ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର

କଟକ,୧୨ା୨(କାର୍ତ୍ତିକ ସାହୁ):ପୋଲିସ ପରିଚୟ ଦେଇ ଲୁଟ୍‌ କରିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲା ସରେଇଁ ମାମରାଜ ଥାନା ଅଞ୍ଚଳର ରୋହିତ ପାଣ୍ଡେ ଓ ଭବେଶ ପାଣ୍ଡେ। ପୋଲିସ ସେମାନଙ୍କଠାରୁ ୩ଟି ସୁନାମୁଦି, ଗୋଟିଏ ବାଇକ, ଦୁଇଟି ମୋବାଇଲ ସମେତ ୪୦,୦୦୦ ଟଙ୍କା ଜବତ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୪୯/୨୪) ରୁଜୁ ହୋଇଛି। ସୂଚନା ଅନୁଯାୟୀ, କୋଲକାତା ବିଧାନନଗର ରୋଡ୍‌ […] The post ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର appeared first on Dharitri Odia News.

ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର

କଟକ,୧୨ା୨(କାର୍ତ୍ତିକ ସାହୁ):ପୋଲିସ ପରିଚୟ ଦେଇ ଲୁଟ୍‌ କରିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲା ସରେଇଁ ମାମରାଜ ଥାନା ଅଞ୍ଚଳର ରୋହିତ ପାଣ୍ଡେ ଓ ଭବେଶ ପାଣ୍ଡେ। ପୋଲିସ ସେମାନଙ୍କଠାରୁ ୩ଟି ସୁନାମୁଦି, ଗୋଟିଏ ବାଇକ, ଦୁଇଟି ମୋବାଇଲ ସମେତ ୪୦,୦୦୦ ଟଙ୍କା ଜବତ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୪୯/୨୪) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କୋଲକାତା ବିଧାନନଗର ରୋଡ୍‌ ଅଞ୍ଚଳର ସୁରଜିତ୍‌ ପାଲ(୬୧) ଗତ ୯ ତାରିଖରେ କେନ୍ଦ୍ରାପଡ଼ାର ବଳଭଦ୍ରପୁରକୁ ଅଫିସ କାମରେ ଆସିଥିଲେ। ସେଠାରୁ ଫେରି ଓଏମ୍‌ପି ଛକରେ ପହଞ୍ଚିବା ପରେ ଚାଲି ଚାଲି ରେଳଷ୍ଟେଶନକୁ ଯାଇଥିଲେ। ଷ୍ଟେଶନରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଟ୍ରେନ୍‌ ଆସିବା ବିଳମ୍ବ ଅଛି। ତେଣୁ ସେ ସେଠାରୁ ଅଟୋରେ ମଙ୍ଗଳାବାଗସ୍ଥିତ ଏକ ଶୋରୁମ୍‌ ନିକଟରେ ପୂର୍ବାହ୍ନ ପ୍ରାୟ ୧୦ଟା ୪୦ରେ ପହଞ୍ଚିଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ନିଜକୁ ପୋଲିସ ପରିଚୟ ଦେଇ ଗତକାଲି ଏଠାରେ ଏକ ହତ୍ୟାକାଣ୍ଡ ଓ ଚୋରି ହୋଇଥିବା କହିଥିଲେ। ସେମାନେ ସୁରଜିତ୍‌ଙ୍କୁ ସୁନାଚେନ୍‌ ଓ ମୁଦି ଖୋଲି ନିଜ ବ୍ୟାଗ୍‌ରେ ରଖିଦେବାକୁ କହିଥିଲେ। ସେମାନଙ୍କ କଥା ମାନି ସେ ୩ଟି ସୁନାଚେନ୍‌, ଦୁଇଟି ବ୍ରେସ୍‌ଲେଟ ଓ ୩ଟି ସୁନାମୁଦି ଗୋଟିଏ ଜରିରେ ପୂରାଇ ରଖିଥିଲେ। ଏତିକିବେଳେ ସେମାନେ ସୁରଜିତ୍‌ଙ୍କ ହାତରୁ ଅଳଙ୍କାର ଥିବା ଜରିଟିକୁ ଆଣି ତାଙ୍କ ବ୍ୟାଗ୍‌ରେ ରଖିଦେଲେ। ଏଥିରେ ସୁରଜିତ୍‌ଙ୍କ ସନ୍ଦେହ ହେବାରୁ ସେ ତାଙ୍କ ବ୍ୟାଗ୍‌ ଖୋଲି ଦେଖିବାରୁ ଅଳଙ୍କାର ପାଇ ନ ଥିଲେ। ସେତେବେଳକୁ ଦୁର୍ବୃତ୍ତଦ୍ୱୟ ସେଠାରୁ ଖସି ପଳାଇ ସାରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପୂର୍ବରୁ ସମାନ ଢଙ୍ଗରେ ପୋଲିସ ପରିଚୟ ଦେଇ ବ୍ୟାଗ ଭିତରେ ଅଳଙ୍କାର ରଖିବାକୁ କହି ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। ଏବେ ପୁଣି ତା’ର ପୁନରାବୃତ୍ତି ଘଟିଥିବାରୁ କେତେଜଣ ଅଭିଯୁକ୍ତ ସମାନ ପନ୍ଥା ଆପଣାଉଥିବା ଜଣାପଡିଛି।

The post ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର appeared first on Dharitri Odia News.