‘ଭୁବନେଶ୍ବର ପ୍ରକୃତରେ ସ୍ମାର୍ଟ କି ?; ଜଳବନ୍ଦୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ...

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ । ଭୁବନେଶ୍ବରରେ ଜଳବନ୍ଦୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଭୁବନେଶ୍ବର ପ୍ରକୃତରେ ସ୍ମାର୍ଟ କି ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ।

‘ଭୁବନେଶ୍ବର ପ୍ରକୃତରେ ସ୍ମାର୍ଟ କି ?; ଜଳବନ୍ଦୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ...

ଭୁବନେଶ୍ବରରେ ଜଳବନ୍ଦୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ। ଭୁବନେଶ୍ବର ପ୍ରକୃତରେ ସ୍ମାର୍ଟ କି ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଅସରାଏ ବର୍ଷାରେ ଜଳବନ୍ଦୀ ହେଉଛି ରାଜଧାନୀ। ଭୁବନେଶ୍ବର ଇସ୍କନ ମନ୍ଦିର ରାସ୍ତାରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେଉଛି । କେତେବେଳେ ମୁକୁଳା ଡ୍ରେନରେ ବି ଯାଉଛି ଜୀବନ।

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ଯୋଗ ଦେଇ ରାଜଧାନୀରେ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ପ୍ରକୃତରେ କଣ ସ୍ମାର୍ଟ ବୋଲି ପ୍ରଶ୍ନ କରିଥିଲେ। 

ଭୁବନେଶ୍ବରକୁ ସ୍ମାର୍ଟ କରିବାକୁ ହେଲେ ପାନୀୟ ଜଳ, ଡ୍ରେନେଜ୍, ସ୍ବାସ୍ଥ୍ୟ, ବିଜୁଳି ଆଦି ସମସ୍ୟାର ସମାଧାନ ଆବଶ୍ୟକ। ରାଜନୀତିରୁ ଉର୍ଦ୍ଧ୍ବରେ ରହି କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାର ସମସ୍ତଙ୍କୁ ନିରପେକ୍ଷ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।