Mafia Violence: ସାଳନ୍ଦୀ ନଦୀ ଗର୍ଭରୁ ଧୁମ୍ ଲୁଟୁଛନ୍ତି ବାଲି, ମାଫିଆଙ୍କ ଦୌରାତ୍ମ୍ୟର ଅନ୍ତ କେବେ ?
ପ୍ରତିଦନ ଏହି ପରି ବେଧଡକ ବାଲି ଖୋଳା ଯାଉଥିବାରୁ ନଦୀର ଗତି ପଥରେ ପରିବର୍ତ୍ତନ ଘଟି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶି ଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଉଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି l