ ଉଦ୍ୟମ କରନ୍ତି ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବେ । ଟ୍ରମ୍ପଙ୍କ ଏହି ଚେତବନୀ ପରେ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ବୟାନ ସାମନାକୁ ଆସିଛି ।ସିଆଇଆଇ ପାର୍ଟନରଶିପ୍ ସମିଟ୍ରେ ବିଦେଶ ମନ୍ତ୍ରୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ନେଇ ବ୍ୟବସାୟ ଦୁନିଆରେ ଆଲୋଚନା ଚାଲିଛି ଏବଂ ଏହା ଉପରେ ବିତର୍କକୁ ନେଇ ମୁଁ ଆଶ୍ଚର୍ଯ୍ୟ ନୁହେଁ । ସବୁ ଦେଶ ପାଖରେ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନର ଅନୁଭବ ରହିଛି ଏବଂ ସମ୍ଭବତଃ ଦ୍ୱିତୀୟ ପ୍ରଶାସନରେ ସମ୍ପର୍କ ସ୍ଥାପନ ପାଇଁ ପୂର୍ବ ସମ୍ପର୍କକୁ ଦେଖିବେ । ମୁଁ ବିଶ୍ୱାସର ସହ କହିପାରିବି ଯେ ଭାରତ ପାଇଁ ଆମେରିକା ସହ ରଣନୈତିକ ସମ୍ପର୍କ ସମୟ ସହ ଅଧିକ ଗଭୀର ହୋଇଛି । ଏପରି ଏକ ବାତାବରଣ ସୃଷ୍ଟି ହୋଇଛି, ଯେଉଁଠି ଅଧିକ ସହଯୋଗ ଅନୁଭବ କରାଯାଇପାରିବ ।ଜୟଶଙ୍କରହ କହିଛନ୍ତି, 'ସ୍ୱାଭାବିକ ଭାବେ ଦୁଇ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ, ସବୁବେଳେ ଦେଣ-ନେଣ ହୋଇଥାଏ । ଯେତେବେଳେ ଆମେ ଆର୍ଥିକ ଏବଂ ପ୍ରଯୁକ୍ତି ଦୃଷ୍ଟିରୁ ଦେଖିବା, ତେବେ ଗତ କିଛି ବର୍ଷରେ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପୂର୍ବରୁ ଟାରିଫ୍ ବୃଦ୍ଧିର ଚେତାବନୀ ଦେଇଛନ୍ତି । ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ବ୍ରିକ୍ସ (ବ୍ରାଜିଲ୍, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା) ଦେଶ ଡଲାରର ବିକଳ୍ପ ଖୋଜିବା ପାଇଁ ଉଦ୍ୟମ କରନ୍ତି ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବେ । ଟ୍ରମ୍ପଙ୍କ ଏହି ଚେତବନୀ ପରେ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ବୟାନ ସାମନାକୁ ଆସିଛି ।
ସିଆଇଆଇ ପାର୍ଟନରଶିପ୍ ସମିଟ୍ରେ ବିଦେଶ ମନ୍ତ୍ରୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ନେଇ ବ୍ୟବସାୟ ଦୁନିଆରେ ଆଲୋଚନା ଚାଲିଛି ଏବଂ ଏହା ଉପରେ ବିତର୍କକୁ ନେଇ ମୁଁ ଆଶ୍ଚର୍ଯ୍ୟ ନୁହେଁ । ସବୁ ଦେଶ ପାଖରେ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନର ଅନୁଭବ ରହିଛି ଏବଂ ସମ୍ଭବତଃ ଦ୍ୱିତୀୟ ପ୍ରଶାସନରେ ସମ୍ପର୍କ ସ୍ଥାପନ ପାଇଁ ପୂର୍ବ ସମ୍ପର୍କକୁ ଦେଖିବେ । ମୁଁ ବିଶ୍ୱାସର ସହ କହିପାରିବି ଯେ ଭାରତ ପାଇଁ ଆମେରିକା ସହ ରଣନୈତିକ ସମ୍ପର୍କ ସମୟ ସହ ଅଧିକ ଗଭୀର ହୋଇଛି । ଏପରି ଏକ ବାତାବରଣ ସୃଷ୍ଟି ହୋଇଛି, ଯେଉଁଠି ଅଧିକ ସହଯୋଗ ଅନୁଭବ କରାଯାଇପାରିବ ।
ଜୟଶଙ୍କରହ କହିଛନ୍ତି, 'ସ୍ୱାଭାବିକ ଭାବେ ଦୁଇ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ, ସବୁବେଳେ ଦେଣ-ନେଣ ହୋଇଥାଏ । ଯେତେବେଳେ ଆମେ ଆର୍ଥିକ ଏବଂ ପ୍ରଯୁକ୍ତି ଦୃଷ୍ଟିରୁ ଦେଖିବା, ତେବେ ଗତ କିଛି ବର୍ଷରେ ଭାରତ-ଆମେରିକା ମଧ୍ୟରେ ବିଶ୍ୱସନୀୟ-ଭରସାଯୋଗ୍ୟ ସହଭାଗୀତା ବଢିଛି । ଏଥିପାଇଁ ଭବିଷ୍ୟତରେ ଯାହା ବି ହେବ, ତାହା ପରସ୍ପର ପାଇଁ ଲାଭଦାୟୀ ହେବ ।'